Warning: Private methods cannot be final as they are never overridden by other classes in /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php on line 425

Warning: Private methods cannot be final as they are never overridden by other classes in /home/thxlzghk/news.vskodisha.com/wp-content/plugins/wp-rocket/inc/classes/traits/trait-memoize.php on line 87

Warning: Cannot modify header information - headers already sent by (output started at /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php:425) in /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php on line 214

Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଯାଜପୁର ଜିଲ୍ଲା ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନ୍ ପକ୍ଷରୁ ୮ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଯାଜପୁର ଜିଲ୍ଲା ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନ୍ ପକ୍ଷରୁ ୮ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ

ଯାଜପୁର: ଯାଜପୁର ଜିଲ୍ଲା ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନ୍ ପକ୍ଷରୁ ୮ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ଦାବୀପତ୍ରରେ ୨୦୧୮ ଆନେ୍ଦାଳନ ସମୟରେ ବହିସ୍କୃତ ହୋଇଥିବା ୬ଜଣ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା, ଅଙ୍ଗନୱାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟନା ପ୍ରଦାନ କରିବା, ସହାୟିକାମାନଙ୍କୁ ୯ହଜାର ଟଙ୍କା ପ୍ରଦାନ କରିବା ସହିତ ଇ.ପି.ଏଫ., ଇଏସଆଇସି ଓ ଗ୍ରାଚୁ୍ୟଟି ରେ ସାମିଲ କରିବା, ମିନି ଅଙ୍ଗନୱାଡି ଉଚ୍ଛେଦ କରି ମିନି ଅଙ୍ଗନୱାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନୱାଡି କର୍ମୀର ମାନ୍ୟତା ପ୍ରଦାନ କରିବା, ମିନି ଅଙ୍ଗନୱାଡି କର୍ମଚାରୀ ଓ ସହାୟିକାମାନଙ୍କୁ ଅବସର କାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଓ ପେନସନ୍ ମାସିକ ୫ହଜାର ଟଙ୍କା ପ୍ରଦାନ କରିବା, କାର୍ଯ୍ୟରତ ଅବସ୍ଥାରେ ମୃତୁ୍ୟବରଣ କଲେ ଅଙ୍ଗନୱାଡି କର୍ମଚାରୀମାନଙ୍କୁ ମୃତୁ୍ୟକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଦେବା ସହିତ ପରିବାରରୁ ଜଣକୁ ଚାକିରୀ ପ୍ରଦାନ କରିବା, ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡି କର୍ମଚାରୀମାନଙ୍କୁ ବାଦ୍ ଦିଆଯାଇ ପୋଷଣ ଟ୍ରାକରରେ ଅନ୍ଲାଇନ୍ ଲୋକେସନ୍ କୁ ବନ୍ଦ କରାଯିବା ସହିତ ୨୦୧୮ ରେ ଘୋଷଣା କରାଯାଇଥିବା ଗ୍ରୀଷ୍ମ ଅବକାଶକୁ ଲାଗୁ କରାଯିବା, ସମସ୍ତ ଅଙ୍ଗନୱାଡି କର୍ମଚାରୀଙ୍କୁ ପି୍ର-ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା ଦିଆଯିବା, ୫୦ % ଅଙ୍ଗନୱାଡି କର୍ମୀମାନଙ୍କୁ ପଦୋନ୍ନତି ଦିଆଯାଉଥିବା ବେଳେ ଆଉ ୫୦% ସ୍ନାତକ ଓ ତଦୁର୍ଦ୍ଧ ଅଙ୍ଗନୱାଡି କର୍ମୀମାନଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି କରିବା ଆଦି ଦାବୀକରି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

Leave a Reply