Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହଙ୍ଗା ପଡ଼ିଲା ନମ୍ବର ପ୍ଲେଟରେ ଠାକୁର ଲେଖିବା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହଙ୍ଗା ପଡ଼ିଲା ନମ୍ବର ପ୍ଲେଟରେ ଠାକୁର ଲେଖିବା

ବାରଣାସୀ : ଗାଡ଼ି ନମ୍ବର ପ୍ଲେଟରେ ଠାକୁର ଲେଖିବା ପଡ଼ିଲା ମହଙ୍ଗା । ଟ୍ରାଫିକ୍ ନିୟମ ଭାଙ୍ଗି ତଣ୍ଡ ଗଣିଲେ କାର୍ ମାଲିକ୍ । ଫର୍ଚୁନର ମାଲିକଙ୍କୁ ୨୮ହଜାର ଟଙ୍କା ଜରିମାନା ଲଗାଇଛି ପୋଲିସ । ଏହା ସହିତ କାରକୁ ସିଜ୍ କରିଛି । ଏଭଳି ଘଟଣା ଉତ୍ତର ପ୍ରଦେଶର ବାରଣାସୀରୁ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ବାରଣାସୀରେ ଫର୍ଚୁନର ଗାଡ଼ି ମାଲିକ ପୋଲିସକୁ ରୁବାବ୍ ଦେଖାଇବା ମହଙ୍ଗା ପଡ଼ିଛି । ଗାଡ଼ି ମାଲିକ କର୍ ନମ୍ବର ପ୍ଲେଟ୍ ଲାଗିବା ସ୍ଥାନରେ ଠାକୁର ଏବଂ ଫର୍ଚୁନରରେ ପୋଲିସ୍ ଲେଖିଥିଲେ । ବାରଣାସୀ ପୋଲିସ କାର୍ ଅଟକାଇବାରୁ, କାର୍ ମାଲିକ ଉତ୍ତ୍ୟକ୍ତ ପୋଲିସକୁ ଗାଳିଗୁଲଜ କରିଥିଲେ । ତେଣୁ ପୋଲିସ, ଟ୍ରାଫିକ୍ ନିୟମ ଭାଙ୍ଗିବା ଅପରାଧରେ ଫର୍ଚୁନର ମାଲିକଙ୍କୁ ୨୮ହଜାର ୫୦୦ ଟଙ୍କାର ·ଲାଣ କାଟିବା ସହିତ କାରକୁ ସିଜ୍ କରିଛି । ବାରଣାସୀ କେଣ୍ଟ ଥାନା ଅନ୍ତର୍ଗତ ଏକ ଫର୍ଚୁନର କାର୍ ନମ୍ବର ପ୍ଲେଟରେ ଠାକୁର ଶବ୍ଦ ଲେଖିଥିଲେ । ଏହାକୁ କେହି ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଏହି ଭିଡିଓ ଭାଇରାଲ୍ ଏହା ପରେ ପୋଲିସ ତୁରନ୍ତ ଏହା ବାବାଦରେ ଖବର ନେବା ସହିତ କାରକୁ ଅଟକାଇଥିଲା । ଏହା ପରେ କାର୍ ମାଲିକ ପୋଲିସ ଉପରେ ହାକିମ ଦେଖାଇଥିଲେ । ପରେ କ୍ୟାଣ୍ଟ ଥାନା ପୋଲିସ କାରକୁ ସିଜ୍ କରିବା ସହିତ ୨୮ହଜାର ୫୦୦ ଟଙ୍କା ଜରିମାନା ଲଗାଇଛି ।

Leave a Reply