Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଉରକେଲା ସହରର ବିଭିନ୍ନ ସଂଗଠନ ତରଫରୁ ହିନ୍ଦୁ ନବବର୍ଷ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଉରକେଲା ସହରର ବିଭିନ୍ନ ସଂଗଠନ ତରଫରୁ ହିନ୍ଦୁ ନବବର୍ଷ

ରାଉରକେଲା:ହିନ୍ଦୁ ନବବର୍ଷରେ ରାଉରକେଲା ସହରର ବିଭିନ୍ନ ସଂଗଠନ ସମେତ ଧାର୍ମିକ ସଂଗଠନ, ସାମାଜିକ ସଂଗଠନ ଦ୍ୱାରା ଉତ୍ସବ ଓ ଉଦ୍ଦୀପନା ସହିତ ଏହି ହିନ୍ଦୁ ନବବର୍ଷକୁ ପାଳନ କରିଛନ୍ତି । ସହରର ମୁଖ୍ୟ ମାର୍ଗରେ ଜୈନ ମନ୍ଦିର ନିକଟରେ ସାମାଜିକ ସଂଗଠନ, ଚୌପାଲ ସଂଗଠନ ତରଫରୁ ନବବର୍ଷ ଉପଲକ୍ଷେ ରାହଗିରି ସହିତ ହାଲୱା ଓ ଚଣା ବିତରଣ କରାଯାଇଥିଲା । ଚୌପାଲ ସଂଗଠନର ଅଧ୍ୟକ୍ଷ ତରୁଣ ମାଲାନୀ ସମେତ ଅଶୋକ ଅଗ୍ରୱାଲ, ମନୋଜ ଅଗ୍ରୱାଲ, ପ୍ରଦୀପ ମୋଦି, ଲକ୍ଷ୍ମୀନାରାୟଣ ଶର୍ମା, ପ୍ରଦୀପ ଜୈନ, ସନ୍ଦିପ୍ ଶର୍ମା, ମହେଶ ଗର୍ଗ, ମନୋଜ ଅଗ୍ରୱାଲ ସମେତ ଅନ୍ୟାନ୍ୟ ସଦସ୍ୟ ଯୋଗଦେଇଥିଲେ । ସେହିପରି ଇସ୍ପାତ ସହରର ସେକ୍ଟର-୨ ଲକ୍ଷ୍ମୀ ପୂଜା ପେଣ୍ଡାଲ ଠାରେ ହିନ୍ଦୁ ନବବର୍ଷ ଉପଲକ୍ଷେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପଞ୍ଚ ମହାଯଜ୍ଞ ନାମରେ ନାମିତ ଏହି କାର୍ଯ୍ୟକ୍ରମରେ ଘୃତ ଯଜ୍ଞ, ଦୀପ ଯଜ୍ଞ, ସେବା ଯଜ୍ଞ, ଜ୍ଞାନ ଯଜ୍ଞ ଓ ଅନ୍ନ ଯଜ୍ଞ ଭଳି ବିଶେଷ କାର୍ଯ୍ୟକ୍ରମ ସହିତ ରକ୍ତଦାନ, ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରୋଟାରି କ୍ଲବ (ମଧ୍ୟ)ର ଅଧ୍ୟକ୍ଷ ଡଃ ସୁବୋଧ କୁମାର ମେହେର, ମୁଖ୍ୟ ବକ୍ତା ଭାବରେ ଆରଏସ୍ଏସର କ୍ଷେତ୍ରସେବା ପ୍ରମୁଖ ଜଗଦୀଶ ପ୍ରସାଦ ଖାଡ଼ଙ୍ଗା ଏବଂ ସମ୍ମାନିତ ଅତିଥି ଭାବରେ କୁନ୍ତରା ଋଷିକୁଳ ଆଶ୍ରମର ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ ମହାରାଜ ଯୋଗଦେଇଥିଲେ । ସେକ୍ଟର-୨, ରାଷ୍ଟ୍ରୀୟ ନବବର୍ଷ ଆୟୋଜନ ସମିତିର ଅଧ୍ୟକ୍ଷ ହରେକୃଷ୍ଣ ମାଝିଙ୍କ ସମେତ ବହୁ ସମିତି କର୍ମୀ ଏଥିରେ ଅଂଶଗ୍ରହଣ କରିଥିଲେ । ସେହିପରି ସହରର ଅନେକ ସଂଗଠନ ଦ୍ୱାରା ହିନ୍ଦୁ ନବବର୍ଷ ପାଳନ ଅବସରେ ଜଣେ ଅନ୍ୟଜଣକୁ ଶୁଭେଚ୍ଛା ଜଣାଇବା ସହିତ ମିଷ୍ଟାନ୍ନ ବଣ୍ଟନ, ହାଲୁୱା, ଲଡୁ ଓ ସରବତ ବଣ୍ଟନ କରାଯାଇଛି । ରାଉରକେଲା ସହର ସମେତ ସୁନ୍ଦରଗଡ଼ ଜିଲ୍ଲାରେ ହିନ୍ଦୁ ନବବର୍ଷକୁ ବିଭିନ୍ନ ସଙ୍ଗଠନ ତରଫରୁ ଉତ୍ସାହ ଓ ଉଦ୍ଦୀପନା ପାଳନ କରାଯାଇଛି ।

Leave a Reply