ଶତାବ୍ଦୀ ବର୍ଷ ଉତ୍ସବ ପାଳନର ଅବସର ନୁହେଁ, ବରଂ ଆତ୍ମମନ୍ଥନ, ଆତ୍ମାବଲୋକନ ଏବଂ ଦାୟିତ୍ୱବୋଧର ସମୟ

ଶତାବ୍ଦୀ ବର୍ଷ ଉତ୍ସବ ପାଳନର ଅବସର ନୁହେଁ, ବରଂ ଆତ୍ମମନ୍ଥନ, ଆତ୍ମାବଲୋକନ ଏବଂ ଦାୟିତ୍ୱବୋଧର ସମୟ
ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ଶତାବ୍ଦୀ ବର୍ଷ ପାଳନର ଏକ ଅଂଶ ସ୍ୱରୂପ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଯୋଧପୁରର ଯୋଧପୁର କ୍ଲବରେ ଡିସେମ୍ବର ୧୪ ତାରିଖ ଦିନ ଏକ ପ୍ରମୁଖ ଜନ ସଂଗୋଷ୍ଠୀ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ କ୍ଷେତ୍ରର ଚୟନୀତ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆରଏସଏସର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ମୁଖ୍ୟ ବକ୍ତାରୂପେ ଯୋଗ ଦେଇ ଥିବା ବେଳେ ମୁଖ୍ୟ ଅତିଥି ଭାବରେ ଆଇଆଇଟି ଯୋଧପୁର ନିର୍ଦ୍ଦେଶକ ପ୍ରଫେସର ଅଭିନାଶ କୁମାର ଅଗ୍ରୱାଲ ଯୋଗ ଦେଇଥିଲେ।
ଆରଏସଏସର ୧୦୦ ବର୍ଷର ସେବା ଏବଂ ସାଧନା ପ୍ରେରଣାଦାୟକ ବୋଲି ବର୍ଣ୍ଣନା କରି ପ୍ରଫେସର ଅଭିନାଶ କୁମାର ଅଗ୍ରୱାଲ କହିଛନ୍ତି ଯେ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଆରଏସଏସ ଚରିତ୍ର ନିର୍ମାଣ, ଶୃଙ୍ଖଳା ଏବଂ ରାଷ୍ଟ୍ରଭାବକୁ ମଜବୁତ କରିଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ରାଷ୍ଟ୍ରୀୟ ପ୍ରଗତି ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଆଇଆଇଟି ଯୋଧପୁର ହିନ୍ଦୀ ସମେତ ଭାରତୀୟ ଭାଷାରେ ଶିକ୍ଷା, ଗବେଷଣା ଏବଂ ନବସୃଜନକୁ ଉତ୍ସାହିତ କରି ଭାରତୀୟ ଜ୍ଞାନ ପରମ୍ପରାକୁ ଆଗକୁ ବଢ଼ାଉଛି।

ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ କହିଛନ୍ତି ଯେ ସଂଘର ଶତାବ୍ଦୀ ବର୍ଷର୍ ପାଳନର ଅବସର ନୁହେଁ, ବରଂ ଆତ୍ମମନ୍ଥନ, ଆତ୍ମାବଲୋକନ ଏବଂ ଦାୟିତ୍ୱବୋଧର ସମୟ । ସେ ସ୍ପଷ୍ଟ କରିଥିଲେ ଯେ ସମାଜ ଶାଶ୍ୱତ ଓ ରାଷ୍ଟ୍ର ଅମର ଏବଂ ସଂଘର ଆରଧନା ରାଷ୍ଟ୍ର ପ୍ରତି ସମର୍ପିତ। ନିରନ୍ତର ଆକ୍ରମଣ ଏବଂ ଦୀର୍ଘକାଳୀନ ବିଦେଶୀ ଶାସନ ସତ୍ତ୍ୱେ ଭାରତର ଆତ୍ମା ଅକ୍ଷୁର୍ଣ୍ଣ ରହିଛି ଏବଂ ରାଷ୍ଟ୍ର ନିରନ୍ତର ପ୍ରଗତି ପଥରେ ଆଗେଇ ଚାଲିଛି ।

ଫିନିକ୍ସ ପକ୍ଷୀ ସହିତ ଭାରତକୁ ତୁଳନା କରି ସରକାର୍ଯ୍ୟବାହ କହିଛନ୍ତି ଯେ ଭାରତ ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିରେ ନିଜକୁ ପୁନଃ:ସଶକ୍ତ କରିଚାଲିଛି। ସେ ଇସ୍ରାଏଲ ଏବଂ ଜାପାନର ଉଦାହରଣ ମାଧ୍ୟମରେ ରାଷ୍ଟ୍ରଭକ୍ତି, ଆତ୍ମସମ୍ମାନ ଏବଂ ସଂଗଠନ ଶକ୍ତିର ମହତ୍ୱକୁ ଗୁରୁତ୍ୱାରୋପ କରିଥିଲେ। ସ୍ୱାମୀ ବିବେକାନନ୍ଦ ଏବଂ ଡକ୍ଟର କେଶବରାଓ ବଳିରାମ ହେଡଗେୱାରଙ୍କ ବିଚାରକୁ ଉଲ୍ଲେଖ କରି ସେ ଭାରତୀୟ ସମାଜ ମଧ୍ୟରେ ଆତ୍ମସମ୍ମାନ ଏବଂ ସ୍ୱ-ବୋଧରର ପୁନର୍ଜାଗରଣ ପାଇଁ ଆହ୍ୱାନ କରିଥିଲେ।

ସଂଘ ଦ୍ୱାରା ପ୍ରତିପାଦିତ ପଞ୍ଚ ପରିବର୍ତ୍ତନ – ସାମାଜିକ ସମରସତା, ପର୍ଯ୍ୟାବରଣ ସୁରକ୍ଷା, ଆତ୍ମନିର୍ଭରଶୀଳ ଭାରତ, କୁଟୁମ୍ଭ ପ୍ରବୋଧନ ଏବଂ ନାଗରିକ କର୍ତ୍ତବ୍ୟ – କୁ ସାମାଜ ପରିବର୍ତ୍ତନର ମାର୍ଗଦର୍ଶକ ସୂତ୍ର ଭାବରେ ବର୍ଣ୍ଣନା କରି ସେ କହିଥିଲେ ଯେ ଏହି ମୂଲ୍ୟବୋଧ ଦ୍ୱାରା ଏକ ସମରସ,ସଶକ୍ତ ଏବଂ ଉତ୍ତରଦାୟୀ ଭାରତ ଗଠନ ସମ୍ଭବ।

Leave a Reply