Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀରାମ ନବମୀ ବନ୍ତ ଗ୍ରାମର ଗଳି ଠାରୁ ଆରମ୍ଭ କରି ବଜାର ସବୁଠାରେ ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀରାମ ନବମୀ ବନ୍ତ ଗ୍ରାମର ଗଳି ଠାରୁ ଆରମ୍ଭ କରି ବଜାର ସବୁଠାରେ ପାଳନ

ବନ୍ତ: ଆଜି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କଜନ୍ମ ଜୟନ୍ତୀ ଅବସରରେ ଶ୍ରୀରାମ ନବମୀ ଗ୍ରାମର ଗଳି ଠାରୁ ଆରମ୍ଭ କରି ବଜାର ସବୁଠାରେ ପାଳନ ହୋଇଛି ରାମନବମୀ । ଏଥର ଗଣିଜାଙ୍ଗ ବଜାର ଜଗନ୍ନାଥ ନିକଟରେ ଥିବା କାଳୀ ପଡ଼ିଆରେ ସୁସଜ୍ଜିତ ରାମଙ୍କର ମୃମୟି ମୂର୍ତ୍ତି ସହିତ ରଥ ପୂଜା କରି ବଜାର, ଗ୍ରାମ, ପରେ ଛୟାଳସିଂ, ଟିଲୋ, ବନ୍ତ, ନିଲୋକ୍, ସେଣ୍ଡତିରା, କେନ୍ଦୁଆପଦା ବଜାର ପରିକ୍ରମା କରିଥିଲେ ଶହ ଶହ ମୋଟର ସାଇକେଲ ରାଲି, ସହିତ ଡିଜେ ଶବ୍ଦରେ ପ୍ରକମ୍ପିତ ହେଉଥିଲା ଶ୍ରୀରାମ ଧ୍ୱନିରେ । ପରେ ବାରିକପୁର ଛକ ଦେଇ ଭଦ୍ରକ ପରିକ୍ରମା କରି ଗାନ୍ଧୀ ପଡ଼ିଆ ସ୍ଥିତ ଯଜ୍ଞ ସ୍ଥଳରେ ପହଞ୍ଚିଥିଲା ଗଣିଜାଙ୍ଗ ଶ୍ରୀ ରାମ ରଥ । ସେହିପରି ରାମନବମୀ କମିଟି ବନ୍ତ ବ୍ଲକ ତରଫରୁ ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ସହ ରଥମେଢ, ଡିଜେ ଓ ସପ୍ସକୀର୍ତ୍ତନ ସହ ଅନୁ୍ୟନ ୩୦୦ ବାଇକ୍ ଭଦ୍ରକ ଶ୍ରୀରାମନବମୀ ସକୀର୍ତ୍ତନ ଶୋଭାଯାତ୍ରାରେ ଯାଇ ସାମିଲ ହୋଇଥିଲା । ଏଥିପାଇଁ ୧୦ ଟା ସମୟରେ ସମସ୍ତ ଶ୍ରୀ ରାମ ଭକ୍ତ ନିଜ ନିଜ ବାଇକ ସହ ବନ୍ତ ବିରିଗଡିଆ ମଠରେ ପହଞ୍ଚିଥିଲେ । ଠିକ୍ ୧୧ ଟାରେ ଶୋଭାଯାତ୍ରା ମଠରୁ ବାହାରି ବନ୍ତ-ଆଗରପଡା ରାସ୍ତାର ସଖିପାଟଣା, ଗଭରପୁର, ଜଗଦୀଶପୁର, ରଘୁନାଥପୁର ଓ ନିମାପଡା ଜଗନ୍ନାଥ ମନ୍ଦିର ଛକ ଦେଇ ଭାୟା ସିଲନ୍ଦି ବାଟେ ବସନ୍ତିଆ ବଜାରରେ ପହଞ୍ଚିଥିଲେ । ବସନ୍ତିଆରୁ ସିଧା ବନ୍ତ, ଟିଲୋ, ପଳସା, ଗଣିଜାଙ୍ଗ, ବରପଦା ରାନ୍ଦିଆ ଦେଇ ଭଦ୍ରକ ଅଭିମୁଖେ ଶୋଭାଯାତ୍ରାରେ ଯାଇ ଭଦ୍ରକ ଜିଲ୍ଲା ଶ୍ରୀରାମ ଯଜ୍ଞ ସ୍ଥଳରେ ପହଞ୍ଚି ଥିଲେ । ସେହି ପରି ଟିଲୋରେ ୪୭ତମ ରାମ ନବମୀ ପୁତ୍ତି ଅବସରରେ ଶତାଧିକ ବାଇକ୍ କୁ ନେଇ ଏକ ବାଇକ ରାଲି ଅନୁଷ୍ଠିତ ହେଇଥିଲା । ବାଜା ବାଣ, ଡିଜେ ରୋଷଣିରେ ଜୟ ଶ୍ରୀ ରାମରେ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ଭାବମୟ ପରିବେଶ । ଆଗରପଡ଼ାରେ ସେହିପରି ରାମ ନବମୀ କମିଟି ପକ୍ଷରୁ ରାମ ନବମୀ ଅବସରରେ ମୋଟର ସାଇକେଲ ରାଲି ଓ ରାମ ମେଢ଼ ଶୁଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅନ୍ୟପକ୍ଷରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଜୟନ୍ତୀ ଅବସରରେ ଏକ ବିଶାଳ ଶୋଭାଯାତ୍ରା ଏହି ବ୍ଲକ ଆଗରପଡ଼ା ବଜାର ପରିକ୍ରମା କରିଛି । ଶ୍ରୀରାମନବମୀ କମିଟି ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରା ପୁରୁଷଣ୍ଢ ହନୁମାନ ମନ୍ଦିର ନିକଟରୁ ବାହାରି ତାରିଣୀଛକ, ଲକ୍ଷ୍ମୀବଜାର, କଲେଜଛକ, କୁଅାଁଶମଢିଆ ଛକ ଦେଇ ଯାଇଥିଲା । ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ବେଶଧାରୀ କୁନି କଳାକାରମାନେ ଏକ ସୁସଜ୍ଜିତ ଖୋଲାଗାଡ଼ିରେ ରାମାୟଣର ବିଷୟବସ୍ତୁ ଉପରେ ଅଭିନୟ ପ୍ରଦର୍ଶନ କରିଥିଲେ, ଯାହାକି ବେଶ ଆକର୍ଷଣୀୟ ହୋଇଥିଲା । ସଂପୃକ୍ତ ଅଞ୍ଚଳର ପୁରୁଷଣ୍ଢ, ବିଟିପୁର, ବଡ଼ମହିଷଗୋଠ, ଗୋପିନାଥପୁର, ଅଣିଜୋ, ମହାନ୍ତିପଡ଼ା, ଆଡ଼ିଆ ପଞ୍ଚାୟତରୁ ଶୋଭାଯାତ୍ରା ମାନ ବାହାରି ପୁରୁଷଣ୍ଡ ହନୁମାନଙ୍କ ନିକଟରେ ପହଞ୍ଚିବା ପରେ ଶୋଭାଯାତ୍ରା ବାହାରି ଥିଲା ।

Leave a Reply