କନ୍ଧମାଳ ଗସ୍ତରେ ପ୍ରବୀଣ ଭାଇ ତୋଗାଡିଆ

ବାଲିଗୁଡ଼ା: ଆଜି ସଂଧ୍ୟା ୭ ବେଳକୁ ବାଲିଗୁଡା କୁ ଦୁଇଦିନିଆ ଗ୍ରସ୍ତରେ ଆସି ପହଞ୍ଚିଛନ୍ତି ପ୍ରବିଣ ଭାଇ ତୋଗାଡିଆଶ । ଆଜି ସଂଧ୍ୟା ୭ ବେଳେ ଗାୟତ୍ରୀ ମନ୍ଦିର ପରିସରରେ ପହଞ୍ଚିବା ପରେ ହିନ୍ଦୁ ସଂଗଠନ ପକ୍ଷରୁ ସ୍ଥାନୀୟ ବାଜାରେ ସ୍ୱାଗତ କରିବା ସହ ପୁର୍ତ ବିଭାଗ ବଙ୍ଗଳା କୁ ରୋଡ ସୋ ନେଇଛନ୍ତି ।ଆସନ୍ତା କାଲି ଗାୟତ୍ରୀ ମନ୍ଦିର ପରିସରରେ ଗୋ ମହା ଯଜ୍ଞ ରେ ଯୋଗଦାନ କରିବେ , ପରେ ପରେ ତୁମୁଡିବନ୍ଧ ସ୍ୱାମୀ ଜୀ ଙ୍କ ଆଶ୍ରମ ରେ ସ୍ୱାମୀ ଲଷ୍ମାଣା ନନ୍ଦ ସରସ୍ୱତୀ ଜୀ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ର କାଯ୍ୟକ୍ରମ ରହିଛି ପରେ ପରେ ବିଶାଳ ହିନ୍ଦୁ ସମ୍ମିଳନୀ ରେ ଉପସ୍ଥିତ ଜନସାଧାରଣ ଙ୍କ ପାଖରେ ଉଦଭୋବନ ରଖିବେ ପ୍ରବିଣ ଭାଇ ତୋଗାଡିଆ । ଶ୍ରୀ ତୋଗାଡିଆ ଙ୍କ କନ୍ଧମାଳ ଜିଲ୍ଲା ଗସ୍ତ କୁ ନେଇ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ଭାବେ ନେଇ, ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ୬ ତହସିଲଦାର ଙ୍କୁ ମାଜିଷ୍ଟ୍ରେଟ , ୫ ଡିଏସପି, ୬ ଇନ୍ସପେକ୍ଟର ଓ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସାମ୍ବାଦିକ ଙ୍କୁ ସାକ୍ଷାତକାର ରେ ଶ୍ରୀ ତୋଗାଡିଆ କହିଛନ୍ତି କନ୍ଧମାଳ ଜିଲ୍ଲା ହିନ୍ଦୁ ଙ୍କୁ ଭେଟିବା, ଏଠିକାର ଟ୍ରାଇବଲ୍ ଓ ହିନ୍ଦୁ ଙ୍କୁ ଭେଟିବା, ସେମାନଙ୍କ ମୁଖ ଦୁଃଖ ରେ ସାମିଲ୍ ହେବେ, ସେମାନଙ୍କ ସମ୍ମାନ, ସୁରକ୍ଷା ଯୋଜନା କରିବାର ଯୋଜନା ରହିଛି ।

Leave a Reply

Your email address will not be published. Required fields are marked *