ରାମ ନାମରେ ପ୍ରକମ୍ପିତ ହୋଇଥିଲା ଆସିକା ସହରର ମଠ ମନ୍ଦିର

ଆସିକା : ଆସିକାରେ ବିଶ୍ୱହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଆସିକା ସହରରେ ରହିଥିବା ପାଞ୍ଚଟି ରାମ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ଉଭୟ ସଂଘର କର୍ମକର୍ତ୍ତା ଏବଂ ସଭ୍ୟ ମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରିଥିଲେ । ରାମ ନାମରେ ପ୍ରକମ୍ପିତ ହୋଇଥିଲା ଆସିକା ସହରର ମଠ ମନ୍ଦିର । ଶ୍ରୀ ରାମ ନବମୀ ହେଉଛି ହିନ୍ଦୁ ମାନଙ୍କର ଏକ ପବିତ୍ର ପର୍ବ । ରାମ ନବମୀ ଚୈତ୍ର ଶୁକ୍ଳପକ୍ଷର ନବମୀ ଦିନରେ ପାଳନ କରାଯାଏ । ସାରା ସହର ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ର ତ୍ରେତୟା ଯୁଗରେ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମ ତିଥିକୁ ରାମ ଭକ୍ତ ତଥା ପ୍ରେମୀ ଶ୍ରୀ ରାମ ନବମୀ ଭାବରେ ଆଦର ଓ ଭକ୍ତିରେ ପାଳନ କରିଥାନ୍ତି । ଶୋଭାଯାତ୍ରାରେ ୫୦ହଜାର ଭକ୍ତ ଜୟପୁର : ସନାତନୀଙ୍କ ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କ ଅନୁଗତ୍ୟ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜୟପୁର ଶ୍ରୀରାମ ନବମୀ ପାଳନ ସମିତି ତରଫରୁ ଆୟୋଜିତ ଭବ୍ୟ ଶୋଭାଯାତ୍ରାରେ ପ·ଶ ହଜାରରୁ ଉଦ୍ଧ୍ୱର୍ ଶ୍ରୀରାମ ଭକ୍ତ ଏବଂ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରାଟି ସ୍ଥାନୀୟ ରଘୁନାଥ ପଟ୍ଟନାୟକ ଛକ ପାୱାର ହାଉସ ଠାରେ ସ୍ଥାପିତ ହୋଇଥିବା ଶ୍ରୀ ହନୁମାନ ମନ୍ଦିର ଠାରୁ ବାହାରି ମୁଖ୍ୟ ସଡ଼କ ସର୍ଦ୍ଦାର ବଲ୍ଲଭାଇ ପଟେଲ ମାର୍ଗ ଦେଇ ପୂର୍ବରୁ ଦେବୋତ୍ତର ବିଭାଗ ଅଧୀନରେ ଥିବା ଦଶହରା ପଡିଆ ପର୍ଯ୍ୟନ୍ତ ଯାଇଥିଲା । ଶ୍ରୀରାମ ନବମୀ ପାଳନ ଅବସରରେ ସହର ସାରା ସନାତନୀଙ୍କ ପରମ ପିବିତ୍ର ଗୌରିକ ଧ୍ୱଜା ଗୁଡ଼ିକୁ ବନ୍ଧା ଯାଇଥିଲା । ଯାହା ଏକ ଧାର୍ମିକ ଭାବନା ସନାତନିଙ୍କ ହୃଦୟ ଭିତରେ ଜାଗ୍ରତ କରିଥିଲା । ଏହା ସହ ଗଗନଚୁମ୍ବି ଗୌରିକ ଧ୍ୱଜା ମଧ୍ୟ ଶୋଭାଯାତ୍ରା ଯିବା ରାସ୍ତାର ପରିବେଶଟି ଅତ୍ୟନ୍ତ ମନରୋମ ଦେଖା ଯାଉଥିଲା । ପୂର୍ବ ଦିନ ପୁଲିସ ପ୍ରଶାସନ ତରଫରୁ ସହରରେ ଫ୍ଲାଗ ମାର୍ଚ୍ଚ କରି ଆଇନ କାନୁନକୁ ପାଳନ କରିବାକୁ ନିବେଦନ କରାଯାଇଥିଲା । ଶ୍ରୀରାମ ନବମୀ ପାଳନ ସମିତି ତରଫରୁ ଆବେଦନ କରାଯାଇ ଯଥା ପୂର୍ବରୁ ସମସ୍ତ ଅନୁମତି ସ୍ଥାନୀୟ ପ୍ରଶାସନ ଠାରୁ ପ୍ରାପ୍ତ କରିଥିଲେ । ଏହି ଶୋଭାଯାତ୍ରାରେ ନୂତନ ଭାବେ ନିର୍ମିତ ପ୍ରଭୁ ଶ୍ରୀରାମଙ୍କ ପାଦୁକା ଯୋଡ଼ି ଏବଂ ପଟ୍ଟଚିତ୍ର ଉପରେ ସହରର ଜନ ସାଧାରଣ ପୁଷ୍ପ ବୃଷ୍ଟି କରିଥିଲେ । ସହରର ସ୍ୱର୍ଣ୍ଣକାର ମାଲିକ ଏବଂ କର୍ମ·ରୀ ସଂଘ, କାଳୀକୃଷ୍ଣ ସଂଘ, ଏକ୍ସଡିଅସ ଗ୍ରୁପ, ରାଧାମାଧବ ସଂଘ, ବାବାମଣି ଗ୍ରୁପ ଭଳି ସଂସ୍ଥା ମୃଦୁ ପାନୀୟ ଜଳପାନ ଆଦି ବ୍ୟବସ୍ଥା କରିଥିଲେ । ରାଜାନହର ଛକ ରଘୁନାଥ ମନ୍ଦିର ସମ୍ମୁଖରେ ବାବୁ ଭାଇ ବଜରଙ୍ଗୀଙ୍କ ଦଳ ଏକ ଶହ ଆଠ ହନୁମାନ ·ଳିଶା ପାଠ କରାଯାଇଥିଲା ।

Leave a Reply

Your email address will not be published. Required fields are marked *