Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମ୍ବଲପୁର ହିଂସାକାଣ୍ଡ ପ୍ରତିବାଦ,ବନ୍ଦରେ କୋରାପୁଟ ସାମିଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମ୍ବଲପୁର ହିଂସାକାଣ୍ଡ ପ୍ରତିବାଦ,ବନ୍ଦରେ କୋରାପୁଟ ସାମିଲ

କୋରାପୁଟ- ସମ୍ବଲପୁର ହିଂସାକାଣ୍ଡ ଘଟଣା ପ୍ରତିବାଦରେ ଆଜି ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସହ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି ବିଶ୍ୱହିନ୍ଦୁ ପରିଷଦ ଏବଂ ଅନ୍ୟ ସହଯୋଗୀ ହିନ୍ଦୁ ସଂଗଠନ । ତମାମ କୋରାପୁଟ ଜିଲ୍ଲାର କୋରାପୁଟ, ଜୟପୁର, ସେମିଳିଗୁଡା, ବୋରିଗୁମା, କୋଟପାଡ ଆଦି ସମସ୍ତ ସହରରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବ୍ୟାଙ୍କ ଏବଂ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜିଲ୍ଲାରେ ଗାଡ଼ିମଟର ଚଳାଚଳ ବନ୍ଦ ରହିଥିଲା । ଫଳରେ ରାସ୍ତାକଡ଼ରେ ସହ ସହ ଯାନ ବାହାନ ଅଟକି ରହିଥିଲା । କୋରାପୁଟ ସହରରେ ଦୋକାନ ବଜାର ସହ ଗାଡି ଚଳା ଚଳ ସମ୍ପୁର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ସହରରେ ୨ ପ୍ଳାଟୁନ ଫୋର୍ସ ମୂତୟନ ହୋଇଥିବା ବେଳେ କୋରାପୁଟ ଟାଉନ୍ ପୋଲିସ ପକ୍ଷରୁ ପେଟ୍ରୋଲିଂ କରି ସ୍ଥିତି ଉପରେ ନଜର ରଖିଛନ୍ତି । ସହରର ମୁଖ୍ୟ ଟ୍ରାଫିକ ଛକ,ଗୁଣ୍ଡିଚା ମନ୍ଦିର ଛକ, ରେଳୱେ ଷ୍ଟେସନ ଛକ, ବାଟ ମଙ୍ଗଳା ମନ୍ଦିର ଛକ ଠାରେ ବିଶ୍ୱ ହିନ୍ଧୁ ପରିଷଦ ଓ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି ।

Leave a Reply