Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଜନଗର ବ୍ଲକ ରାଷ୍ଟ୍ରୀୟ ସ୍ୱୟଂସେବକ ଖଣ୍ଡ ଆନୁକୂଲ୍ୟରେ ରାଷ୍ଟ୍ରୀୟ ନବବର୍ଷ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଜନଗର ବ୍ଲକ ରାଷ୍ଟ୍ରୀୟ ସ୍ୱୟଂସେବକ ଖଣ୍ଡ ଆନୁକୂଲ୍ୟରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

ରାଜନଗର: ରାଜନଗର ବ୍ଲକ ରାଷ୍ଟ୍ରୀୟ ସ୍ୱୟଂସେବକ ଖଣ୍ଡ ଆନୁକୂଲ୍ୟରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ଖଣ୍ଡ କାର୍ଯ୍ୟବାହ ଦର୍ପନାରାୟଣ ଜେନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଦ୍ଧିଜିବୀ ସୁକାନ୍ତକୁମାର ତ୍ରିପାଠି, ମୁଖ୍ୟବକ୍ତା ଭାବେ ସଂଘର ଜିଲ୍ଲା କାର୍ଯ୍ୟବାହ ବିରଂଚି ନାରାୟଣ ତ୍ରିପାଠି ଯୋଗଦେଇଥିଲେ । ଚୈତ୍ରମାସ ଶୁକ୍ଳ ପକ୍ଷ ପ୍ରତିପଦା ଦିନକୁ ଆମ ଦେଶ ଭାରତ ବର୍ଷ ପ୍ରାଚୀନତମ ରାଷ୍ଟ୍ର ଭାବରେ କାହିଁ କେଉଁ ଅନାଦି କାଳରୁ ପାଳନ କରି ଆସୁଥିଲା । ଇଂରେଜ ଶାସନ ପରେ ଆମେ ଆମ ସଂସ୍କୃତି ଓ ବିଚାରଧାରାକୁ ଭୁଲିବାକୁ ବସିଲେଣି । ଆମ ସଂସ୍କୃତିର ଅବକ୍ଷୟ ପାଇଁ ଆମ୍ଭେମାନେ ଦାୟୀ । ଇଂରାଜୀ ନୂଆବର୍ଷ ଦିନ କେବଳ କ୍ୟାଲେଣ୍ଡର ପରିବର୍ତନ ହୋଇଥାଏ । ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନରୁ ସେମାନେ ଏହି ଖ୍ରୀଷ୍ଟବ୍ଦ ପାଳନ କରି ଆସୁଛନ୍ତି । ଆମ ଦେଶକୁ ସେମାନେ ଶାସନ କରିଥିବାରୁ ଆମେ ମଧ୍ୟ ତାଙ୍କ ସଂସ୍କୃତିକୁ ଆପଣେଇ ନେଇଛୁ । ୫ ୧୨୫ଯୁଗାବ୍ଦକୁ ଆମେ ଗଣନା କରି ଆସୁଥିଲୁ । ଏହି ସମୟରେ ସମସ୍ତ ଗଛଗୁଡିକ ପତ୍ର ଝଡା ଦେଇଥାନ୍ତି । ନୂଆପତ୍ର ଧାରଣ କରିଥାନ୍ତି । ଅର୍ଥନୈତିକ ଦୃଷ୍ଟିରୁ ମାର୍ଚ୍ଚ ମାସ ଶେଷ ଦିନକୁ ବର୍ଷର ଶେଷଦିନ ଧରାଯାଇ ଆସୁଛି । ଏହି ଦୃଷ୍ଟିରୁ ଆମ ମହାନ ସଂସ୍କୃତି ଓ ପରମ୍ପରାକୁ ଭୁଲିଯିବା ଉଚିତ ନୁହେଁ ବୋଲି କହିଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ

Leave a Reply