Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୩୦ ବର୍ଷ ପରେ ଖାଦ୍ୟପେୟର ସୂଚୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୩୦ ବର୍ଷ ପରେ ଖାଦ୍ୟପେୟର ସୂଚୀ


୩୦ ବର୍ଷ ଟପିଗଲେ ପୁରୁଷଙ୍କ ଶରୀରରୁ ନ୍ୟୁଟ୍ରିସନ ଧୀରେ ଧୀରେ କମି ଯାଇଥାଏ । ଏହା ଦ୍ୱାରା ଇମ୍ୟୁନିଟି ମଧ୍ୟ କମ୍ ହୋଇଯାଇଥାଏ । ଫଳରେ ବିଭିନ୍ନ ରୋଗ ମାଡ଼ିବସେ । ଏଥିରୁ ମୁକ୍ତି ପାଇବାକୁ ହେଲେ ନ୍ୟୁଟ୍ରିସନ ଯୁକ୍ତ ଖାଦ୍ୟ ଖାଇବା ଉଚିତ । ଆସନ୍ତୁ ଜାଣିବା କ’ଣ ଖାଇବା ଦରକାର । ମହୁ ଓ କ୍ଷୀର: କ୍ଷୀର ସହ ମହୁ ମିଶାଇ ପିଅନ୍ତୁ । ଏଥିରୁ ଆଣ୍ଟି ଅକ୍ସିଡେଣ୍ଟ ଓ ପ୍ରୋଟିନ ମିଳିଥାଏ । ଏହା ଦ୍ୱାରା ହାଡ଼ ଶକ୍ତ ରହିଥାଏ । ପେସ୍ତା ବାଦାମ : ଏଥିରୁ ଆମକୁ ଭିଟାମିନ ବି ୬ ଏବଂ ଫଲିକ ଏସିଡ ମିଳିଥାଏ । ଏହା ଦ୍ୱାରା ମସ୍ତିଷ୍କ ସକ୍ରିୟ ରହିଥାଏ । ବେଦନା: ୩୦ ବର୍ଷ ହୋଇଗଲେ ପୁରୁଷମାନେ ବେଦନା ଖାଇବା ଉଚିତ । ଏଥିରୁ ଶରୀରକୁ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ । ଦହି: ଏଥିରୁ ଆମକୁ କ୍ୟାଲସିୟମ ଓ ପ୍ରୋବାୟାଟିକ ବ୍ୟାକ୍ଟେରିଆ ରହିଥାନ୍ତି । ଏହା ହାଡ ଶକ୍ତ ରଖେ ଓ ଓଜନ ନିୟନ୍ତ୍ରଣ କରିଥାଏ । ଲାଉ: ଏହା ଆମକୁ ମେଟାବୋଲଜିମ ମିଳିଥାଏ । ଏହା ଶରୀରରେ ଓଜନ ନିୟନ୍ତ୍ରଣ କରିବା ସହ ଚନ୍ଦାପଣରୁ ମୁକ୍ତି ଦେଇଥାଏ । ପଇଡ଼ ପାଣି: ଏଥିରୁ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ । ଏହା ଦ୍ୱାରା ଶରୀରକୁ ଭିଟାମିନ ଯୋଗାଇବା ସହ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ । ରାଜମା: ଏହା ଆମ ଶରୀରକୁ ବ୍ଲଡ ସୁଗାର କମ କରିଥାଏ । ଡାଏବେଟିସ ଓ ରକ୍ତଚାପ ରୋଗରୁ ରକ୍ଷା କରିଥାଏ । ପାଳଙ୍ଗ ଶାଗ: ଏଥିରୁ ପ୍ରୋଟିନ ଓ ଭିଟାମିନ୍ ଡି ମିଳିଥାଏ । ସିକ୍ସ ପେକ ବନାଇବାକୁ ଚାହୁଁଥିଲେ ସବୁଦିନ ପାଳଙ୍ଗ ଶାଗ ଖାଆନ୍ତୁ । ଏହା ସହ ଆଣଙଋୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଅଣ୍ଡା:ଏଥିରୁ ଭିଟାମିନ ଓ ଫସଫରସ ମିଳିଥାଏ । ଅଣ୍ଡା ଖାଇଲେ ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ ଓ ଦାନ୍ତ ଶକ୍ତ ରହିଥାଏ । ବାଜରା: ଏଥିରୁ ଫାଇବର, କାବ୍ରୋହାଇଡ୍ରେଟ୍ ଭରପୁର ମାତ୍ରାରେ ରହିଛି । ଏହାକୁ ଖାଇଲେ ହଜମ ଶକ୍ତି ବଢ଼ିବା ସହିତ ଓଜନ କମ୍ ହୋଇଥାଏ ।

Leave a Reply