Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମିଥ୍ୟା ପ୍ରଚାର ଦ୍ୱାରା ବଦନାମ ହେବନି ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମିଥ୍ୟା ପ୍ରଚାର ଦ୍ୱାରା ବଦନାମ ହେବନି ଭାରତ


ନୂଆଦିଲ୍ଲୀ: ବିବାଦୀୟ ବିବିସି ଡକ୍ୟୁମେଣ୍ଟାରି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଅ ।ଇନ ମନ୍ତ୍ରୀ କିରେନ ରିଜିଜୁ ସେ କହିଛନ୍ତି ଯେ ଭାରତର କିଛି ଲୋକଙ୍କଠାରୁ ଉପନିବେଶବାଦୀ ନିଶା ଏପର୍ଯ୍ୟନ୍ତ ଉତୁରିନାହିଁ । ସେମାନେ ବିବିସିକୁ ଭାରତର ସୁପ୍ରିମକୋର୍ଟ ଉପରେ ବି·ର କରନ୍ତି । ସେମାନେ ସେମାନଙ୍କର ମାଲିକମାନଙ୍କୁ ଖୁସି କରିବା ପାଇଁ ଦେଶର ସମ୍ମାନ ଏବଂ ଭାବମୂର୍ତ୍ତିକୁ ମଧ୍ୟ ତଳେ ପକାଇଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଏକ ଟୁଇଟ କରି ରିଜିଜୁ କହିଛନ୍ତି ଯେ ଭାରତ ଭିତରେ ଓ ବାହାରେ ମିଥ୍ୟା ପ୍ର·ର ଚଳାଇ ଭାରତକୁ ବଦନାମ କରିପାରିବେ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ୧୪୦ କୋଟି ଭାରତୀୟଙ୍କ ସ୍ୱର । ସେ କହିଛନ୍ତି ଯେ ଯେକୌଣସି ପ୍ରକାରେ ଏହି ଟୁକଡେଟୁକଡେ ଗ୍ୟାଙ୍ଗ ସଦସ୍ୟଙ୍କ ଠାରୁ କୌଣସି ଭଲ ଅ ।ଶା ନାହିଁ, ଯାହାର ଏକମାତ୍ର ଲକ୍ଷ୍ୟ ହେଉଛି ଭାରତର ଶକ୍ତିକୁ ଦୁର୍ବଳ କରିବା । ସଂଖ୍ୟାଲଘୁ, କିମ୍ବା ବରଂ ଭାରତର ପ୍ରତ୍ୟେକ ସମ୍ପ୍ରଦାୟ ସକରାତ୍ମକ ଭାବରେ ଗତି କରୁଛନ୍ତି । ଭାରତ ଭିତରେ କିମ୍ବା ବାହାରେ କରାଯାଇଥିବା ହାନୀକାରକ ଅଭିଯାନ ଭାରତର ଭାବମୂର୍ତ୍ତିକୁ କଳଙ୍କିତ କରିପାରିବ ନାହିଁ । ବ୍ରିଟେନର ସରକାରୀ ଗଣମାଧ୍ୟମ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି) ଦ୍ୱାରା ଏହି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯାଇଛି । ଏଥିରେ ୨୦୦୨ ଗୁଜରାଟ ଦଙ୍ଗାରେ ମୋଦୀଙ୍କ ଭୂମିକା ଉପରେ ପ୍ରଶ୍ନଚିହ୍ନ ଲଗାଯାଇଛି । ଏହାକୁ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ପ୍ରୋପାଗେଣ୍ଡା ବା ମିଥ୍ୟାପ୍ର·ରର ଏକ ଅଂଶ ଭାବରେ ବର୍ଣ୍ଣନା କରିଥିଲା ଓ ଏହା ଉପନିବେଶବାଦୀ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ବୋଲି କୁହାଯାଇଥିଲ। ।

Leave a Reply