Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୦୪୭ ସୁଦ୍ଧା ସ୍ୱର୍ଣ୍ଣିମ ଭାରତ ଗଠନ ଲକ୍ଷ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୦୪୭ ସୁଦ୍ଧା ସ୍ୱର୍ଣ୍ଣିମ ଭାରତ ଗଠନ ଲକ୍ଷ୍ୟ

ନୂଆଦିଲ୍ଲୀ : ଆଜି ସଂସଦର ବେଜଟ୍ ଅଧିବେଶନର ପ୍ରାରମ୍ଭ ଦିବସରେ ଉଭୟ ଗୃହର ସଦସ୍ୟଙ୍କ ଉପସ୍ଥିତି ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ‘ଆଜି ଭାରତ ଏକ ନିର୍ଭୀକ ଓ ନିର୍ଣ୍ଣାୟକ ସରକାର ପାଇଛି ।’ ଭାରତ ଆତ୍ମ ନିର୍ଭର ହେବ । ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବଢ଼ିଛି । ବର୍ତ୍ତମାନ ଭାରତରେ ଏକ ସ୍ଥାୟୀ ଓ ନିର୍ଣ୍ଣାୟକ ସରକାର ଚାଲିଛି । ବିକାଶ ସହ ବଢ଼ୁଛି ଭାରତ । ୨୦୪୬ ସୁଦ୍ଧା ଆମକୁ ସ୍ୱର୍ଣ୍ଣିମ ଭାରତ ଗଢ଼ିବାର ଅଛି ବୋଲି ନିଜ ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଆହୁରି କହିଛନ୍ତି, ବିକାଶରେ ଚାଲୁଥିବା ମୋ ସରକାରକୁ ୯ ବର୍ଷ ପୂରିବାକୁ ଯାଉଛି । ୯ ବର୍ଷରେ ବିଶ୍ୱରେ ଭାରତର ପରିଚୟ ବଦଳିଛି । ଆଜି ପ୍ରତି ଭାରତୀୟଙ୍କ ଆତ୍ମବିଶ୍ୱାସ ଶୀର୍ଷରେ ପହଞ୍ଚିଛି । ନରେନ୍ଦ୍ର ମୋଦିଙ୍କ ସରକାର ଆତଙ୍କବାଦକୁ ଦୃଢ଼ ଜବାବ ଦେଉଛି । ସର୍ଜିକାଲ ଷ୍ଟ୍ରାଇକ୍ ଆତଙ୍କବାଦୀଙ୍କ ଉପରେ କଠୋର ପ୍ରହାର କରିଛି । ଏଲ୍ଓସିରୁ ଏଲ୍ଏସି ଯାଏଁ ଶତ୍ରୁକୁ ସବୁଠି ମୁହଁତୋଡ଼ ଜବାବ ଦିଆଯାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି । ସେହିପରି ରାଷ୍ଟ୍ରପତି ନିଜ ଅଭିଭାଷଣରେ ଆହୁରି କହିଛନ୍ତି, ଭାରତରେ ଇମାନଦାରୀର ସମ୍ମାନ କରୁଥିବା ସରକାର ଅଛି । ପରମ୍ପରା ସହ ଆଧୁନିକତାକୁ ନେଇ ଚାଲୁଥିବା ସରକାର ଅଛି । ଆର୍ଟିକାଲ୍-୩୭୦, ଟ୍ରିପଲ୍ ତଲାକ ସରକାରଙ୍କ ବଡ଼ ଘୋଷଣା ଥିଲା । ସ୍ଥିର ସରକାର ଯୋଗୁଁ ଦେଶ ଆଜି ବଡ଼ ମହାମାରୀର ମୁକାବିଲା କରିପାରିଛି । ଭ୍ରଷ୍ଟାଚାର ଗଣତନ୍ତ୍ରର ସବୁଠାରୁ ବଡ଼ ଶତ୍ରୁ । ସରକାରୀ କାର୍ଯ୍ୟରେ ଭ୍ରଷ୍ଟାଚାର ବନ୍ଦ ପାଇଁ ବଡ଼ ପଦକ୍ଷେପ ନିଆଯାଇଛି । ସରକାର ବିନା ଭେଦଭାବ କରି ପ୍ରତି ବର୍ଗର ଲୋକଙ୍କ ପାଇଁ ସମାନ ବିଚାର କରିଛନ୍ତି । ଗୁଲାମୀର ପ୍ରତି ଚିହ୍ନ ଓ ମାନସିକତାରୁ ମୁକ୍ତି ଦେବା ପାଇଁ ଆମ ସରକାର ନିରନ୍ତର ଚେଷ୍ଟା ଚଳାଇଛି । ଯାହା ପୂର୍ବରୁ ରାଜପଥ ଥିଲା ତାହା ବର୍ତ୍ତମାନ କର୍ତ୍ତବ୍ୟ ପଥରେ ପରିଣତ ହୋଇଛି । ଆଜି କର୍ତ୍ତବ୍ୟ ପଥରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରୁଛି । ଭାରତୀୟ ସେନାର ପାରମ ବୀର ଚକ୍ର ବିଜେତାଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବର ୨୧ଦ୍ୱୀପପୁଞ୍ଜ ମଧ୍ୟ ନାମିତ ହୋଇଛି । ଗରିବୀ ହଟାଓ ସ୍ଲୋଗନ ନୁହେଁ, ସ୍ଥାୟୀ ସମାଧାନ ପାଇଁ କାର୍ଯ୍ୟ ହେଉଛି । ପ୍ରତି ଘରକୁ ପାଣି ପାଇଁ ଜଳ ମିଶନ୍ ଆରମ୍ଭ ହୋଇଛି । ଆୟୁଷ୍ମାନ ଭାରତର ୫୦% ମହିଳା ଲାଭାର୍ଥୀ ହେଉଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ମହିଳାଙ୍କ ଗରିମା ବୃଦ୍ଧି ପାଇଛି ବୋଲି ବଜେଟ୍ ଅଧିବେଶନର ଆରମ୍ଭରେ ଦେଇଥିବା ଅଭିଭାଷଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।

Leave a Reply