Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିରର ସାମ୍ବତ୍ସରିକ ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିରର ସାମ୍ବତ୍ସରିକ ଉତ୍ସବ

ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିରର ସାମ୍ବତ୍ସରିକ ଉତ୍ସବ

ବନ୍ତ : ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ଅଧିନସ୍ଥ ନିମାପଡ଼ାସ୍ଥିତ କପାଳୀ କ୍ଷେତ୍ରରେ ଅନୁଷ୍ଠିତ ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିରର ସାମ୍ବତ୍ସରିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ ସହ ପଣ୍ଡିତ ହରେକୃଷ୍ଣ ପତିଙ୍କ ଦ୍ୱାରା ବେଦ ପାଠ କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ଶିକ୍ଷାବିତ୍ ତଥା ପରିଚାଳନା କମିଟିର ସଭାପତି ସୂର୍ଯ୍ୟମଣି ରାଉଳଙ୍କ ପୌରାହିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଠ ଶିକ୍ଷାବିତ୍ ଜଗନ୍ନାଥ ପାତ୍ର ମୁଖ୍ୟଅତିଥି, ଜାତୀୟ ପୁରସ୍କୃତ ଶିକ୍ଷକ ଭାଷ୍ମରଚନ୍ଦ୍ର ପାଢ଼ୀ, ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ବିଜ୍ଞାନ ଶିକ୍ଷକ ଶଶୀ ଶେଖର କର ଶର୍ମା, ବନ୍ତ ଥାନାଧିକାରୀ ଆଦିତ୍ୟ ପ୍ରସାଦ ଜେନା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହୃଷିକେଷ ମିଶ୍ର, ପ୍ରାକ୍ତନ ଶିକ୍ଷକ ତଥା ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ, ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷକ ପ୍ରଦୀପ କୁମାର ବିଶ୍ୱାଳ ଅତିଥିଙ୍କର ପରିଚୟପତ୍ର ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ବାର୍ଷିବ ବିବରଣୀ ପାଠ କରିଥିଲେ ପ୍ରଧାନ ଗୁରୁମା ଇତିଶ୍ରୀ ମହାପାତ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ଗୁରୁମା ଉଷାରାଣୀ ବେହେରା । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଅଧ୍ୟୟନରତ କୃତୀ ଛାତ୍ରଙ୍କୁ ବିଭିନ୍ନ କୃତି ସମ୍ମାନ ପଣ୍ଡିତ ପୁରୁଷୋତମ, ଶିବସୁନ୍ଦର, ନକୁଳଚରଣ, ଡ଼ମ୍ବରୁଧର, ଗଂଗାଧର, ଦୀପକ ରାଉତରାୟ, ବିମ୍ବାଧର, ଘୁଂଗୁର, ନରେନ୍ଦ୍ର ଭୋଇ, କମଳାକାନ୍ତ ସ୍ମୃତି ସମ୍ମାନ ସହ ଉପେନ୍ଦ୍ର, ସୁଭଦ୍ରା, ନରେନ୍ଦ୍ର, ପ୍ରଶନ୍ନ ସ୍ମୃତି ପରିଷଦ ପକ୍ଷରୁ ମେଧା ସମ୍ମାନରେ କୃତୀ ଛାତ୍ରଛାତ୍ରୀଙ୍କୁଙ୍କୁ ମାନପତ୍ର ଓ ଟ୍ରପି ଓ ଗ୍ରନ୍ଥ ପ୍ରଦାନ କରାଯାଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁରୁଜୀ ସୁନିଳ କୁମାର ରାଉଳ, ଶିକ୍ଷକ ଉମାକାନ୍ତ ରାଉତ, ଦିଲ୍ଲୀପ କୁମାର ସାହୁ, ଗଣେଶ ନାୟକ ପ୍ରମୁଖ ଏହାକୁ ସଂଯୋଜନା କରିଥିଲେ । ଗୁରୁମା ଦମୟନ୍ତି ପାଣିଗ୍ରାହୀ, ସୌଭାଗ୍ୟ ମଂଜରୀ ପରିଡ଼ା, ମିନତିଲତା ରାଉତ, ସାବିତ୍ରୀ ମାଝୀ, ପ୍ରଭାତି ପତି, ସଶ୍ମିତା ପତି, ଧରିତ୍ରୀ ଭୋଇ, ସବିତା ଦାସ, ରେବତୀ ବାରିକ, ସତ୍ୟଭାମା ଶଙ୍ଖୁଆ ପ୍ରମୁଖଙ୍କ ସହ କମିଟିର କର୍ମକର୍ତ୍ତା, ଗ୍ରାମବାସୀ ଓ ଅଭିଭାବକ ବୃନ୍ଦ ଉପସ୍ଥିତ ଥିଲେ ।

Leave a Reply