Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ତରଫରୁ ସଂଘର ପୂର୍ବତନ ପ୍ରାନ୍ତ ସଂଘଚାଳକ ୰ ଶିବରାମ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ତରଫରୁ ସଂଘର ପୂର୍ବତନ ପ୍ରାନ୍ତ ସଂଘଚାଳକ ୰ ଶିବରାମ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

on 

 ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ତରଫରୁ 

 ସଂଘର ପୂର୍ବତନ ପ୍ରାନ୍ତ ସଂଘଚାଳକ ୰ ଶିବରାମ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର,୩୦/୧: ସଂଘର ସ୍ୱୟଂସେବକ କାର୍ଯ୍ୟକର୍ତା ଓ ଅଧିକାରୀ ସାଧାରଣ ବ୍ୟକ୍ତିଭଳି ସମସ୍ତଙ୍କ ସହ ରହିବ, କିନ୍ତୁ ନିଜ କାର୍ଯ୍ୟଦ୍ୱାରା ଅସାଧାରଣ  କାର୍ଯ୍ୟସ୍ଥାପନ କରିବ । ଏସବୁ କଲାବେଳେ ସେ ଆତ୍ମୀୟତାରେ, ସ୍ନେହରେ ଓ କର୍ତବ୍ୟ ବୋଧରେ ସାରା ସମାଜକୁ ଯୋଡିବ । ଏହି କଥା ସ୍ୱର୍ଗତ ଶିବରାମ ମହାପାତ୍ରଙ୍କ ଭଳି ଅନେକ କାର୍ଯ୍ୟକର୍ତା ନିଜ ଜୀବନରେ କରି ଉଦାହରଣ ସୃଷ୍ଟି କରିଛନ୍ତି । ଏକଥା କହିଛନ୍ତି ଆରଏସଏସର ସରସଂଘଚାଳକ ଡକ୍ଟର ମୋହନରାଓ ଭାଗବତ । ଭୁବନେଶ୍ୱର ଜୟଦେବ ଭବନରେ ସଂଘର ପୂର୍ବତନ ପ୍ରାନ୍ତ ସଂଘଚାଳକଙ୍କ ଦଶାହ ଅବସରରେ ଆୟୋଜିତ ସ୍ମତି ସଭାରେ  ସେ ଏହା କହିଛନ୍ତି ।

   ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ତରଫରୁ ସଂଘର ପୂର୍ବତନ ପ୍ରାନ୍ତ ସଂଘଚାଳକ ୰ ଶିବରାମ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଡ. ଭାଗବତ କହିଛନ୍ତି ଯେ, ସଂଘର କାର୍ଯ୍ୟକର୍ତାଙ୍କ ପାଖରେ ଯେଉଁ ପ୍ରାମାଣିକତା ଓ ନିସ୍ୱାର୍ଥବୁଦ୍ଧି ତଥା  ତନ-ମନ-ଧନ ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ କାମ କରିବା ବିଷୟ ସେସବୁ ତାଙ୍କ ନିକଟରେ ଥିଲା । ତାଙ୍କର ଆଚରଣ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ତାଙ୍କର କାର୍ଯ୍ୟ କରିବାର ଶୈଳୀ ସମସ୍ତଙ୍କୁ ପ୍ରେରଣା ଦେଇଛି । ବିନା ମୋହରେ ସ୍ନେହ ଦେବା ତାଙ୍କର ଆଦର୍ଶ ଥିଲା । ଲୋକ ସଂଗ୍ରହ ବୃତିକୁ ପାଥେୟ କରି ସେ ସଂଘକାମ କରୁଥିଲେ ।  ଆଦର୍ଶ ପରିବାର ସହ ଆଦର୍ଶ  ସମାଜ ଗଠନ କରିବା ତାଙ୍କର ବ୍ରତ ଥିଲା । ସମାଜରେ ସବୁ ବର୍ଗର ଲୋକଙ୍କୁ ନେଇ ସମରସ ହୋଇ କାମ କରିବା ତାଙ୍କର ପ୍ରେରଣା ଥିଲା । 

ଓଡିଶା ପୂର୍ବ ପ୍ରାନ୍ତର ସଂଘଚାଳକ ସମୀର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତଥା ପ୍ରାନ୍ତ କାର୍ଯ୍ୟବାହ ଡ.ଅନୀଲ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବକ୍ଷେତ୍ର ସଂଘଚାଳକ ଡ.ଜୟନ୍ତ ରାୟଚୌଧୁରୀ, ସହପ୍ରାନ୍ତ ସଂଘଚାଳକ ମନସୁଖଲାଲ ସେଠିଆ,ଭୁବନେଶ୍ୱର ମହାନଗର ସଂଘଚାଳକ ଶ୍ରୀନିବାସ ମାନସିଂ ମଂଚରେ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବକ୍ଷେତ୍ର ପ୍ରଚାରକ ପ୍ରମୁଖ ପ୍ରସନ୍ନ କୁମାର ମିଶ୍ର, ପୂର୍ବକ୍ଷେତ୍ର କାର୍ଯ୍ୟବାହ ଦୁର୍ଗା ପ୍ରସାଦ ସାହୁ, ଅଖିଳ ଭାରତୀୟ ସଦଭାବନା ପ୍ରମୁଖ ଡ.ଗୋପାଳ ପ୍ରସାଦ ମହାପାତ୍ର, ପୂର୍ବତନ ପ୍ରାନ୍ତ ସଂଘଚାଳକ ଇଂ ଅଶୋକ କୁମାର ଦାସ ପ୍ରମୁଖ ଉପସ୍ଥିତ  ରହି ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ ।

ସ୍ୱର୍ଗତ ଶିବରାମ ମହାପାତ୍ରଙ୍କୁ ସମସ୍ତେ ଶ୍ରଦ୍ଧାରେ ବଡ଼ଭାଇନା ବୋଲି ଡାକନ୍ତି । ସେ ଅବିଭକ୍ତ ପୁରୀ ଜିଲ୍ଲା ଅଥବା ବର୍ତମାନ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଖଣ୍ଡରେ ଥିବା କୁମାରାଙ୍ଗଶାସନ ଠାରେ ୨୯.୧୧.୧୯୨୯ ମସିହା ପୂଣ୍ୟବେଳାରେ ପିତା ୰ ଶ୍ରୀଧର ମହାପାତ୍ର ଓ ମାତା ୰ ଗୌରୀ ଦେବୀଙ୍କ କୋଳ ମଣ୍ଡନ କରିଥିଲେ । ଧର୍ମ, ସାହିତ୍ୟ, କଳା ଓ ସଂସ୍କୃତିର ପୂଣ୍ୟ ପବିତ୍ର ପ୍ରବାହରେ ନିମଜ୍ଜିତ ତଥା ଦେଶାତ୍ମବୋଧର ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଭାରତମାତାର ନିତ୍ୟ ସେବାରେ ସେ ନିଜକୁ ନିୟୋଜିତ କରି ନିତ୍ୟ ଶାଖାରେ ଉପସ୍ଥିତ ରହି ଶାଖା କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳିତ କରୁଥିଲେ । ସାପ୍ତାହିକ ପତ୍ରିକା ‘ରାଷ୍ଟ୍ରଦୀପ’ରେ ପ୍ରକାଶ ପାଉଥିବା ତାଙ୍କର କବିତା ଓ ପ୍ରବନ୍ଧ ସାଙ୍ଗକୁ ‘ବାର୍ତାବିଳାସ’ ନାମକ ରମ୍ୟରଚନା ସ୍ତମ୍ଭ ଥିଲା ତାହାର ଜ୍ୱଳନ୍ତ ପ୍ରମାଣ । ସେ ତାଙ୍କ ସାହିତ୍ୟକୃତିରେ ତତ୍‌କାଳୀନ ସମାଜର ବହୁ ସାମାଜିକ, ରାଜନୈତିକ ଘଟଣାର ନିଖୁଣ ରାଷ୍ଟ୍ରୀୟ ଦୃଷ୍ଟି ପ୍ରଦାନ କରୁଥିଲେ  । 

ଜଉରା ସାହିରେ ବହୁ ବାଧାବିଘ୍ନ ଦେଇ ଗଢ଼ିଉଠିଥିବା ବ୍ରହ୍ମପୁରର ପ୍ରଥମ ସରସ୍ୱତୀ ଶିଶୁ ମନ୍ଦିର ନୀଳକଣ୍ଠନଗରକୁ ସ୍ଥାନାନ୍ତରିତ କରିବା ପୂର୍ବରୁ ବଡ଼ଭାଇନା ନିଜ ବାସଭବନର କେତୋଟି କୋଠରୀରେ ଚାଲୁ ରଖୁଥିଲେ । ଯଦିଓ ଉକ୍ତ ଶିକ୍ଷାନୁଷ୍ଠାନଟିର ପ୍ରତିଷ୍ଠାରେ ବହୁ ବ୍ୟକ୍ତିଙ୍କ ସହଯୋଗର ହାତ ରହିଛି ତଥାପି ବଡ଼ଭାଇନା ଥିଲେ ଏହାର ପ୍ରତିଷ୍ଠାତା ପ୍ରଥମ ସଭାପତି । ଏହିଭଳି ଅନେକ ସାମାଜିକ, ସାହିତ୍ୟିକ ଓ ସାଂସ୍କୃତିକ କାର୍ଯ୍ୟରେ ତାଙ୍କର ପ୍ରତ୍ୟକ୍ଷ ଯୋଗଦାନ ଥିଲା ଅବିସ୍ମରଣୀୟ । ସାଂସାରିକ ଜୀବନରେ ସବୁ ଦାୟିତ୍ୱକୁ ତୁଲାଇବା ସଙ୍ଗେ ସଙ୍ଗେ ସଂଘ କାର୍ଯ୍ୟରେ ପ୍ରବେଶପୂର୍ବକ ବିଭିନ୍ନ ଦାୟିତ୍ୱ ଯଥା ୧୯୮୦ ମସିହା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ସଂଘଚାଳକ, ୧୯୮୦ ରୁ ୧୯୮୫ ପର୍ଯ୍ୟନ୍ତ ଗଞ୍ଜାମ ବିଭାଗ ସଂଘଚାଳକ, ୧୯୮୫ ରୁ ୨୦୦୦ ସହପ୍ରାନ୍ତ ସଂଘଚାଳକ, ୨୦୦୦-୨୦୦୬ ଉତ୍କଳ ପ୍ରାନ୍ତର ପ୍ରାନ୍ତ ସଂଘଚାଳକ, ୨୦୦୬ରୁ ୨୦୦୭ ଶ୍ରୀଗୁରୁଜୀଙ୍କ ଜନ୍ମଶତାବ୍ଦୀ ସମାରୋହ ସମିତିର ଅଧ୍ୟକ୍ଷ ଦାୟିତ୍ୱରେ ସମଗ୍ର ଉତ୍କଳ ପ୍ରାନ୍ତ ପରିଭ୍ରମଣ କରିଥିଲେ । ଏହିସବୁ ଦାୟିତ୍ୱରେ ଥାଇ ମଧ୍ୟ ଅନୁଗୁଳଠାରେ ଚାଲୁଥିବା ପ୍ରାଥମିକ ସଂଘଶିକ୍ଷା ବର୍ଗରେ ପ୍ରଶିକ୍ଷାର୍ଥୀ ଭାବେ ଯୋଗଦେଇଥିଲେ । ୧୯୮୫ରେ ପୁରୀରେ ଅନୁଷ୍ଠିତ ହୋଇଥିବା ୨ୟ ବର୍ଷ ସଂଘଶିକ୍ଷାବର୍ଗର ସର୍ବାଧିକାରୀ ଦାୟିତ୍ୱ ତୁଲାଇ ଥିଲେ ।



Leave a Reply