Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରାଚୀନଗର, ଭଦ୍ରକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମତମ ବାର୍ଷିକ ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରାଚୀନଗର, ଭଦ୍ରକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମତମ ବାର୍ଷିକ ଉତ୍ସବ


ଭଦ୍ରକ: ସାମରାଇପୁର, ପ୍ରାଚୀନଗର, ଭଦ୍ରକ ସ୍ଥିତ ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନରେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର , ସମ୍ମାନିତ ଅତିଥି ଭାବେ ” ଅମୃତ ଦର୍ଶନ ଓ ଭଲ ଖବର”ର ସଂପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଏବଂ ମୁଖ୍ୟ ବକ୍ତା ଭାବେ ଇଂ ଅଭୟ ସୂତାର ଯୋଗଦେଇ ବୈଦିକ ଶିକ୍ଷାହିଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ତଥା ସଂସ୍କାରିତ ହେବାରେ ସାହାଯ୍ୟ କରି ସେମାନଙ୍କୁ ଉତ୍ତମ ନାଗରିକ ରୂପେ ଗଢିତୋଳିବବୋଲି ମତ ଦେଇଥିଲେ । ବିଦ୍ୟାଳୟ ରେ ପ୍ରଧାନ ଆଚର୍ଯ୍ୟା ଉର୍ବଶୀ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟ ର ଗୁରୁମା ମାନେ ସ୍ୱାଗତ ସଂଗୀତ ଗାନ କରିବା ସହ ଛାତ୍ରୀ ମାନେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ସଂପାଦକ ଡ଼ଃ ରମାକାନ୍ତ ନାୟକଙ୍କ ସମେତ ସମସ୍ତ ଅତିଥି ମାନେ ଏ ପୁରସ୍କୃତ କରିଥିଲେ । ଗୁରୁମା ଶୁଭଶ୍ରୀ ପଣ୍ଡା ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଂପାଦକ ତଥା ନାଟ୍ୟକାର ଡ଼ଃ ରମାକାନ୍ତ ନାୟକ ଙ୍କ ଦ୍ୱାରା ରଚିତ ଓ ନିଦେ୍ର୍ଦଶନାରେ ଛୋଟ ନାଟକ ” ଅତୁଟ ସଂପର୍କ ” ଏବଂ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ନାଟକ ପରିଚାଳନାରେ ସୁସ୍ମିତା ନାୟକ, ସଂଯୁକ୍ତା ଖିଲାର ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିଚାଳନା ରେ ଜ୍ୟୋତିପ୍ରଜ୍ଞା ଜେନା, ଅଜିତ୍ କୁମାର ବେହେରା, ସ୍ମିତାଞ୍ଜଳୀ ସାମଲ, ସ୍ନେହଲତା ଗୁରୁମା , ସୌଦାମିନୀ ନାୟକ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପର୍ଯ୍ୟାୟ ପ୍ରମୁଖ ଗୁରୁଜୀ ସୁବ୍ରତ ରାଉତ ଓ ପ୍ରଧାନଆଚାର୍ଯ୍ୟା ଉର୍ବଶୀ ନାୟକ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

Leave a Reply