Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଣୀଙ୍କ ନାକଚଣା ବିକ୍ରିଲବ୍ଧ ଅର୍ଥରେ ନିର୍ମିତ ‘ନାକଚଣା ଦ୍ୱାର’! - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଣୀଙ୍କ ନାକଚଣା ବିକ୍ରିଲବ୍ଧ ଅର୍ଥରେ ନିର୍ମିତ ‘ନାକଚଣା ଦ୍ୱାର’!

ପୁରୀ : ମହାପ୍ରଭୁ ରଥାରୂଢ଼ ହୋଇ ନବଦିନ ବ୍ୟାପୀ ଜନ୍ମବେଦିକୁ ଆସିବା ବେଳେ ଗୁଣ୍ଡିଚାମନ୍ଦିରର ସିଂହଦ୍ୱାର ବାଟେ ପହଣ୍ଡି ହୋଇ ଆଡ଼ପମଣ୍ଡପକୁ ବିଜେ କରନ୍ତି । ମାତ୍ର ବାହୁଡ଼ିବା ବେଳେ ରଥ ଦକ୍ଷିଣ ମୋଡ଼ ହୋଇ ନାକଚଣା ଦ୍ୱାର ନିକଟକୁ ଯାଏ ଏବଂ ନାକଚଣା ଦ୍ୱାର ଦେଇ ବାହୁଡ଼ାଯାତ୍ରାରେ ଚତୁର୍ଦ୍ଧାବିଗ୍ରହ ପହଣ୍ଡି ହୋଇ ରଥାରୂଢ଼ ହୁଅନ୍ତି । ଦକ୍ଷିଣ ମୋଡ଼ ପରେ ତିନି ରଥ ନାକଚଣା ଦ୍ୱାର ସମ୍ମୁଖରେ ରୁହେ । ଗୁଣ୍ଡିଚାମନ୍ଦିରର ମୋଟ୍ ୩ଟି ଦ୍ୱାର ରହିଥିବା ବେଳେ ଅନ୍ୟ ଏକ ଦ୍ୱାରର ନାମ ‘ନାକଚଣା’ ହେବା ପଛରେ ରହିଛି ଭିନ୍ନ ଭିନ୍ନ ଜନଶ୍ରୁତି । ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚାଦେବୀଙ୍କର ସ୍ୱର୍ଣ୍ଣ, ହୀରା ଖଚିତ ମୂଲ୍ୟବାନ ରତ୍ନ ଅଳଙ୍କାରରେ ନିର୍ମିତ ନାକଚଣା ବିକ୍ରି ଲବ୍ଧ ଅର୍ଥରେ ଏହି ଦ୍ୱାରଟି ନିର୍ମିତ ହୋଇଥିବାରୁ ତା’ର ନାମ ନାକଚଣା ହୋଇଥିବା କୁହାଯାଏ । ଗବେଷକଙ୍କ ମତରେ ରାଜା କପିଳେଶ୍ୱର ଦେବଙ୍କ ପର୍ଯ୍ୟନ୍ତ ପ୍ରାୟ ୧୩୮୨ ଖ୍ରୀଷ୍ଟାବ୍ଦ ପୂର୍ବ ସମୟ ପର୍ଯ୍ୟନ୍ତ ଗୁଣ୍ଡିଚା ଘରର ଗୋଟିଏ ମାତ୍ର ଦ୍ୱାର ଥିଲା । ରାଜା କପିଳେଶ୍ୱର ଦେବଙ୍କ ରାଣୀ ନାକଚଣା ବିନିମୟରେ ଏହି ରାଣୀଙ୍କ ନାକଚଣା ବିକ୍ରିଲବ୍ଧ ଅର୍ଥରେ ନିର୍ମିତ ‘ନାକଚଣା ଦ୍ୱାର’! ଦ୍ୱାରଟି ଗଢ଼ାଇଥିଲେ ବୋଲି ଗବେଷକମାନେ କୁହନ୍ତି । ସେହିଭଳି ହେରାପଞ୍ଚମୀ ଦିନ ମହାଲକ୍ଷ୍ମୀ ତାଙ୍କୁ ରଥଯାତ୍ରାରେ ନଆଣିବା ଅଭିମାନରେ ସିଂହଦ୍ୱାର ତଥା ପଶ୍ଚିମ ଦ୍ୱାର ବାଟେ ପ୍ରବେଶ କରି ଦକ୍ଷିଣ ଦ୍ୱାରରେ ବାହାରିବା ସମୟରେ ତାଙ୍କର ଚଣାକୃତି ନାକର ଅଳଙ୍କାର ସେଇ ଦ୍ୱାର ନିକଟରେ ଖସି ପଡ଼ିଥିଲା । ସେଥିପାଇଁ ଲକ୍ଷ୍ମୀଙ୍କ ଆଗମନର ସ୍ମୃତି ଅର୍ଥେ ଦକ୍ଷିଣ ଦ୍ୱାରର ନାମ ନାକଚଣା ଦ୍ୱାର ରହିଛି ବୋଲି କୁହାଯାଏ । ନୃସିଂହ ମନ୍ଦିର ନିକଟରେ ଗୁଣ୍ଡିଚା ମନ୍ଦିରର ଉତ୍ତର ଦ୍ୱାର ଅନ୍ୟ ଦୁଇ ଦ୍ୱାର ଅପେକ୍ଷା ଛୋଟ । ଗବେଷକ ତଥା ଲେଖକ ଭାସ୍କର ମିଶ୍ରଙ୍କ ତଥ୍ୟ ମୁତାବକ, ହାଲ ବନ୍ଦୋବସ୍ତ ରେକର୍ଡ ଅନୁଯାୟୀ ମୋଟ୍ ୧୭ଟି ପ୍ଲଟରେ ସମୁଦାୟ ୫ ଏକର ୪୦୨ ଡେସିମାଲ୍ । ପରିମିତ ଜମିରେ ଗୁଣ୍ଡିଚା ମନ୍ଦିର ରହିଛି । ମୁଖ୍ୟ ମନ୍ଦିରଟି ୫୫ ଫୁଟରେ ୪୬ ଫୁଟ ପରିମିତ ସ୍ଥାନ ଉପରେ ରହିଛି । ମନ୍ଦିରର ଗର୍ଭଗୃହ ୩୬ ଫୁଟ ୮ଇଞ୍ଚରେ ୨୭ ଫୁଟ ପରିମିତ ଭୂମି ଉପରେ ରହିଛି । ପୀଢ଼ ଶୈଳୀରେ ନିର୍ମିତ ଏହି ମନ୍ଦିରର ଚାରିଟି ଭାଗ ରହିଛି । ବିମାନ, ଜଗମୋହନ, ନାଟମଣ୍ଡପ ଓ ଭୋଗ ମଣ୍ଡପ ରହିଛି । ଶ୍ରୀବିଗ୍ରହମାନେ ବାହୁଡ଼ାଯାତ୍ରା ଦିନ ପହଣ୍ଡି ବିଜେ ହୋଇ ରତ୍ନବେଦିରୁ ଜଗମୋହନ, ନାଟମଣ୍ଡପ ଦେଇ ଗରୁଡ଼ସ୍ତମ୍ଭ ସିଧାରେ ରହିଥିବା ଦ୍ୱାର ପଟେ ଭିତର ବେଢ଼ା ଓ ନାକଚଣା ଦ୍ୱାର ବାଟେ ଆସି ରଥରେ ଅଧିଷ୍ଠିତ ହୁଅନ୍ତି ।

Leave a Reply