ଖୋର୍ଦ୍ଧା ଶ୍ରୀରାମ ନବମୀ ସମନ୍ୱୟ ସମିତି ପକ୍ଷରୁ ସହରରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ

ଖୋର୍ଦ୍ଧା: ରାମନବମୀ ଉପଲକ୍ଷେ ଖୋର୍ଦ୍ଧା ଶ୍ରୀରାମ ନବମୀ ସମନ୍ୱୟ ସମିତି ପକ୍ଷରୁ ସହରରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ସ୍ଥାନୀୟ ମୁକୁନ୍ଦପ୍ରସାଦ ମେଳଣ ପଡିଆରୁ ଆରମ୍ଭ ହୋଇଥିଲା । ମୁକୁନ୍ଦପ୍ରସାଦ ମେଲଣ ପଡିଆରୁ ଅନୀଲ ବେହେରା, ଆଶିଷ ଛୋଟରାୟ, ରିତେଷ ମଙ୍ଗରାଜ, ସାଇକୃପା ପତଙ୍ଗ, ସ୍ମୃତି ରଞ୍ଜନ ପ୍ରଧାନ ପ୍ରମୁଖ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ଶୋଭାଯାତ୍ରା ମାରୱାଡି ପଟି ବଜାର, ପୁରୁଣା ଟ୍ରାଫିକ ଛକ, ବ୍ୟାଙ୍କ ଛକ, କୋର୍ଟ ଛକ, ଫରେଷ୍ଟ କଲୋନୀ ଛକ, ବିଡିଏ କଲୋନୀ ଛକ, ନୂଆବସଷ୍ଟାଣ୍ଡ, ପଲା, ତୋଟାପଡା ଛକଦେଇ ଜରିପୁଟସ୍ଥିତ ସଙ୍କଟ ମୋଚନ ମହାବୀର ମନ୍ଦିରଠାରେ ପହଁଚିଥିଲା । ଏହି ଶୋଭାଯାତ୍ରାରେ ଏକ ଖୋଲା ସୁସଜ୍ୱିତ ଜିପରେ ରାମ, ଲକ୍ଷ୍ମଣ, ସୀତା, ହନୁମାନ ବେଶଧାରୀ ପାଲଟିଥିଲେ ମୁଖ୍ୟ ଆକର୍ଷଣ । ଶୋଭାଯାତ୍ରାର ଆଗରେ ଖୋଲା ଜିପରେ ଶ୍ରୀରାମଙ୍କ ବିଶାଳକାୟ ଫଟୋଚିତ୍ର, ଗେରୁଆ ରଙ୍ଗର ପତାକା ରହିଥିବା ବେଳେ ପଛରେ ରହିଥିଲା ଲମ୍ବା ଲାଇନ ରେ ବାଇକ ଶୋଭାଯାତ୍ରା । ଜୟଶ୍ରୀରାମ ଧ୍ୱନୀରେ ପ୍ରକଳମ୍ପିତ ହୋଇଥିବଲା ଗଗନ ପବନ । ଏହି ଶୋଭାଯାତ୍ରାରେ ହଜାର ହଜାର ଭକ୍ତ ଯୋଗଦେଇଥିଲେ । ତେବେ ରାସ୍ତା ଦୁଇ ପାଶ୍ୱର୍ରେ ହରିବୋଲ, ହୁଳୁହୁଳି ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା । ଜୟ ଶ୍ରୀରାମ ,ଧ୍ୱନୀ ଦେଇ ଏହି ବାଇକ ଶୋଭାଯାତ୍ରା ହୋଇଥିଲା । ଏହି ଶୋଭାଯାତ୍ରା ପ୍ରାୟ ୧ କମିଃ ଲମ୍ବା ପର୍ଯ୍ୟନ୍ତ ଲାଗି ରହିଥିଲା । ତେବେ ପଶୁ ଡାକ୍ତରଖାନୋ ଛକଠାରେ ମହାବୀର ୟୁଥକ୍ଲବ ପକ୍ଷରୁ ଦହିପଣା ଦିଆଯିବା ସହ ପାଣି ଛିଂଚା ଯାଉଥିଲା । ଅଭିଷେକ ସିଂ ସାମନ୍ତ, କମଲ ପ୍ରଧାନ, ଲଳିତ ମୋହନ ମହାପାତ୍ର, ସତ୍ୟପ୍ରକାଶ ସାହୁ, ସୋମନାଥ ଭୁଜବଳ, ଜିତେନ୍ଦ୍ର କୁମାର ମାନସିଂହ, ରଘୁ ପଣ୍ଡା (ପୋଟଳ), ସୁବ୍ରତ ବାରିକ, ଚନ୍ଦନ ପ୍ରଧାନ, ତପୁ ଗୁରୁ, ଲିପୁନ ଖଟେଇ, ରାକେଶ ବେହେରା, ଧରମା ସ୍ୱାଇଁ ରାକେଶ ସାହୁ, ଶ୍ରୀତମ ଦଳେଇ, ଜ୍ଞାନରଞ୍ଜନ ମହାନ୍ତି, ରାକେଶ ସାହୁ ପ୍ରମୁଖ ଉପସ୍ଥିତ ରହି ଦହିପଣା ବଂଟନ କରିଥିଲେ ।

Leave a Reply

Your email address will not be published. Required fields are marked *