Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୩ ବର୍ଷ ହେଲା ଶ୍ରଦ୍ଧାଳୁଙ୍କ ବାଟ ବନ୍ଦ କରିଛି ପ୍ରଶାସନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୩ ବର୍ଷ ହେଲା ଶ୍ରଦ୍ଧାଳୁଙ୍କ ବାଟ ବନ୍ଦ କରିଛି ପ୍ରଶାସନ

ପୁରୀ, : ୩ବର୍ଷ ହେବ ଶ୍ରଦ୍ଧାଳୁଙ୍କ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ବାଟ ବନ୍ଦ କରି ବସିଛି ପ୍ରଶାସନ । ହେଲେ ଚାଲିଛି ବାରମ୍ବାର ଅନୁଧ୍ୟାନ ଓ ରୂପରେଖ ସଜାଡିବା ନେଇ ଯୋଜନା ପରେ ଯୋଜନା । ଆଜି ପୁରୀ ଗୁଣ୍ଡିଚା ମନ୍ଦିରର ଯାଇ ସ୍ଥିତିର ସାନି ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ତଥା ଗଜପତି ତଥା ଗଜପତି ଦିବ୍ୟସିଂହ ଦେବ । ଏହାପରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ବୈଷୟିକ ଟିମ୍ ସହ ମନ୍ଦିର ମରାମତି ନେଇ ବୈଠକ କରିଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପର ଚାରୋଟି ସ୍ତମ୍ଭ ଓ କ୍ୟାପିଟାଲ ଷ୍ଟୋନରେ ଫାଟ ସୃଷ୍ଟି ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ବୈଠକ ପରେ କହିଛନ୍ତି ଗଜପତି ମହାରାଜ । ଏହି ମରାମତି କାର୍ଯ୍ୟ ଫେବ୍ରୁଆରୀ ଶେଷ କିମ୍ବା ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ । ରଥଯାତ୍ରା ପୂର୍ବରୁ ଏହି ଦୁର୍ବଳ ସ୍ଥାନରେ ଆଇରନ୍ ବିମ୍ ଲଗାଯାଇ ସାମୟିକ ମରାମତି ହୋଇଥିଲା । କିନ୍ତୁ ଲୁଣି ପବନ ଯୋଗୁଁ ଏହା ନଷ୍ଟ ହୋଇଯାଇଛି । ତେଣୁ ଏଥର ଷ୍ଟେନ୍ ଲେସ୍ ବିମ୍ ଦେଇ ପୂର୍ଣ୍ଣାଙ୍ଗ ମରାମତି ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖିଛି ।ଏଥିସହ ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ୱ ୫ ଏକର ପରିମିତ ଅଂଚଳର ବିକାଶ ପାଇଁ ଦିଲ୍ଲୀର ଲୋଟସ୍ ଷ୍ଟୁଡିଓ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଏପରିକି ଲୋଟସ ଷ୍ଟୁଡିଓ ପ୍ରସ୍ତୁତ କରିଥିବା ବୃହତ୍ ଯୋଜନାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁମୋଦନ ଦେଇଥିବା ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ।

Leave a Reply