Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାଇକ୍ରୋପ୍ଲାଷ୍ଟିକ୍ ମଣିଷ ଲାଗି କ୍ଷତିକାରକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାଇକ୍ରୋପ୍ଲାଷ୍ଟିକ୍ ମଣିଷ ଲାଗି କ୍ଷତିକାରକ


ନୂଆଦିଲ୍ଲୀ: ଜୀବଜଗତକୁ ନେଇ ବୈଜ୍ଞାନିକମାନେ ପ୍ରତିଦିନ ଗବେଷଣା ଜାରି ରଖିଥାନ୍ତି । ନିକଟରେ ହୋଇଥିବା ଏକ ଗଷେବଣାରୁ ଜଣାପଡ଼ିଛି ଯେ ପ୍ରତିବର୍ଷ ଲୋକମାନେ ୨,୬୭୫ ମାଇକ୍ରୋପ୍ଲାଷ୍ଟିକ୍ କଣିକା ସଂସ୍ପର୍ଶରେ ଆସିଥାନ୍ତି । ଏହି କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଶ୍ରୀଲଙ୍କା । ଶ୍ରୀଲଙ୍କାରେ ଉଭୟ ଘରେ ଓ ବାହାରେ ମାଇକ୍ରୋପ୍ଲାଷ୍ଟିକ୍ କଣିକା ଓ ସେଗୁଡ଼ିକର ସାମ୍ଭବ୍ୟ ଉତ୍ସ ସବୁଠାରୁ ଅଧିକ ଦେଖିବାକୁ ମିଳିଛି । ତେବେ ବାହାର ତୁଳନାରେ ଘର ଭିତରେ ୨୮ ଗୁଣ ଅଧିକ ମାଇକ୍ରୋପ୍ଲାଷ୍ଟିକ୍ କଣିକା ଦେଖିବାକୁ ମିଳିଛି । ସୂଚନାଥାଉ କି, ବାୟୁବାହୀ ବା ଏୟାରବର୍ଣ୍ଣ ମାଇକ୍ରୋପ୍ଲାଷ୍ଟିକ୍ କଣିକା ଖୁବ୍ ସୁକ୍ଷ୍ମ ଏବଂ ହାଲୁକା ହୋଇଥାଏ । ଏହାକୁ ବାୟୁ ଦ୍ୱାରା ଘର ଭିତରେ ଓ ବାହାର ପରିବେଶରେ ଖୁବ୍ ସହଜରେ ବ୍ୟାପିଥାଏ । ଅଧିକାଂଶ ଏୟାରବର୍ଣ୍ଣ ମାଇକ୍ରୋପ୍ଲାଷ୍ଟିକ୍ର କଣିକାର ଲମ୍ବ ପ୍ରାୟ ୧ ମିଟରରୁ କମ୍ ହୋଇଥାଏ । ଲୋକେ ନିଜର ପ୍ରାୟ ୯୦ ପ୍ରତିଶତ ସମୟ ଘର ଭିତରେ କାଟୁଥିବା ବେଳେ ଉଭୟ ଘର ଓ ବାହାରର ମାଇକ୍ରୋପ୍ଲାଷ୍ଟିକ୍ ଉପରେ ଅଧ୍ୟୟନ କରି ଗବେଷକମାନେ ପ୍ରତିବର୍ଷ ହାରାହାରି ୨,୬୭୫ ମାଇକ୍ରୋପ୍ଲାଷ୍ଟିକ୍ କଣିକା ସଂସ୍ପର୍ଶରେ ଆସିବାକୁ ଏକ ବିପଦ ବୋଲି କହିଛନ୍ତି । ଅଷ୍ଟ୍ରେଲିୟାନ୍ ରିଭର୍ସ ଇନ୍ଷ୍ଟିଚୁ୍ୟଟ୍ର ଗବେଷକ କୁଶନି ପେରେରା କହିଛନ୍ତି, ମାଇକ୍ରୋପ୍ଲାଷ୍ଟିକ୍ୟୁକ୍ତ ବାତାବରଣରେ ନିଶ୍ୱାସ ନେବା ପ୍ଲାଷ୍ଟିକ୍କୁ ଲୋକଙ୍କୁ ଉପୁଜିବାକୁ ଥିବା ବିପଦର ଏକ ସିଧା ବାଟ । ଏୟାର୍ବର୍ଣ୍ଣ ମାଇକ୍ରୋପ୍ଲାଷ୍ଟିକ୍ ଉପରେ ଅଧିକାଂଶ ଅଧ୍ୟୟନ ଉଚ୍ଚ ଆୟକାରୀ ଦେଶଗୁଡ଼ିକରେ ସୀମିତ, ଯେଉଁଠାରେ ବର୍ଯ୍ୟବସ୍ତୁର ପରିଚାଳନା ଭଲ ଭାବେ କରାଯାଉଛି । କିନ୍ତୁ ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶରେ ଏଭଳି ଅଧ୍ୟୟନ ଖୁବ୍ କମ୍ ହୋଇଥାଏ । ଏହି ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ଘର ଭିତରେ ଅଧିକ ପରିମାଣର ମାଇକ୍ରୋପ୍ଲାଷ୍ଟିକ୍ ରହିଛି, ଯାହା ମଣିଷ ଲାଗି କ୍ଷତିକାରକ ।

Leave a Reply