ନର୍ଲାରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବନ୍ଦ ପାଳିତ

ନର୍ଲା: ସମ୍ବଲପୁରଠାରେ ହନୁମାନଜୟନ୍ତୀ ପୂର୍ବରୁ ଓ ହନୁମାନଜୟନ୍ତୀ ଦିନ ଯେଉଁଭଳି ଭାବରେ ସାମ୍ପ୍ରଦାୟିକ ଦଙ୍ଗାହେଲା ସେ ଘଟଣାର ପ୍ରତିବାଦକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳବନ୍ଦ ଡ଼ାକରାର ପ୍ରଭାବ ପଡିଛି ପଶ୍ଚିମ ଓଡ଼ିଶାରେ । ଅନେକ ସ୍ଥାନରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ଠାରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବୁଧବାର ନର୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଶ୍ୱହିନ୍ଦୁ ପରିଷଦ ପୂର୍ବତନ ଜିଲ୍ଲା ପରିଷଦ ତଥା ଓବିସି ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ନାଏକ, ମନ୍ମୟ ଚାନ୍ଦ ନେତୃତ୍ୱରେ ଏହି ବଜରଙ୍ଗ ଦଳର କର୍ମକର୍ତ୍ତା ତଥା ହିନ୍ଦୁ ସପକ୍ଷବାଦୀମାନେ ଏକତ୍ରିତ ହୋଇ ହାତରେ ପତାକା ଧରି ଜୟ ଶ୍ରୀରାମଙ୍କ ନାମ ଉଚ୍ଚାରଣ ନାରା ଦେଇ ନର୍ଲା ଚାରି ଛକ୍ଠାରୁ ବ୍ଳକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଲିରେ ବାହାରି ସମସ୍ତ ଦୋକାନ ବଜାରକୁ ଶାନ୍ତି ଶୃଙ୍ଖଳା ଭାବେ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ । ନର୍ଲାର ବିଭିନ୍ନ ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ରାଷ୍ଟ୍ରାୟତା ବ୍ୟାଙ୍କ ଓ ହିନ୍ଦୁ ସଙ୍ଗଠନ ତରଫରୁ ବନ୍ଦ କରାଯାଇଥିଲା । ବିଶ୍ୱହିନ୍ଦୁ ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ତୀର୍ଥବାସି ବୁଦ୍ଧିଆ, ଅଜୟ କୁମାର ନାଏକ, ଯୁବ ନେତା ହୃଷିକେଶ ବୁଦ୍ଧିଆ ଦଶରଥ ସାହୁ, ରଞ୍ଜନ କୁମାର ମହାନ୍ତି, ସରୋଜ କୁମାର ବୁଦ୍ଧିଆ, ଅଜୟ ନନ୍ଦ, କ୍ଷମା ସାଗର ସାହୁ ପ୍ରମୁଖ ସହ ସମସ୍ତ କର୍ମୀ ଉପସ୍ଥିତ ରହିବାର ଘଣ୍ଟିଆ ଡାକରା ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *