Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲଭ୍ ଜିହାଦ ଓ ଧର୍ମାନ୍ତରଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲଭ୍ ଜିହାଦ ଓ ଧର୍ମାନ୍ତରଣ


-ସୌମେନ୍ଦ୍ର ଜେନା-

ଦେଶରେ ଲଭ୍ ଜିହାଦକୁ କେନ୍ଦ୍ରକରି ଅନେକ ବିଭତ୍ସ ହତ୍ୟାକାଣ୍ଡ ବିଗତ କିଛିମାସ ହେଲା ସମସ୍ତଙ୍କ ଦୃଷ୍ଟିକୁ ଆସିବାରେ  ଲାଗିଛି । ଏମିତି ଘଟଣା ଯେ ପୂର୍ବରୁ ସମାଜରେ ଘଟୁନଥିଲା ତା ନୁହେଁ । ପୂର୍ବେ ଶାସନ, ପ୍ରଶାସନ ଏଭଳି ଘଟଣାକୁ ଆଦୌ ଗୁରୁତ୍ୱ ଦେଉନଥିଲେ । ଆଉ ବର୍ତ୍ତମାନର ସରକାର ଏହାକୁ ନଜର ଅନ୍ଦାଜ କରିବାକୁ  ପ୍ରସ୍ତୁତ ନୁହେଁ । ଯେଉଁଥିପାଇଁ ଘଟଣାଗୁଡିକ ଭିନ୍ନ ଭିନ୍ନ ରାଜ୍ୟରେ ଘଟି·ଲିଥିଲେ ମଧ୍ୟ ସେଗୁଡିକ ଗଣମାଧ୍ୟମଗୁଡିକରେ ସ୍ଥାନ ପାଉଛି । ଏ କ୍ଷେତ୍ରରେ ପ୍ରମୁଖ ଗଣମାଧ୍ୟମଗୁଡିକ ତୁଳନାରେ ସାମାଜିକ ଗଣମାଧ୍ୟମ ଅଧିକ ସକ୍ରୀୟ ରହିଥିବା ଦେଖିବାକୁ ମିଳୁଛି । ଦେଶର କୋ÷÷ଣସି କୋଣରେ ଘଟଣା ଘଟୁଥଲେ ବି ସାମାଜିକ ଗଣମାଧ୍ୟମ ସହାୟତାରେ ତାହା ଅଳ୍ପ ସମୟରେ ବହୁ ଲୋକଙ୍କ ନିକଟରେ ପହଞ୍ଚôପାରୁଛି । ରାଜ୍ୟ ସରକାରଗୁଡିକ ଏଭଳି ଘଟଣାଗୁଡିକୁ ଏବେ ଅଧିକ ଗୁରୁତ୍ୱ ଦେଉଛନ୍ତି, ପଦକ୍ଷେପ ମଧ୍ୟ ନେଉଥିବା କଥା ଦୃଷ୍ଟିକୁ ଆସୁଛି । ଲଭ୍ ଜିହାଦ ଯେ ଧର୍ମାନ୍ତରଣର ଏକ ଯୋଜନାବଦ୍ଧ ପ୍ରକ୍ରିୟା ତାହା ଲୋକେ ବୁଝିବାକୁ ଲାଗିଲେଣି, ଯାହା ୱିକିପିଡିଆ ବୁଝିବାକୁ ପ୍ରସ୍ତୁତ ନୁହେଁ, କି ଏହାର ଲେଖକମାନେ ଗ୍ରହଣ କରିବାକୁ ରାଜି ନଥିଲା ପରି ଜଣାଯାଉଛି । ଏହା ଧର୍ମାନ୍ତରଣ ପାଇଁ ପୃଥିବୀର ବହୁଦେଶରେ ଶହଶହ ବର୍ଷ ଧରି ·ଲିଆସିଛି ଅଥଚ ଏହାକୁ ୨୦୦୯ରୁ ଆରମ୍ଭ ହେଲା ବୋଲି ୱିକି କହିବା ଚରମ ମୂର୍ଖତା ଛଡା ଅନ୍ୟ କିଛି ନୁହେଁ । ଭାରତର ଇତିହାସରେ ଏ ପ୍ରକାର ଘଟଣା ଅନେକ ରହିଛି । ଏବେ ମଧ୍ୟ ଆଇନର ଗଳାବାଟରେ ଏକାଧିକ ମହିଳାଙ୍କୁ ଗୋଟିକ ପରେ ଗୋଟିଏ ବିବାହ କରିବା ଆଉ ତଲାକ  ଦେଇ ଛୁଆ ସଂଖ୍ୟା ବଢାଇ ·ଲିବାର ଅନେକ ଉଦାହରଣ ଆମ ସମ୍ମୁଖରେ ରହିଛି । 
ଭାରତରେ ଇସଲାମର ପ୍ରବେଶ ଦିନଠାରୁ ହିନ୍ଦୁଙ୍କ ସଂଖ୍ୟା ହ୍ରାସ ପାଇଁ ହତ୍ୟା, ଧର୍ଷଣ, ଲଭ୍ ଜିହାଦ ପରି ଭିନ୍ନ ଭିନ୍ନ ପନ୍ଥା ଗ୍ରହଣ କରାଯାଇଆସିଛି । ଯେଉଁଠି ମହିଳା ଇସଲାମ ଧର୍ମ ଗ୍ରହଣ କରିବାକୁ ରାଜି ନ ହେଉଛି, ସେଠାରେ ତାକୁ ହତ୍ୟା କରାଯାଉଛି ବିଗତ ଦିନରେ ଏମତି ଅନେକ ବିଭତ୍ସ ଘଟଣା ଆମ ଦୃଷ୍ଟିକୁ ଆସିଛି । ଯେମିତି ନିକିତା ତୋମର (୨୧)-ତୋ÷÷ସିଫ ଅହମ୍ମଦ, ନିତୁ(୧୭)- ଲୈ÷କ ଖାଁ, ପ୍ରିୟା (୩୩) - ସମ୍ସାଦ, ମାନସୀ ଦୀକ୍ଷିତ(୧୮)-ମୁଜାମ୍ମିଲ, ତନିସ୍କା ଶର୍ମା (୨୦)-ମହମ୍ମଦ ସାହିଲ, ନୈ÷ନା କାଉର(୧୮) -ଶେର ଖାଁ , ପ୍ରିୟା ସୋନୀ (୨୩) - ଇଜାଜ ଅହମ୍ମଦ, ଶିବାନୀ ଖୁବିୟାଁ (୨୦) -ଆରିଫ ଖାଁ, ଦୀକ୍ଷା ମିଶ୍ର (୩୨) - ଇମରାନ, ବବ୍ଲୀ ରାଣୀ (୨୪) -ଶେହଜାଦ, ବର୍ଷା େ·÷÷ହାନ (୩୧)-ୱାରିସ, ଏକତା ଦେଶୱାଲ (୧୯)-ଅସରଫ, ଅନ୍ତିମା (୨୭)- ରିଜୱାନ, ହୀନା ତଲରେଜା(୨୯)- ଅଦନାନ, ଚୟନିକା କୁମାରୀ (୨୭)-ମୀର୍ଜା ରଫିକ, ରୀନା ରାଜାକ୍ୱତ (୩୬) -ନୟିମ ଖାଁ, ଅଙ୍କିତା ସିଂହ (୧୬)- ଶାହରୁଖ, ଅଞ୍ଜଳି ଆର୍ଯ୍ୟ (୧୮)- ମହମ୍ମଦ ୟାମିନ ଅହମ୍ମଦ, ପ୍ରାଚୀ ମୋ÷÷ର୍ଯ୍ୟ (୨୫)- ୱସିମ୍, ଉର୍ବି ବୈ÷ଷ୍ଣବ (୨୭) -ରିୟାଜ ଖାଁ, ଉମା ଶର୍ମା-ୱାସି ଅହମ୍ମଦ, ରବିତା ପାହାଡିନ (୨୨)- ଦିଲଦାର ଅନ୍ସାରୀ, ନୀଲମ ଦେବୀ-ଶେଖ ସକିଲ, ଦିବ୍ୟା ମନ୍ଦିରାମ-ମହିନ, ନିଧି ଗୁପ୍ତା-ମହମ୍ମଦ ସୁଫିୟାଁ, ଶ୍ରଦ୍ଧା ୱାଲକର-ଅଫତାବ ଅମିନ, ନୀଲ କୁସୁମ (୨୧)-ଶାହବାଜ ଖାଁ ମାମଲା ଆମ ସମ୍ମୁଖରେ ରହିଛି । ସେମିତି ହିନ୍ଦୁ ଯୁବତୀମାନଙ୍କୁ ପ୍ରଥମେ ବିବାହ କରିବାକୁ ମୁସଲିମ ଯୁବକମାନେ ଛଦ୍ମନାମ ଗ୍ରହଣ କରିଥାନ୍ତି । ବିବାହ ପରେ ଝିଅମାନଙ୍କୁ ଧର୍ମାନ୍ତରିତ ହେବାକୁ ବାଧ୍ୟ କରିଥାନ୍ତି । ଏଥିରେ ରାଜି ନହେଲେ ସେମାନଙ୍କୁ ହତ୍ୟା କରିଥାନ୍ତି କିମ୍ବା ଅତ୍ୟା·ର କରିଥାନ୍ତି । ମୁସଲିମ ଯୁବକମାନେ ଅଣ ମୁସଲିମ ଯୁବତୀମାନଙ୍କୁ ପ୍ରେମଜାଲରେ ପକାଇବା ପାଇଁ ନାନା ପ୍ରକାର ଫନ୍ଦି ଫିକର କରିଥାନ୍ତି । ସେମାନେ ସୋସିଆଲ ମିଡିଆରେ ହିନ୍ଦୁ ନାମ ନେଇ ବନ୍ଧୁତା ସୃଷ୍ଟି କରନ୍ତି । ପରେ ଝିଅମାନଙ୍କୁ ପ୍ରେମଜାଲ ମାଧ୍ୟମରେ ବିବାହର ଲୋଭ ଦେଖାଇ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ଏପରିକି ହିନ୍ଦୁ ନାମରେ ବିବାହ କରିବା ପରେ ଅସଲ ଚେହେରା ଦେଖାଇ ଧର୍ମାନ୍ତରଣ ପାଇଁ ଝିଅମାନଙ୍କୁ ବାଧ୍ୟ କରନ୍ତି ।  କଥାରେ ରାଜି ନହେବା ଝିଅମାନଙ୍କୁ ବେଶ୍ୟାଳୟରେ ବିକ୍ରି କରି ଦେଇଥାନ୍ତି । 
ଦିଲ୍ଲୀର ପଟେଲ ନଗରର ଘଟଣା । ଗୁରୁପ୍ରୀତ ଛଦ୍ମ ନାମରେ ଫେସ୍ବୁକ୍ ମାଧ୍ୟମରେ ଫିଙ୍କି ସହ ସଂପର୍କ ବଢାଇ ୨୦୧୬ରେ ଝଣ୍ଡେୱାଲାନ ମନ୍ଦିରରେ ବିବାହ କରିବା ପରେ ଗୁରୁପ୍ରୀତ ଓରଫ୍ ନୁର ମହମ୍ମଦ ପିଙ୍କିକୁ ଧର୍ମାନ୍ତରିତ କରିବା ପରେ ପୁନର୍ବାର କୋର୍ଟ ମ୍ୟାରେଜ କରାଇ ଝିଅର ନାମ ଆଲିୟା ଦର୍ଶାଇଲା । ଇନେ୍ଦାରର ମୋଇନ ଖାଁ ବିଷୟକୁ ଦେଖାଯାଉ । ମୋଇନ ମୋନୁ ବର୍ମାର ଛଦ୍ମନାମରେ ହିନ୍ଦୁ ଯୁବତୀକୁ ଫସାଇବା ପାଇଁ ଇନେ୍ଦାରର ଟ୍ରେଜର ଆଇସଲାଣ୍ଡ ମଲ୍ରେ ଉଦ୍ୟମ କରୁଥିବା ବେଳେ ଟୁକୋଗଞ୍ଜ ପୁଲିସକୁ ଲୋକେ ହସ୍ତାନ୍ତର କଲାପରେ ସେ ମାଣିକବାଗର ମୋଇନ ବୋଲି ଜଣାପଡିଥିଲା । ସେମିତି ମଧ୍ୟପ୍ରଦେଶର ସଦାବ ଖାଁ (୨୩) ଉଜ୍ଜୈ÷ନର ଜଣେ ୨୬ ବର୍ଷିୟା ହିନ୍ଦୁ ଯୁବତୀ ସହ ପରିଚୟ ବଢାଇ ‘ରାଜା’ ନାମରେ ପରିଚିତ ହେଲା ପରେ ଯୁବତୀକୁ ଧର୍ଷଣକରି ଧର୍ମାନ୍ତରିତ ହେବାକୁ ·ପ ପ୍ରୟୋଗ କରି ପୁଲିସ ହାତରେ ଧରାପଡିଲା । ଗତ ଅକ୍ଟୋବର ୨୯ ତାରିଖର ଘଟଣା । ଶେଖ ଜାହିଦ ନାମକ ଜଣେ ମୁସଲିମ ବ୍ୟକ୍ତି ନିଜକୁ ବ୍ରାହ୍ମଣ ପରିଚୟ ଦେଇ ଜଣେ ହିନ୍ଦୁ ମହିଳା ସହ ୭ ବର୍ଷ ସଂପର୍କ ରଖିଲା ପରେ ସେ ମହିଳାକୁ ଧର୍ମାନ୍ତରିତ ହେବାକୁ ·ପ ପ୍ରୟୋଗ କରି ପୁଲିସ ହାତରେ ଧରାପଡିଥିଲା । ଗତ ନଭେମ୍ବର ମାସରେ ରୁବାବ ଶାହ ନାମକ ଜଣେ ବ୍ୟକ୍ତି ୨୦୧୫ରେ ଏକ ବେସରକାରୀ ଡାକ୍ତରଖାନାରେ ଜଣେ ହିନ୍ଦୁ  ଯୁବତୀ ସହ ପରିଚିତ ହୋଇ ବିବାହ କଲାପରେ ଧର୍ମାନ୍ତରଣ ପାଇଁ ·ପ ପ୍ରୟୋଗ କଲାପରେ ପୁଲିସରେ ଅଭିଯୋଗ ହେବାରୁ ଫେରାର ରହିଛି । କେରଳର ସାଇବର ସେଲ ପୁଲିସ ୨୩ ଡିସେମ୍ବର ୨୦୨୨ଦିନ ମହମ୍ମଦ ଫୈ÷ଜଲ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ଯିଏକି ଅମଲକ୍ରିଷ୍ଣା ଭାବେ ପରିଚୟ ଦେଇ ଜାଲ ଆଧାର କାର୍ଡ, ଭୋଟର କାର୍ଡ, ପ୍ୟାନ କାର୍ଡ ଆଦି ପ୍ର୍ସ୍ତୁତ କରିଥିଲା । ମାଟ୍ରିମୋନିଆଲ ସାଇଟଗୁଡିକ ମାଧ୍ୟମରେ ହିନ୍ଦୁ ଝିଅମାନଙ୍କୁ ଖୋଜି ସଂପର୍କ ବଢାଇବା ସହ  ସେମାନଙ୍କ ସହ ଶାରୀରିକ ସଂପର୍କ  ରଖି ସେମାନଙ୍କ ଏଟିଏମ୍ କାର୍ଡ େ·ରାଇ ଲୁଟ କରୁଥିଲା । ମାଲାପୁରମ୍ ଜିଲ୍ଲାର  ଏହି ଛଦ୍ମବେଶୀ ଠକ ଜଣକ କୋଣ୍ଡୋଟ୍ଟୀର ଜଣେ ଯୁବତୀଙ୍କ ଆକାଉଣ୍ଟରୁ ୫୦ଲକ୍ଷ ଟଙ୍କା ଚଳୁ କରିସାରିଛି । ଏର୍ଣ୍ଣାକୁଲମରୁ କୋଲ୍ଲାମ ପୁଲିସ ଲଭ୍ ଜିହାଦ ଚଳାଇଥିବା ଏହି ଛଦ୍ମବେଶୀ ଟୋପିବାଜ୍କୁ ଧରିଛି । ସେମିତି  ମଧ୍ୟପ୍ରଦେଶର ଇନେ୍ଦାରର ଅଫତାବ୍ ନିଜକୁ ରାହୁଲ ନାମରେ ସୋସିଆଲ ମିଡିଆ ମାଧ୍ୟମରେ ଜଣେ ଝିଅ ସହ ସଂପର୍କ ବଢାଇ ଥିଲା । କିନ୍ତୁ ଝିଅଟି ତାର ଅସଲ ପରିଚୟ ପାଇବା ପରେ ଅଫ୍ତାବ୍ ଝିଅଟିକୁ ୩୬ ଗଡ କରି ହାଣି ପକାଇବା ପାଇଁ ଧମକ ଦେଇଥିଲା । ପରେ ରାଜେନ୍ଦ୍ର ନଗର ପୁଲିସ ତାକୁ ଗିରଫ କରିଥିଲା । ସେମିତି ୧୭ ନଭେମ୍ବର ୨୦୨୨ଦିନ ମଧ୍ୟପ୍ରଦେଶର ବିଦିଶା ରେଳବାଇ ପୁଲିସ ହାତରେ ୧୭ ବର୍ଷୀୟ ମୁସଲିମ ଯୁବକ ସହ ୧୫ ବର୍ଷୀୟା ହିନ୍ଦୁ ଯୁବତୀ ଧରାପଡିଲା । ଯୁବକ ଏବଂ ତା ମାଆ ବିବାହ ପରେ ପୁଅ ହିନ୍ଦୁ ହେବ ବୋଲି କହି ବିବାହ ପାଇଁ ·ପ ପକାଇ ଆସୁଥିଲେ । ହେଲେ ଝିଅଟି ୨ ମାସର ଗର୍ଭବତୀ ହୋଇଥିବା ବିଷୟ ପୁଲିସ ଯାଞ୍ଚରୁ ଜଣାପଡିଥିଲା । ପୂର୍ବରୁ ବିହାରର କଟିହାର ଜିଲ୍ଲାରେ ତୋ÷÷ଫିକ ଆଲମ ନାମକ ଜଣେ ମୁସଲିମ ବ୍ୟକ୍ତି ନିଜକୁ ରାଜପୁତ ବୋଲି ପରିଚୟ ଦେଇ ଜୁଲି କୁମାରୀ ନାମ୍ନୀ ଜଣେ ହିନ୍ଦୁ  ଯୁବତୀକୁ ଲଭ ଜିହାଦରେ ଫସାଇ ଥିଲା ।  ପୂର୍ବରୁ ବିବାହିତ ତୋ÷÷ଫିକର ୧୧ ବର୍ଷୀୟା ଝିଅଟିଏ ମଧ୍ୟ ଥିଲା ।  ତୋ÷÷ଫିକ ଧର୍ମାନ୍ତରଣ ପାଇଁ ଯୁବତୀ ଉପରେ ·ପ ପ୍ରୟୋଗ କରିବାରୁ ସବୁକଥା ଜଣାପଡିଥିଲା । ୧୩ ଡିସେମ୍ବର ୨୦୨୨ର ଘଟଣା । ଅମନ ଓରଫ୍ ହସିନ ସୈ÷ଫିକୁ ଉତ୍ତର ପ୍ରଦେଶ ଗୋ÷÷ତମବୁଦ୍ଧ ନଗର ପୁଲିସ ଗିରଫ କଲା । ସୈ÷ଫି ଆଶିଷ ଠାକୁର ନାମରେ ଉତ୍ତରାଖଣ୍ଡର ଜଣେ କର୍ମଜୀବୀ ଯୁବତୀ ସହ ପରିଚିତ ହେଲାପରେ ଜାଲ କାଗଜପତ୍ର ଦେଖାଇ ଝିଅଟିସହ ସଂପର୍କ ରଖିଥିଲା । ସ୍ଥାନୀୟ ଲୋକେ ସନେ୍ଦହ କରି ପୁଲିସ ହାତରେ ଧରାଇ ଦେଲାପରେ ସବୁକିଛି ସତ ଜଣାପଡିଲା । ୧୩ ଡିସେମ୍ବର ୨୦୨୨ର ଘଟଣା । ଉତ୍ତର ପ୍ରଦେଶର ପ୍ରୟାଗରାଜ ପୁଲିସ ନିହାଲ ଅନ୍ସାରୀ ନାମକ ଯୁବକକୁ ଗିରଫ କଲା, ଯିିଏକି ପ୍ରୟାଗରାଜ ଜିଲ୍ଲାର ତିଲଖୱାର ଗ୍ରାମର ଏକ ଗରିବ ଝିଅକୁ ୩୦ ଅକ୍ଟୋବର ଦିନ ଅପହରଣ କରିନେଇ ଗୋଟିଏ ବନ୍ଦଘରେ ରଖି ତା ସହ ଶାରୀରିକ ସଂପର୍କ ରଖିଥିଲା । ଝିଅଟିର ଧର୍ମାନ୍ତରଣ କରି ତାକୁ ସେ ବିବାହ କରିଥିଲା । ଝିଅଟିର ମାଆ ପୁଲିସରେ ପୂର୍ବରୁ ନିଖୋଜ ମାମଲା କରିଥିଲେ । ଏବେ ପୁଲିସ ଯୁବକକୁ ଧରି ଜେଲକୁ ପଠାଇଛି । 
ସଂଗଠିତ ଢଙ୍ଗରେ ଲଭ୍ ଜିହାଦ ପାଇଁ କେରଳର କେତେକ ମୁସଲିମ ସଂଗଠନ ଏବଂ ଉତ୍ତର ପୂର୍ବାଞ୍ଚଳରେ ବଙ୍ଗଳାଦେଶର କିଛି ମୁସଲିମ ସଂଗଠନ ପ୍ରୟାସ ଜାରି ରଖିଛନ୍ତି ।  ପ୍ରତିବର୍ଷ  ୧୦୦୦ରୁ ଅଧିକ ସଂଖ୍ୟକ  ଯୁବତୀ କେରଳରେ ଧର୍ମାନ୍ତରିତ ହୋଇଥାନ୍ତି । ନିକଟରେ ପିଏଫ୍ଆଇ ପରି ସଂଗଠନର ରାଷ୍ଟ୍ର ବିରୋଧୀ କାର୍ଯ୍ୟ ବିଷୟରେ ସମସ୍ତେ ଅବଗତ ହୋଇଛନ୍ତି । ଯାହାର କ୍ୟାମ୍ପସ ଅର୍ଗାନାଇଜେସନ ଅଫ୍ ଇଣ୍ଡିଆ କଲେଜଗୁଡିକରେ ଏ ଦିଗରେ ସକ୍ରୀୟ ରହିଛି । କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ସମେତ ଅନେକ ରାଜ୍ୟର କଲେଜରେ ଏହାର ସଦସ୍ୟ ହିନ୍ଦୁ ଯୁବତୀଙ୍କୁ ଟାର୍ଗେଟ କରି ଆସିଛନ୍ତି । କେରଳର ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନ ଲଭ୍ ଜିହାଦ ପାଇଁ ପ୍ରଶିକ୍ଷଣ ଦେଉଛି । ୧୯୯୬ରୁ ବଳପୂର୍ବକ କେରଳରେ ଯୁବତୀମାନଙ୍କ ଧର୍ମାନ୍ତରଣ ହେଉଥିବା କଥା ସ୍ଥାନୀୟ ହାଇକୋର୍ଟ ବି·ରପତି ଶଙ୍କରନ୍ ସ୍ୱୀକାର କରିଥିଲେ । ପୂର୍ବତନ କେରଳ ମୁଖ୍ୟମନ୍ତ୍ରୀ ଭିଏସ୍ ଅଚୁ୍ୟତାନନ୍ଦନ ସ୍ୱୀକାର କରି କହିଥିଲେ, ଆଗାମୀ ୨୦ବର୍ଷ ମଧ୍ୟରେ ଲଭ ଜିହାଦ ମାଧ୍ୟମରେ କେରଳକୁ ଏକ ଇସଲାମିକ ରାଜ୍ୟରେ ପରିଣତ କରିବା ପାଇଁ ପିଏଫ୍ଆଇ ଚେଷ୍ଟା କରୁଛି (ସନାତନ ପ୍ରଭାତ ତା.୨୭.୦୭.୨୦୧୦) । ତେଣୁ ଭାରତର ସରକାର ଏବଂ ରାଜ୍ୟଗୁଡିକର ସରକାର ଲଭ୍ ଜିହାଦ ମାଧ୍ୟମରେ ହେଉଥିବା ଧର୍ମାନ୍ତରଣକୁ ବନ୍ଦ କରିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ । 

ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩

Leave a Reply