୩ ଜଣ ସିସିଏମ ନକ୍ସଲ ସମେତ ୩୭ ଜଣ ନକ୍ସଲ ଆତ୍ମସମର୍ପଣ

 ହିଡମାର ମୃତ୍ୟୁ ପରେ ନକ୍ସଲ ସଂଗଠନ ଦୋହଲି ଯାଇଥିବା ବେଳେ ଜଂଗଲରେ ରହିଯାଇଥିବା ବଳକା ନକ୍ସଲ ଏବେ ଆତ୍ମସମର୍ପଣ ପାଇଁ ତତ୍ପରତା ଦେଖାଉଥିବା କୁହାଯାଇଛି।ସୀମାନ୍ତ ତେଲେଙ୍ଗାନାର ଡିଜିପିଙ୍କ ନିକଟରେ ୩ ଜଣ ସିସିଏମ ନକ୍ସଲ ସମେତ ୩୭ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ୩ ଜଣ ଷ୍ଟେଟ କମିଟି ମେମ୍ବର ମଧ୍ୟରୁ ତେଲେଙ୍ଗାନା ଷ୍ଟେଟ କମିଟି ମେମ୍ବର କୋୟଡା ସାମ୍ବାୟା ଓରଫ ଆଜାଦ୍ ଓ ଆପ୍ପାସି ନାରାୟଣ ଓରଫ ରମେଶ ଏବଂ ତେଲେଙ୍ଗାନା ଷ୍ଟେଟ କମିଟିର ମେମ୍ବର ହେଉଛି ମୁଚାକି ସୋମଡା। ଏମାନଙ୍କ ନାମରେ ତେଲେଙ୍ଗାନା ରାଜ୍ୟ ସରକାର ୨୦ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ଏଥିସହ ଗୋଟିଏ ଏକେ-୪୭ ରାଇଫଲ,ଦୁଇଟି ଏସଏଲଆର ବନ୍ଧୁକ,୪ଟି ୩୦୩ ରାଇଫଲ ଏବଂ ଗୋଟିଏ ଜି୩ ରାଇଫଲ ସମେତ ୩୪୩ ଜୀବନ୍ତ ଗୁଳି ପୁଲିସକୁ ହସ୍ତାନ୍ତର କରିଛନ୍ତି।

Leave a Reply