Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲହୁଣୀପଡ଼ାରେ ବନ୍ଦ ପ୍ରଭାବରେ ଦୋକାନ ବଜାର ସମ୍ପୂର୍ଣ୍ଣ ଠପ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲହୁଣୀପଡ଼ାରେ ବନ୍ଦ ପ୍ରଭାବରେ ଦୋକାନ ବଜାର ସମ୍ପୂର୍ଣ୍ଣ ଠପ୍

ଲହୁଣୀପଡ଼ା: ଆଜି ବିଶ୍ୱହିନ୍ଦୁ ପରିଷଦ ତଥା ବଜରଙ୍ଗ ଦଳ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । ସମ୍ବଲପୁରଠାରେ ହେଇଥିବା ହିଂସା କାଣ୍ଡକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିଲା । କେବଳ ଜରୁରୀକାଳିନ ସେବାକୁ ଛାଡି ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ଥିଲା । ଏହାକୁ ଜନସାଧାରଣ ସମର୍ଥନ କରି ସମସ୍ତ ଦୋକାନ ବଜାର, ଅଫିସ, ଗାଡ଼ି ଚଳାଚଳ ବନ୍ଦ ଥିବା ଦେଖିବାକୁ ମିଳିଥିଲା । ଆଜି ରାଜାମୁଣ୍ଡା ବାଇପାସ୍ ଛକଠାରେ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ତଥା ବିଜେପି ଦଳ ପକ୍ଷରୁ ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଏଥିରେ ବିଜେପି ଦଳ ମଧ୍ୟ ସାମିଲ ଥିବା ଦେଖିବାକୁ ମିଳିଥିଲା । ବନ୍ଦ୍ ଯୋଗୁଁ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଭାରି ଯାନ ଛିଡ଼ା ହୋଇଥିଲା । ଯାତ୍ରୀ ବାହି ବସ୍ ସବୁ ରାସ୍ତା କଡ଼ରେ ଛିଡା ହୋଇ ଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳାର ସହିତ ଏହି ବନ୍ଦ ଥିବା ଦେଖିବାକୁ ମିଳିଥିଲା । କୌଣସି ଜାଗାରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିବା ଜଣାପଡିଛି । ଏହି ବନ୍ଦ ସକାଳ ୭ ଟାରୁ ୧୦ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ମାତ୍ର ୪ ଘଣ୍ଟା ରାସ୍ତା ଅବରୋଧ କରିବା ପରେ ବିଶ୍ୱହିନ୍ଦୁ ପରିଷଦ ତଥା ବଜରଙ୍ଗ ଦଳର କର୍ମୀମାନଙ୍କୁ ଲହୁଣୀପଡା ପୋଲିସ ଆସି ଉଠାଇ ଆଣିଥିଲା । ପରବର୍ତ୍ତୀ ସମୟରେ ଅର୍ଥାତ ସକାଳ ୧୦ ସମୟରେ ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ୱାଭାବିକ ହୋଇ ଥିଲେ ସୁଧା ଦୋକାନ ବଜାର ଅଫିସ ଆଦି ସମ୍ପୂର୍ଣ୍ଣ ବନ୍ଦ ଥିବା ଦେଖିବାକୁ ମିଳିଥିଲା ।

Leave a Reply