ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିସରରେ ଥିବା ଶ୍ରୀଦୁର୍ଗା ମନ୍ଦିରର ଶିଖରରେ କଳସ ସ୍ଥାପନା
ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମିରେ ନିର୍ମାଣର କାର୍ଯ୍ୟ ଦ୍ରୁତ ଭାବେ ଚାଲୁଛି । ବୁଧବାର ଶ୍ରୀରାମ ଜନ୍ମଭୂମି ମନ୍ଦିର ପରକୋଟାର ଉତର ପଶ୍ଚିମ କୋଣରେ ନିର୍ମାଣ ହେଉଥିବା ଶ୍ରୀଦୁର୍ଗା ମନ୍ଦିର ଶିଖରରେ ପୂରା ବିଧିବିଧାନରେ କଳସ ସ୍ଥାପନା କରାଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମହାମନ୍ତ୍ରୀ ଚମ୍ପତ ରାୟ କହିଛନ୍ତି ଯେ, ସମସ୍ତ ମନ୍ଦିରର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହେବା ଉପରେ । ମଙ୍ଗଳବାର ବୈଶାଖ କୃଷ୍ଣ ଦ୍ୱିତୀୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିସରରେ ସନ୍ଥ ତୁଳସୀଦାସଙ୍କ ପ୍ରତିମାର ଲୋକାର୍ପଣ ହୋଇଥିଲା । ତୀର୍ଥକ୍ଷେତ୍ରର ମହାମନ୍ତ୍ରୀ କହିଛନ୍ତି ଯେ, ଯାତ୍ରୀ ସୁବିଧା କେନ୍ଦ୍ରର ପୂର୍ବଦିଗରେ ପ୍ରବେଶ ଦ୍ୱାର ପ୍ରାଙ୍ଗଣରେ ସ୍ଥାପିତ ମାନସ ପ୍ରଣେତାଙ୍କ ପ୍ରତିମାର ବିଧିବଧ ପୂଜାର୍ଚ୍ଚନା ପରେ ଲୋକାର୍ପଣ କରାଯାଇଥିଲା । ଆଜି ଶ୍ରୀରାମ ଜନ୍ମଭୂମି ମନ୍ଦିର ପରକୋଟାର ଉତର ପଶ୍ଚିମ ଦିଗରେ ଶ୍ରୀଦୁର୍ଗା ମନ୍ଦିରର ଶିଖରରେ କଳସ ସ୍ଥାପନା କରାଯାଇଛି ।