Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୦୨୩ ହକି ବିଶ୍ୱକପ୍ ଆୟୋଜନ କରି ଭାରତ ଗର୍ବିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୦୨୩ ହକି ବିଶ୍ୱକପ୍ ଆୟୋଜନ କରି ଭାରତ ଗର୍ବିତ


ଭୁବନେଶ୍ୱର :ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆରମ୍ଭ ହୋଇଛି ହକି ବିଶ୍ୱ କପ ଉଦଘାଟନୀ ଉତ୍ସବ । କଟକ ବାରବାଟୀ ଷ୍ଟାଡ଼ୟମରେ ଉଦଘାଟନୀ ଉତ୍ସବ ଆରମ୍ଭ ହୋଇଛି । ଉଦଘାଟନୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି କହିଛନ୍ତି ଯେ, ଓଡିଶାରେ ୨୦୨୩ ହକି ବିଶ୍ୱକପ୍ ଆରମ୍ଭ ହେଉଛି । ସମସ୍ତ ଅଂଶଗ୍ରହଣକାରୀ ଦଳକୁ ମୋର ଶୁଭେଚ୍ଛା । ଏହି ଟୁର୍ନାମେଂଟ କ୍ରୀଡ଼ାବିତଙ୍କ ଆତ୍ମାକୁ ଆହୁରି ମଜବୁତ କରିବ । ହକି ଭଳି ସୁନ୍ଦର ଖେଳକୁ ଅଧିକ ଲୋକପ୍ରିୟ କରନ୍ତୁ । ଏହି ଟୁର୍ନାମେଂଟ ଆୟୋଜନ କରି ଭାରତ ଗର୍ବିତ । ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାମମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆୟୋଜନର ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave a Reply