ଶ୍ରୀହରିକୋଟାରୁ ନିସାର ଉତକ୍ଷେପଣ

ଶ୍ରୀହରିକୋଟା: ଜୁଲାଇ ୩୦ ବୁଧବାର ଭାରତ ଏବଂ ସମଗ୍ର ବିଶ୍ୱ ପାଇଁ ଏକ ଐତିହାସିକ ଦିନ ପାଲଟିଛି। ନାସା ଏବଂ ଇସ୍ରୋର ମିଳିତ ପ୍ରକଳ୍ପ, ଏନଆଇଏସଏଆର(ନିସାର) (ନାସା-ଇସ୍ରୋ ସିନ୍ଥେଟିକ୍ ଆପର୍ଚର ରାଡାର) ସାଟେଲାଇଟ୍ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି।

ଏହି ଉତ୍‌କ୍ଷେପଣ ସନ୍ଧ୍ୟା ୫ଟା ୪୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ କରାଯାଇଛି। ଏହାକୁ ଭାରତର ମହାକାଶ ବିଜ୍ଞାନରେ ଏକ ବଡ଼ ସଫଳତା ଭାବରେ ଦେଖାଯାଉଛି।ଏହି ଉପଗ୍ରହକୁ “ପୃଥିବୀର ଏମଆରଆଇ ସ୍କାନର୍” ମଧ୍ୟ କୁହାଯାଉଛି କାରଣ ଏହା ପୃଥିବୀ ପୃଷ୍ଠର ସୂକ୍ଷ୍ମ ଚିତ୍ର ନେଇପାରି। ଏହା ମାତ୍ର ଏକ ସେଣ୍ଟିମିଟର ସ୍ତରରୁ ମଧ୍ୟ ପୃଥିବୀର ପରିବର୍ତ୍ତନଗୁଡ଼ିକୁ ଧରିପାରିବ।

Leave a Reply

Your email address will not be published. Required fields are marked *