Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୧୧୨ ଶଙ୍କରାଚାର୍ଯ୍ୟଙ୍କ ସମାଧି ଉପରେ ହୋଟେଲ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଲୋଡ଼ିଲା ଗୋବର୍ଦ୍ଧନ ମଠ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୧୧୨ ଶଙ୍କରାଚାର୍ଯ୍ୟଙ୍କ ସମାଧି ଉପରେ ହୋଟେଲ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଲୋଡ଼ିଲା ଗୋବର୍ଦ୍ଧନ ମଠ

ପୁରୀ : ପୂର୍ବତନ ୧୧୨ ଜଣ ଶଙ୍କରାଚର୍ଯ୍ୟଙ୍କ ସମାଧୁ ସହ ଶିବ ମନ୍ଦିର ଉପରେ ଠିଆ ହୋଇଛି ହୋଟେଲ, ଲଜିଂ, ଆପାର୍ଟମେଣ୍ଟ ଓ ବଡ଼ବଡ଼ କୋଠା । ଏନେଇ ଶଙ୍କରାଚାର୍ଯ୍ୟଙ୍କ ମଠ ପକ୍ଷରୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ସାନି ଅଭିଯୋଗ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଥଯାତ୍ରା ବେଳେ ମଠକୁ ଆସି ପୀଠାଧୀଶ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ଯିବା ପରେ ଉକ୍ତ ଅଭିଯୋଗ ଜିଲ୍ଲାପାଳଙ୍କ ଜରିଆରେ ଦିଆଯିବା ଚର୍ଚ୍ଚାକୁ ବଢ଼ାଇଛି । ଅଭିଯୋଗ ଅନୁସାରେ, ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ମାନେ ବ୍ରହ୍ମଲୀନ ହେଲେ ବା ଇହଲୀଳା ସମ୍ବରଣ କଲେ ସେମାନଙ୍କୁ ସମାଧୂ ଦିଆଯାଏ ଓ ସମାଧୂ ସ୍ଥଳରେ ଶିବଲିଙ୍ଗ ପ୍ରତିଷ୍ଠା ପୂର୍ବକ ଗୋବର୍ଦ୍ଧନ ମଠ ତରଫରୁ ନିତ୍ୟ ଦୈନନ୍ଦିନ ପ୍ରାତଃ ଓ ସନ୍ଧ୍ୟାରେ ପୂଜନ କରାଯାଏ । ଏହି ପରମ୍ପରାକୁ ଆଧାର କରି ଅତୀତରୁ ଗୋବର୍ଦ୍ଧନ ମଠ ପ୍ରାୟ ୧୩୧ ଜଣଙ୍କର ସମାଧୀସ୍ଥ ମନ୍ଦିରରେ ମହାଦେବଙ୍କୁ ଗୋବର୍ଦ୍ଧନ ମଠ ତରଫରୁ ନିତ୍ୟ ପୂଜା କରାଯାଉଥିଲା । ପୁରୀରେ ସହରୀକରଣ ବଢ଼ିବା ସାଙ୍ଗକୁ ସମାଧ୍ୱସ୍ଥଳଗୁଡ଼ିକ ଜବରଦଖଲ ହୋଇଚାଲିଛି । ଏବେ ଗୋବର୍ଦ୍ଧନ ମଠର ପୂର୍ବ ଶଙ୍କରାଚାର୍ଯ୍ୟ ମାନଙ୍କ ୧୩୧ଟି ସମାଧୀ ସହ ଶିବ ମନ୍ଦିର ମଧ୍ୟରୁ ବର୍ତମାନ ମାତ୍ର ୧୯ଟି ମଠ ତରଫରୁ ପୂଜା କରାଯାଉଛି । ୨ଟି ସମାଧୀ ସହ ମନ୍ଦିର ଜମି ଦଲାଲଙ୍କ କବ୍‌ଜାରେ ରହିଛି । ବର୍ତମାନ ଗୋବର୍ଦ୍ଧନ ମଠ ପଛପାଖ ଦକ୍ଷିଣପାର୍ଶ୍ୱର ସାତ ଆସନ ଲେନ ନିକଟରେ ଦୁଇଟି ସମାଧୀ ଓ ମନ୍ଦିରକୁ କିଛି ବ୍ୟକ୍ତି ସେମାନଙ୍କ କବ୍‌ଜାକୁ ନେଇଯାଇଛନ୍ତି । ଏହି ସମାଧୀ ଓ ମନ୍ଦିରକୁ ଭାଙ୍ଗିବାରେ ଲାଗିଛନ୍ତି । ଏହି ସ୍ଥାନ ପାଖରେ ରହିଥିବା ଅନେକ ସମାଧୀ ସହ ମନ୍ଦିରକୁ ଭାଙ୍ଗି ଏହା ଉପରେ ପ୍ରଭାବଶାଳୀ ବ୍ୟକ୍ତିମାନେ ହୋଟେଲ, ଲଜିଂ ନିର୍ମାଣ କରିଛନ୍ତି । ସେହିପରି କେତେକ ବ୍ୟକ୍ତି ସମାଧୀ ସହ ମନ୍ଦିରଗୁଡ଼ିକୁ ଭାଙ୍ଗି ସେଠାରେ ପୂଜିତ ହେଉଥିବା ଶିବଲିଙ୍ଗମାନଙ୍କୁ ଅନ୍ୟତ୍ର ନେଇ ବିକ୍ରୟ କରିଦେଉଛନ୍ତି । ପରେ ସେହି ଜମିରେ ହୋଟେଲ, ଲଜିଂ ଇତ୍ୟାଦି ନିର୍ମାଣ କରୁଛନ୍ତି । ଏହା ପୂର୍ବତନ ଶଙ୍କରାଚାର୍ଯ୍ୟ ମାନଙ୍କ ପ୍ରତି ଅସମ୍ମାନ ଓ ଅବହେଳାକୁ ସୂଚାଉଛି । ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ ଓ ହିନ୍ଦୁଧର୍ମ ବର୍ଗଙ୍କ ଭାବାବେଗକୁ କୁଠାରଘାତ କରିଛି । ଅସାମାଜିକ ବ୍ୟକ୍ତିଙ୍କ କବଳରୁ ମଠର ସମାଧୀ ସହ ଶିବ ମନ୍ଦିରଗୁଡ଼ିକୁ ସୁରକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କ ପଦକ୍ଷେପ ଶୂନ । ତେଣୁ ଏଗୁଡ଼ିକର ଯଥା ରୀତି ପୂଜନ ହୋଇପାରୁନାହିଁ । ଉକ୍ତ ସମାଧୀ ଓ ମନ୍ଦିରଗୁଡ଼ିକ କେଉଁମାନେ ଦଖଲରେ ରଖୁଛନ୍ତି ତାହାର ସରକାରୀ ସ୍ତରରେ ନିରପେକ୍ଷ ତଦନ୍ତ କରାଯାଉ । ଉକ୍ତ ସମାଧୀ ଓ ମନ୍ଦିରଗୁଡ଼ିକୁ ଉଦ୍ଧାର କରି ଗୋବର୍ଦ୍ଧନ ମଠକୁ ହସ୍ତାନ୍ତର କରାଯାଉ ବୋଲି ମଠର କାର୍ଯ୍ୟାଳୟ ସମ୍ପାଦକ ସୂୟଣ ପ୍ରଶାନ୍ତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।

Leave a Reply