Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାଳିକା ଶିକ୍ଷା କର୍ମଶାଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାଳିକା ଶିକ୍ଷା କର୍ମଶାଳା

ଛତ୍ରପୁର: ସ୍ଥାନୀୟ ଶ୍ରୀରାମ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରସରରେ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନା ଅନୁଯାୟୀ ବିଦ୍ୟାଳୟରେ ଅଧ୍ୟୟନରତ ୬ଷ୍ଠ ଶ୍ରେଣୀଠାରୁ ୧୦ମ ଶ୍ରେଣୀ ଭଉଣୀମାନଙ୍କ ବାଳିକା ଶିକ୍ଷା କର୍ମଶାଳା ୨୦୨୨-୨୩ ଅନୁଷ୍ଠିତ ହୋଇଛି । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ୧ମ କାଳାଂଶରେ ଛତ୍ରପୁର ସହରର ଜଣାଶୁଣା ଟାଇକୋଣ୍ଡା କ୍ରୀଡାବିତ୍ ମନୋଜ, ଲଳିତ ଏବଂ ଚିନା ପିଲାମାନଙ୍କୁ ଆତ୍ମ ସୁରକ୍ଷା କୌଶଳ ସମ୍ପର୍କରେ ସୁନ୍ଦର ଭାବରେ ବୁଝାଇବା ସହ ଅଭ୍ୟାସ କରାଇଥିଲେ । ୨ୟ କାଳାଂଶ ଯୁବ ଆଇନଜୀବୀ ସୁଲିପ୍ସା ପଣ୍ଡା ଶିଶୁ ଏବଂ ନାରୀ ଆଇନ୍ ସମ୍ବନ୍ଧରେ ପିଲାମାନଙ୍କୁ ସରଳ ଭାବରେ ବୁଝାଇଥିଲେ । ୩ୟ କାଳାଂଶରେ ଗଞ୍ଜାମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଭିଜ୍ଞ ଡାକ୍ତର ବନୋଜ କର ମହୋଦୟ ପିଲାମାନଙ୍କ ଶାରୀରିକ ବିକାଶ ଓ ନାରୀର ଶାରୀରିକ ସମସ୍ୟା ସମ୍ବନ୍ଧିତ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଚତୁର୍ଥ କାଳାଂଶ ସିଲେଇ ଶିକ୍ଷା ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ସୁନୀତା ଶତପଥୀଙ୍କ ଦ୍ୱାରା ହୋଇଥିଲା । ଅନୁଷ୍ଠାନର ସଂପାଦକ ପଦ୍ମ ଚରଣ ସାହୁ, ଉପସଭାପତି ଗୀତା ପାଢୀ, କୋଷାଧ୍ୟକ୍ଷ ଏ. ରାବଣା ରାଓ ଏବଂ ମାତୃଭାରତୀ ସଂଗଠନ ସଭାପତି ଭାଗ୍ୟଲତାତା ପାଢୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଦ୍ୟାଳୟର ପରିଚାଳନା ସମିତିର ସଦସ୍ୟା ସୁନୀତା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୨୨୦ ଶିଶୁ ଭଉଣୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ସମସ୍ତ ଗୁରୁମା ଏବଂ ସେବିକାମାନଙ୍କ ସହଯୋଗରେ ହୋଇଥିଲା ।

Leave a Reply