Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାନବୀୟ ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାନବୀୟ ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ମାନବୀୟ ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି । ନୀଳାଦ୍ରି ବିଜେ କରିଛନ୍ତି ଶ୍ରୀଜୀଉ । ଘୋଷଯାତ୍ରାର ଅନ୍ତିମ ପର୍ବରେ ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ବିଜେ କରିଛନ୍ତି ମହାବାହୁ । ରସଗୋଲା ଖୁଆଇ ଅଭିମାନିନୀ ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଛନ୍ତି କାଳିଆ ସାଆନ୍ତ । ଆସନ୍ତା କାଲିଠାରୁ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳବ ନୀଳାଚଳ ଅବଢ଼ା । ଶ୍ରୀଗୁଣ୍ଡିଚା, ବାହୁଡ଼ା, ସୁନାବେଶ ଓ ଅଧରପଣା ପରେ ଶ୍ରୀମନ୍ଦିର ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଷାଢ ଶୁକ୍ଳ ତ୍ରୟୋଦଶୀ ତିଥିରେ ବିପୁଳ ଜନସମାଗମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀଜୀଉମାନଙ୍କ ନୀଳାଦି୍ର ବିଜେଶନିବାର ଦିନ ରଥ ଉପରେ ବିଭିନ୍ନ ରୀତି ସମାପନ ପରେ ଅପରାହ୍ନରେ ଠାକୁରମାନଙ୍କୁ ଗୋଟିଏ ପହଣ୍ଡିରେ ରତ୍ନ ସିଂହାସନକୁ ନିଆଯାଇଥିଲା । ରବିବାର ଶୁକ୍ଳ ଚତୁର୍ଦ୍ଧଶୀରେ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢା । ଶନିବାର ଭୋର ୫ଟାରୁ ୫ଟା ୨୫ମିନିଟ୍ ମଧ୍ୟରେ ୩ରତରେ ମଙ୍ଗଳଆଳତି କରାଯାଇଥିଲା । ୫ଟା ୧୦ରୁ ୫ଟା ୩୦ମିନିଟ୍ ମଧ୍ୟରେ ମଇଲମ, ୫ଟା ୨୫ରୁ ୫ଟା ୫୫ମଧ୍ୟରେ ତଡ଼ପଲାଗି, ୫ଟା ୫୫ରୁ ୭ଟା ୧୦ମିନି୍ ମଧ୍ୟରେ ଅବକାଶ ପୂଜା, ୭ଟା ୪୦ରୁ ୮ଟା ୧୫ମିନି୍ଟ ମଧ୍ୟରେ ଗୋପାଳବଲ୍ଲଭ ପୂଜା, ୮ଟା ୪୦ରୁ ୯ଟା ୨୦ ମିନିଟ୍ ମଧ୍ୟରେ ସକାଳ ଧୂପ ପୂଜା, ୯ଟା୨୫ରୁ ୯ଟା ୪୦ ମିନିଟ୍ ମଧ୍ୟରେ ମଇଲମ, ୯ଟା ୫୦ରୁ ୯ଟା ୫୫ମିନିଟ୍ ମଧ୍ୟରେ ୩ରଥରେ ମହାସ୍ନାନ, ୯ଟା ୫୫ରୁ ୧୦ଟା ୨୦ମିନିଟ୍ ମଧ୍ୟରେ ସର୍ବାଙ୍ଗ, ୧୦ଟା ୨୫ମିନିଟ୍ରେ ମଇଲମ ଓ ବେଶ ଓ ୧୦ଟା ୪୫ରୁ ୧୧ଟା ୨୫ମିନିଟ୍ ମଧ୍ୟରେ ମଧ୍ୟାହ୍ନ ଧୂପ ସଂପନ୍ନ ହୋଇଥିଲା । ୧୧ଟା ୪୦ରୁ ୧୨ଟା ୫ମିନିଟ୍ମ ଧ୍ୟରେ ମଇଲମ ଓ ବେଶ, ୧୧ଟା ୫୫ରୁ ୧୨ଟା ୫ମିନିଟ୍ମ ଧ୍ୟରେ ସନ୍ଧ୍ୟା ଆଳତି, ୧୨ଟା ୨୫ରୁ ୧ଟା ୩୫ମିନିଟ୍ ମଧ୍ୟରେ ସନ୍ଧ୍ୟା ଧୂପ ସଂପନ୍ନ ହୋଇଥିଲା । ଦିନ ୧ଟା ୫ମିନିଟ୍ରେ ଚାରମାଳ ବନ୍ଧା ଆରମ୍ଭ ହୋଇ ୪ଟା ୩୫ମିନିଟ୍ରେ ଶେଷ ହୋଇଥିଲା । ସିଂହାସନ ମାଜଣା ଓ ପୁଷ୍ପାଞ୍ଜଳି ପରେ ଅପରାହ୍ନ ୫ଟା ୧୫ମିନିଟ୍ରେ
ଆରମ୍ଭ ହୋଇଥିଲା ଚିତ୍ତାକର୍ଷକ ପହଣ୍ଡି ବିଜେ । ପହଣ୍ଡି ଆରମ୍ଭ ବେଳକୁ

୩ରଥର ଚତୁଃପାଶ୍ୱର୍ ଓ ସିଂହଦ୍ୱାର ଅଞ୍ଚଳ ଲୋକାରଣ୍ୟ ହୋଇ

ଉଠିଥିଲା । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥରୁ ରାମକୃଷ୍ଣ ଘଣ୍ଟଘଣ୍ଟା

ଧ୍ୱନି ମଧ୍ୟରେ ମନ୍ଦିରକୁ ବିଜେ କରିଥିଲେ । ଏହାପରେ ଶ୍ରୀଜଗନ୍ନାଥଙ୍କ

ନନ୍ଦିଘୋଷ ରଥରୁ ମଦନମୋହନଙ୍କୁ ପହଣ୍ଡି କରାଯାଇଥିଲା । ପରେ

ପରେ ଆରମ୍ଭ ହୋଇଥିଲା ଶ୍ରୀ ସୁଦର୍ଶନଙ୍କ ପହଣ୍ଡି । ଦେବୀ ସୁଭଦ୍ରାଙ୍କ

ଦେବଦଳନ ରଥରୁ ସୁଦର୍ଶନ ପହଣ୍ଡି ହୋଇ ଶ୍ରୀମନ୍ଦିରକୁ ଯାଇଥିଲେ ।

ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରକୁ ବିଜେ କରିଥିଲେ । ଶ୍ରୀ

ସୁଦର୍ଶନ ମନ୍ଦିରକୁ ଯିବା ପରେ ଆରମ୍ଭ ହୋଇଥିଲା ପ୍ରଭୁ ବଳଭଦ୍ରଙ୍କ

ପହଣ୍ଡି । ପ୍ରଭୁ ବଳଭଦ୍ର ରତ୍ନସିଂହାସନରେ ବିଜେ କରିବା ପରେ

ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ପହଣ୍ଡି । ଦେବୀ ସୁଭଦ୍ରା

ଦେବଦଳରୁ ରଥରୁ ଅବତରଣ କରି ଶ୍ରୀମନ୍ଦିରର ରତ୍ନସିଂହାସନକୁ

ବିଜେ କରିଥିଲେ । ଏହାପରେ ସମବେତ ସହସ୍ର ସହସ୍ର ଭକ୍ତଙ୍କ

ଉକôଣ୍ଠିତ ପ୍ରତୀକ୍ଷାର ଅନ୍ତ ଘଟିଥିଲା । ଆରମ୍ଭ ହୋଇଥିଲା ଶ୍ରୀଜଗନ୍ନାଥଙ୍କ

ହପଣ୍ଡି ବିଜେ । ମହାପ୍ରଭୁ ଟାହିଆ ଲାଗି ହୋଇ ଚାରମାଳକୁ ଆସିବା

ପରେ ମହାଲକ୍ଷ୍ମୀ ଓ ଚାହାଣି ମଣ୍ଡପକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରି

ଫେରିଯାଇଥିଲେ ଓ ଲକ୍ଷ୍ମୀ ନାରାୟଣ ଭେଟ ଅନୁଷ୍ଠିତ ହୋଇଥିଲା ।

କେବଳ ଜ୍ୟେଷ୍ଠ ଭ୍ରାତା ଓ ଭଗ୍ନୀଙ୍କୁ ନେଇ ନବଦିନ ଯାତ୍ରାରେ

ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଚାଲିଯାଇଥିବାରୁ ଅଭିମାନିନୀ

ମହାଲକ୍ଷ୍ମୀଙ୍କ ଆଦେଶରେ ସିଂହଦ୍ୱାରକୁ ବନ୍ଦ କରିଦିଆଯାଇଥିଲା ଓ

ମହାପ୍ରଭୁ ପହଣ୍ଡି ହୋଇ ସିଂହଦ୍ୱାରକୁ ଆସିବା ପରେ ଦ୍ୱାର ଫିଟିଥିଲା

ଓ ବାଇଶି ପାହାଚରେ ଶ୍ରୀଜଗନ୍ନାଥ ଜୟବିଜୟ ଦ୍ୱାର ସମ୍ମଖକୁ

ଯାଇଥିଲେ । ପରମ୍ପରା ଅନୁଯାୟୀ ଜୟବିଜୟ ଦ୍ୱାରରେ ବଚନିକା

ହୋଇଥିଲା । ପତିତଜନଙ୍କ ଉଦ୍ଧାର ପାଇଁ ବର୍ଷକରେ ଥରେ ଆଷାଢ

ମାସରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ପତିତପାବନ ବା ଘୋଷ

ଯାତ୍ରାରେ ସେ ବିଜେ କରିବେ ବୋଲି ମହାପ୍ରଭୁ କଠୋର ନିଷ୍ପତ୍ତି

ଘୋଷଣା କରିବା ପରେ ମହାଲକ୍ଷ୍ମୀଙ୍କର ମାନଭଞ୍ଜନ ହୋଇଥିଲା ଓ

ଦେବୀ କବାଟ ଖୋଲିଥିଲେ । ଦାମ୍ପତ୍ୟ କଳହର ପରିସମାପ୍ତି ଓ

ପୁର୍ନମିଳନର ମୁହୁର୍ତ୍ତକୁ ମଧୁମୟ କରିବା ପାଇଁ ପରସ୍ପର ମୁଖରେ

ମିଠା ଦିଆନିଆ ପରେ ମହାପ୍ରଭୁ ରତ୍ନ ସିଂହାସନକୁ ବିଜେ କରିଥିଲେ ।

ପହଣ୍ଡି ବିଜେ ବେଳେ ସିଂହ ଦ୍ୱାର ସମ୍ମୁଖରେ ବର୍ଣ୍ଣାଢ୍ୟ ପରିବେଶ

ସୃଷ୍ଟି ହୋଇଥିଲା ।

Leave a Reply