Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହିଞ୍ଜିଳିକାଟୁ ବ୍ଲକରେ ସରସ୍ବତୀ ଶିଶୁ ମନ୍ଦିରର ସଫଳତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହିଞ୍ଜିଳିକାଟୁ ବ୍ଲକରେ ସରସ୍ବତୀ ଶିଶୁ ମନ୍ଦିରର ସଫଳତା

ହିଞ୍ଜିଳିକାଟୁ: ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳ ଗୁରୁବାର ଦିନ ପ୍ରକାଶ ପାଇଛି । ସାରା ରାଜ୍ୟରେ ପାସହାର ୯୬.୪ % ରହିଥିବା ବେଳେ ହିଳିକାଟୁ ବ୍ଳକରେ ପାସ ହାର ୯୯.୭୬ % ରହିଛି ୟ ଚଳିତ ବର୍ଷ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ହିଞ୍ଜିଳିକାଟୁ ବ୍ଳକର ୨୬ ଟି ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟର ୧୭୭୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୬୬ ଜଣ ପାସ କରିଥିବା ବେଳେ ୮ଜଣ ଫେଲ୍ ହୋଇଛନ୍ତି । ସେଥି ମଧ୍ୟରୁ ଏ-୧ରେ ୧୨ଜଣ, ଏ-୨ରେ ୧୨୪, ବି-୧ରେ ୨୧୧, ବି-୨ରେ ୩୨୭, ସି ଗ୍ରେଡ଼୍ରେ ୪୭୩,ଡ଼ି ଗ୍ରେଡ଼ରେ ୩୯୭, ଇ ଗ୍ରେଡ଼ରେ ୨୨୨ ପରୀକ୍ଷାର୍ଥ ଉତ୍ତୀର୍ଣ୍ଣ ହୋଇଥିବା ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ.ଗିରିଧର ସୂଚନା ପ୍ରଦାନ କରିଛନ୍ତି । ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪ ଜଣ ଶିକ୍ଷାର୍ଥୀ ଏ-୧ ରେ ପାସ କରିଛନ୍ତି । ସେମାନେ ହେଲେ ଶ୍ରୀୟାଂଶୁ ରଥା- ୫୫୮ ମାର୍କ, ପ୍ରୀତିପ୍ରଭା ମହାନ୍ତି୫୫୩ ମାର୍କ, ଶିବରାମ ପଣ୍ଡା ଓ ବିମିମୋଶ ପରିଡା ଉଭୟେ ୫୪୦ ମାର୍କ ରଖିଛନ୍ତି । ସେହିପରି ଗଣ୍ଡଳା ଗଣେଷ ବିଦ୍ୟାପୀଠର ୩ ଜଣ ଛାତ୍ରୀ ଏ-୧ରେ ଆୟୁସ୍ମିତା ନାହାକ ୫୫୨ ଓ ପ୍ରିତି ସାହୁ ୫୪୬ ଓ ଆକାଂକ୍ଷା ସାବତ ୫୪୦ ମାର୍କ ରଖିଛନ୍ତି । ପୌରାଞ୍ଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ୨ଜଣ ପରୀକ୍ଷାର୍ଥୀ ରୁଦ୍ର ପ୍ରସାଦ ପାଣିଗ୍ରାହୀ୫୪୩ ଓ ସୁଜ୍ଞାନୀ ମହାରଣା ୫୪୦ ମାର୍କ ରଖିଛନ୍ତି । କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ବର୍ଷା ମହାନ୍ତି ୫୪୦ ମାର୍କ ଓ ସିକିରି ଉଦୟନାଥ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ସୌମ୍ୟରାଣୀ ଗୌଡ ୫୪୦ ମାର୍କ ରଖି ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣ ଲାଭ କରିଛନ୍ତି । ବୁରୁପୋଡା ଭଗବତି ବିଦ୍ୟାପୀଠରେ ଏ୧ରେ ଜଣେ ଛାତ୍ର ପ୍ରସାଦ ପାତ୍ର ୫୪୭ ମାର୍କ ରଖିଥିବା ବେଳେ ୯୬ରୁ ୯୫ ପାସ ହୋଇଛନ୍ତି । ଦୟାନିଧିପୁର ସଂସ୍କୃତ ବିଦ୍ୟାଳୟର ୪ରୁ ୪ ପରୀକ୍ଷାର୍ଥୀ ପାସ କରିଛନ୍ତି ୟ ସରକାରୀ କଞ୍ଚୁରୁ ଉଚ୍ଚ ବିଦ୍ୟାଳୟରେ ୮୭ରୁ ସମସ୍ତ, ପୌରାଞ୍ଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ୩୧୩ ରୁ ୩୧୧, ଏନଏସି ଉଚ୍ଚ ବିଦ୍ୟାଳୟରେ ୪୫ରୁ ସମସ୍ତ, ଆଙ୍କୋରଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୩୩ ମଧ୍ୟରୁ ସମସ୍ତ ପରୀକ୍ଷାର୍ଥୀ ପାସ କରିଥିବା ବେଳେ ଏ- ୧ ରେ ୪ ଜଣ ପରୀକ୍ଷାର୍ଥୀ ରହିଛନ୍ତି ।

Leave a Reply