Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମ୍ବଲପୁର ହିଂସା ମାମଲା ଏସପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମ୍ବଲପୁର ହିଂସା ମାମଲା ଏସପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ

ଭୁବନେଶ୍ୱର- ସମ୍ବଲପୁର ହିଂସା ନେଇ ସାମନାକୁ ଆସିଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟା । ସୂଚନା ଅନୁସାରେ, ହନୁମାନ ଜୟନ୍ତୀ ପାଇଁ ଗତ ଏପ୍ରିଲ ୧୨ତାରିଖରେ ବାହାରିବାକୁ ଥିବା ଶୋଭାଯାତ୍ରା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିପାରେ ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନେଇ ଗୁଇନ୍ଦା ବିଭାଗ ଚିଠି ଲେଖି ଏସପିଙ୍କୁ ଆଗୁଆ ସତର୍କ କରିଥିଲା । ଭୁବନେଶ୍ୱର ସ୍ପେଶାଲ୍ ବ୍ରାଞ୍ଚର ଗୁଇନ୍ଦା ବିଭାଗ ଏସପି ଗତ ୧୧ ତାରିଖ ଦିନ ଏହି ମର୍ମରେ ସମ୍ବଲପୁର ଜିଲ୍ଲା ଏସପିଙ୍କୁ ଚିଠି ଲେଖି ସତର୍କ ରହିବାକୁ ସୂଚନା ଦେଇଥିଲେ । କିନ୍ତୁ ସମ୍ବଲପୁର ପୁଲିସ ଗୁଇନ୍ଦା ବିଭାଗର ନିଦେ୍ର୍ଦଶକୁ ଅଣଦେଖା କରିଥିବାରୁ ହିଂସା ଘଟିଥିଲା ବୋଲି ଏବେ ଚର୍ଚ୍ଚା ହେଉଛି ।ହିଂସାକାଣ୍ଡର ଦିନକ ପୂର୍ବରୁ ଗୁଇନ୍ଦା ଏସ୍?ପିଙ୍କ ଦ୍ୱାରା ସମ୍ବଲପୁର ଏସ୍?ପିଙ୍କୁ ଲେଖାଯାଇଥିବା ଚିଠି ଏବେ ଗଣମାଧ୍ୟମର ସାମ୍ନାକୁ ଆସିଛି ।

Leave a Reply