Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୁପ୍ରିମକୋର୍ଟରୁ ଗୁଗଲକୁ ବଡ଼ ଝଟକା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୁପ୍ରିମକୋର୍ଟରୁ ଗୁଗଲକୁ ବଡ଼ ଝଟକା

ନୂଆଦିଲ୍ଲୀ : ଭାରତୀୟ ପ୍ରତିଦ୍ୱ-ିତା ଆୟୋଗ (ଉଉଓ) ଏବଂ ଗୁଗଲ ମଧ୍ୟରେ ଜାରି ଆଇନଗତ ଲଢେଇରେ ଆମେରିକୀୟ କମ୍ପାନିକୁ ବଡ଼ ଝଟକା ଲାଗିଛି । ସିସିଆଇ ଦ୍ୱାରା ଗୁଗଲ ଉପରେ ଲାଗୁ କରାଯାଇଥିବା କଟକଣାକୁ ସୁପ୍ରିମକୋର୍ଟ ଠିକ୍ ଦର୍ଶାଇବା ସହ ନ୍ୟାସନାଲ କମ୍ପାନି ଲ’ ଅପିଲେଟ୍ ଟ୍ରିବ୍ୟୁନାଲ ଦ୍ୱାରା ପାରିତ ଆଦେଶ ଉପରେ ରୋକ ଲଗାଇବାକୁ ମନା କରିଛନ୍ତି । ସୂଚନା ଥାଉକି ଏନସିଏଲଏଟି ମଧ୍ୟ ସିସିଆଇର ଜରିମାନା ନିଷ୍ପତ୍ତିକୁ ସଠିକ୍ ଦର୍ଶାଇଥିଲା । ଏହାସହ କୋର୍ଟ ଗୁଗଲକୁ ୧,୩୩୭ କୋଟି ଟଙ୍କାର ଜରିମାନାରୁ ୧୦ ପ୍ରତିଶତ ଜମା କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଯାହାକୁ ବିରୋଧ କରି ଗୁଗଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଏବଂ ଏଠାରେ ମଧ୍ୟ ଏହି ଟେକ୍ କମ୍ପାନିକୁ ଝଟକା ଲାଗିଛି । ଭାରତର ପ୍ରଧାନ ବି·ରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସିସିଆଇର ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରି ଗୁଗଲକୁ ଗୋଟିଏ ସପ୍ତାହର ସମୟ ଦେଇଛନ୍ତି । ଆସନ୍ତା ସପ୍ତାହ ମଧ୍ୟରେ ଗୁଗଲକୁ ଜରିମାନାର ୧୦ ପ୍ରତିଶତ ରାଶି ଦେବାକୁ ପଡିବ । ଏହାସହ ଗୁଗଲର ଯାଚିକାକୁ ପୁଣି ଥରେ ଏନସିଏଲଏଟି ନିକଟରୁ ଫେରାଇ ଦେଇଛନ୍ତି । ମାର୍ଚ୍ଚ ୩୧ ସୁଦ୍ଧା ଏହି ମାମଲା ଉପରେ ନିଷ୍ପତ୍ତି ନେବା ପାଇଁ ଏନସିଏଲଏଟିକୁ ନିଦେ୍ର୍ଦଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମୋବାଇଲ ଇକୋସିଷ୍ଟମରେ ନିଜର ଉପସ୍ଥିତିର ଦୁରୁପଯୋଗ ନେଇ ଭାରତୀୟ ପ୍ରତିଦ୍ୱ-ିତା ଆୟୋଗ (ସିସିଆଇ) ଗୁଗଲ ଉପରେ ଜରିମାନା ଲାଗୁ କରିଥିଲା ।

Leave a Reply