Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ମଦ୍ରାସାରେ କଣ ଚାଲିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମଦ୍ରାସାରେ କଣ ଚାଲିଛି

ବିହାରର ଛପରା ଅନ୍ତର୍ଗତ ମୋତିରାଜପୁର ଗ୍ରାମରେ ଅବସ୍ଥିତ ଏକ ମଦ୍ରାସାରେ କିଛିଦିନ ତଳେ ବୋମା ବିସ୍ଫୋରଣ ଘଟିଥିଲା । ଏହି ଘଟଣାର ଅନୁସନ୍ଧାନ ବେଳେ ଜାଣିବାକୁ ମିଳିଲା ଯେ ଜଣେ ଛାତ୍ର ମଦ୍ରାସା ପଛରେ ମିଳିଥିବା ବୋମାକୁ ଏକ ବଲ ବୋଲି ଭାବି ମଦ୍ରାସା ଭିତରକୁ ନେଇ ଯାଇ ଖେଳିବା ଆରମ୍ଭ କରିଥିଲେ । ମୌଲାନା ଏହା ଦେଖି ତାହାକୁ ଫିଙ୍ଗିବାକୁ ଚାହୁଁଥିଲେ କିନ୍ତୁ ସେତେବେଳକୁ ବୋମା ବିସ୍ଫୋରଣ ହୋଇଯାଇଥିଲା । ଏହି ଘଟଣାରେ ଉଭୟ ମୌଲାନା ଏବଂ ଛାତ୍ର ଗୁରୁତର ଆହତ ହୋଇଛନ୍ତି ।

ପୋଲିସ ଏହି ଘଟଣାର ତଦନ୍ତ କରୁଛି ଏହି ବୋମା କେଉଁଠୁ ଆସିଲା ? ପ୍ରାରମ୍ଭିକ ଅନୁସନ୍ଧାନରେ ଏହାକୁ ଫୋଟକା କାରଖାନାର ବୋମା ଘୋଷିତ କରାଯାଇଥିଲା କିନ୍ତୁ ଏହାପରେ ତଦନ୍ତ ସମାପ୍ତ ହୋଇ ନାହିଁ । ଏବେ ମଦ୍ରାସା ବିଷୟରେ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଖବର ପ୍ରକାଶ ପାଇବାକୁ ଲାଗିଛି । ଧାର୍ମିକ ଶିକ୍ଷା ନାମରେ ମଦ୍ରାସାରେ କଣ ଚାଲିଛି ବୋଲି ପ୍ରଶ୍ନ ଉଠିଛି । କେତେକ ସ୍ଥାନରୁ ଯୌନ ଉତ୍ପୀଡ଼ନ, ଶାରୀରିକ ନିର୍ଯାତନା, ନିର୍ଦ୍ଦୟତା ଭଳି ଖବର ଆସୁଥିବା ବେଳେ ଅନ୍ୟ କେତେକ ସ୍ଥାନରେ କଟ୍ଟରପନ୍ଥୀର ପାଠ ପଢା ଯାଉଥିବାର ଖବର ଆସିଛି ।

କିଛି ଦିନ ପୂର୍ବରୁ ରାଜସ୍ଥାନର ଅଜମେରରେ ଏକ ଘଟଣା ସାମନାକୁ ଆସିଥିଲା । ୫ ଜଣ ଛାତ୍ରଙ୍କୁ ଇମାମ ବାଡ଼ିରେ ପିଟିପିଟି କରି ଦଉଡିରେ ଟାଙ୍ଗି ହତ୍ୟା କରିଥିଲା । ଯେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା, ସେତେବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଲା । ଛାତ୍ରମାନେ କହିଥିଲେ ଯେ ଇମାମଙ୍କ ଯୌନ ଉତ୍ପୀଡ଼ନରେ ସେମାନେ ଶୀକର ହୋଇଥେôଲ । ଏହାକୁ ବିରୋଧ କରିବାରୁ ହତ୍ୟା କରାଯାଇଛି । ସେହିପରି ଆସାମର ସଲମାରା ଜିଲ୍ଲାର ଏକ ମଦ୍ରାସା ଭିତରେ ଜଣେ ନାବାଳକକୁ ଯୌନ ନିର୍ଯାତନା ଘଟଣା ମେ ୯ ରେ ପ୍ରକାଶ ପାଇଥିଲା । ଅଭିଯୁକ୍ତ ହେଉଛନ୍ତି ମଦ୍ରାସାର ମୌଲାନା ଅଖିରୁଲ ଇସଲାମ । ଏହି ମୌଲାନା ପିଲାଟିକୁ ଏତେ ମାତ୍ରାରେ ପିଟିଥିଲେ ଯେ ସେ ଶ୍ରେଣୀକୁ ଯିବାକୁ ଭୟ କରୁଥିଲା ।

ଏହି ୨-୩ ଟି ମାମଲା ହେଉଛି ସାମ୍ପ୍ରତିକ ମାମଲା ଯାହା ଗତ ଏକ ସପ୍ତାହରେ ଆସିଥିଲା । ଯଦି ଆପଣ ଗୋଟିଏ ମାସ କି ବର୍ଷର ହିସାବ ଦେଖିବେ ମଦ୍ରାସାଗୁଡ଼ିକରେ ଘଟୁଥିବା ଦୁଷ୍କର୍ମର ଖବର ସର୍ବଦା ବୃଦ୍ଧି ପାଇବ । ମାମଲା କେବଳ ଜିଲ୍ଲା, ରାଜ୍ୟ କିମ୍ବା ଆମର ଏହି ଦେଶରେ ସୀମିତ ନୁହେଁ । ଇସଲାମ ଦେଶରେ ମଧ୍ୟ ମଦ୍ରାସାଗୁଡ଼ିକର ଏହି ସମାନ ଅବସ୍ଥା ।

କୌଣସି ସ୍ଥାନରୁ ଭିଡିଓ ଆସେ ଯେ ଛୋଟ ପିଲାମାନଙ୍କୁ ନିର୍ଦ୍ଦୟ ଭାବରେ ମାଡ ଦିଆଯାଉଛି, ଅନ୍ୟ କେଉଠି ବାଳିକା ଛାତ୍ରୀମାନଙ୍କୁ ଶ୍ରେଣୀ ମଧ୍ୟରେ ନିର୍ଯାତନା ଦିଆଯାଉଛି । ମାର୍କ ଦେବା ନାମରେ କେହି ହଇରାଣ ହରକତ ହେଉଛନ୍ତି ଏବଂ କାହାକୁ ପାଟିରେ ପୋଷାକ ଭର୍ତ୍ତି କରି ବଳାତ୍କାର କରାଯାଇଛି । ଥରେ ଆଫ୍ରିକାରୁ ଏକ ଖବର ଆସିଥିଲା ମଦ୍ରାସାରେ ପଢୁଥିବା ଗରିବ ପିଲାମାନଙ୍କୁ ମୌଲବୀ ଭିକ୍ଷାବୃତ୍ତିରେ ଲଗାଉଛନ୍ତି ।

ସେହିପରି, ଯଦି ଆମେ ପାକିସ୍ତାନ ବିଷୟରେ ଚର୍ଚ୍ଚା କରିବା ସେଠାରେ ମଧ୍ୟ ପିଲାମାନେ ମଦ୍ରାସା ରେ ଯୌନ ଶୋଷଣ ର ଶିକାର ହେଉଛନ୍ତି । ଏହା ସହିତ ସେମାନେ ସେଠାରେ ଏପରି ତାଲିମ ପାଆନ୍ତି ଯେ ଆତଙ୍କବାଦୀ ସଂଗଠନରେ ଯୋଗଦେବାରେ ସେମାନଙ୍କର ଦ୍ୱିଧା କରନ୍ତି ନାହିଁ । ପାକିସ୍ତାନର ଦାରୁଲ ଉଲୁମ୍ ହକ୍କାନିଆ ହେଉଛି ଏପରି ଏକ ମଦ୍ରାସା ଯେଉଁଥିରୁ ପାଠ ପଢି ବାହାରିଥିବା ପିଲାମାନେ ତାଲିବାନ ଭଳି ସଂଗଠନରେ ଯୋଗ ଦେଇ ଆତଙ୍କବାଦୀଙ୍କ ମାର୍ଗ ଅନୁସରଣ କରିବା ଆରମ୍ଭ କରନ୍ତି । ବାଂଲାଦେଶରେ ମଧ୍ୟ ମଦ୍ରାସା ର ଅନେକ କାହାଣୀ ଅଛି ।

ଗଣମାଧ୍ୟମର କିଛି ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନ ମଦ୍ରାସା ମାଧ୍ୟମରେ ଭାରତରେ ଆତଙ୍କବାଦ ଏଜେଣ୍ଡା ପୂରଣ କରିବାକୁ ଚେଷ୍ଟା କରୁଛି । ଆମେ ଏହି ଖବରକୁ ମିଥ୍ୟା ବୋଲି ଭାବୁଥିଲୁ କିନ୍ତୁ , ବିଗତ କିଛି ବର୍ଷ ମଧ୍ୟରେ ଏହିପରି ଅନେକ ଉଦାହରଣ ସାମ୍ନାକୁ ଆସିଛି ଯାହା ଦର୍ଶାଉଛି ଯେ ଆତଙ୍କବାଦୀମାନେ ମଦ୍ରାସା ବାହାନାରେ ଆତଙ୍କବାଦୀ ମଡ୍ୟୁଲ୍ ଲଞ୍ଚ କରିବାକୁ ଚାହୁଁଛନ୍ତି ।

୨୦୨୨ ମସିହାରେ ଆସାମରେ ଆତଙ୍କବାଦୀ ମଡ୍ୟୁଲ୍ର ପର୍ଦ୍ଦାଫାଶ ହୋଇଥିଲା । ଏଥିରୁ ଜଣାପଡିଥିଲା ଯେ ମୌଳିକବାଦୀଙ୍କ ଦ୍ୱାରା ଷଡଯନ୍ତ୍ର କେତେ ଗଭୀର ଭାବରେ ଚାଲିଛି । ଆସାମ ପୋଲିସ ସେତେବେଳେ ଅନେକ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ଏବଂ ଏହି ଆତଙ୍କବାଦୀମାନଙ୍କର ଯେଉଁ ମଦ୍ରାସା ସହିତ ସଂପର୍କ ଥିଲା ସେହି ମଦ୍ରାସା ଗୁଡିକ ଉପରେ ହେମନ୍ତ ସରକାର ବୁଲଡୋଜର ଚଳାଇ ଦେଇଥିଲେ । ସେ ସ୍ପଷ୍ଟ ଭାବେ ଘୋଷଣା କରିଛନ୍ତି, ଯଦି ସେ ଜାଣିବାକୁ ପାଇବେ ଯେ, କୌଣସି ମଦ୍ରାସାରେ ବେଆଇନ କାର୍ଯ୍ୟକଳାପ ଚାଲିଛି, ରାଷ୍ଟ୍ର ବିରୋଧୀ ପ୍ରଶିକ୍ଷଣ ଦିଆଯାଉଛି, ତେବେ ସେ ତୁରନ୍ତ ମଦ୍ରାସାକୁ ଭାଙ୍ଗି ଦେବେ । ଏହା ପରେ ଆସାମରେ ପ୍ରାୟ ୧୨୮୧ ମଦ୍ରାସା ବନ୍ଦ ହୋଇଯାଇଥିଲା । ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଧାର୍ମିକ ଶିକ୍ଷା ପରିବର୍ତ୍ତେ ରାଜ୍ୟରେ ଆଧୁନିକ ଶିକ୍ଷା ଦିଆଯିବ ଯାହା ଦ୍ୱାରା ପିଲାମାନେ ଭବିଷ୍ୟତରେ କିଛି ଭଲ କରିପାରିବେ ।

ଏହା ବ୍ୟତୀତ ଉତ୍ତରପ୍ରଦେଶର ଯୋଗୀ ସରକାର ମଧ୍ୟ କଟ୍ଟରପନ୍ଥୀଙ୍କ ବିରୋଧରେ ଦୃଢ କାର୍ଯ୍‌ଯାନୁଷ୍ଠାନ ଗ୍ରହଣ କରୁଛନ୍ତି, କିନ୍ତୁ ଏହି କାର୍ଯ୍ୟ ଯୋଗୀଙ୍କ ପାଇଁ ଏତେ ସହଜ ନୁହେଁ । ୟୁପିର ପୂର୍ବ ସରକାର ହିଁ ମଦ୍ରାସାଗୁଡ଼ିକର ଉନ୍ନତି ନାମରେ ଅନେକ ଅର୍ଥ ଯୋଗାଇ ଦେଇଛନ୍ତି । ଯୋଗୀ ସରକାର ଆସିବା ପରେ ବେଆଇନ ଭାବେ ଚାଲୁଥିବା ମଦ୍ରାସା ଉପରେ କଟକଣା ଆରମ୍ଭ ହୋଇଥିଲା । ଯୋଗୀ ସରକାର ଯେତେବେଳେ ଯାଞ୍ଚ କରିଥିଲେ, ସେତେବେଳେ ଜଣାପଡିଥିଲା ଯେ କେବଳ ହଜାର ହଜାର ବେଆଇନ ମଦ୍ରାସା ଚାଲୁ ନାହିଁ, ବରଂ ହଠାତ୍ ସୀମାରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯେତେବେଳେ ଏହି ରିପୋର୍ଟ ସରକାରଙ୍କ ନିକଟରେ ପହଞ୍ଚିଲା, ତାପରେ ଯୋଗୀ ସରକାର କଡା ଆଭିମୁଖ୍ୟ ଗ୍ରହଣ କଲେ । ପ୍ରାୟ ୧୬୦୦ ମଦ୍ରାସା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏହା ପରେ ଏକ ଖବର ମଧ୍ୟ ଆସିଛି ଯେ ଆହ୍ଲାବାଦ ହାଇକୋର୍ଟ ଏହି ପିଟିସନର ଶୁଣାଣି କରି ରାଜ୍ୟ ମଦ୍ରାସା ବୋର୍ଡ ଆକ୍ଟକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି । ଏହା ପରେ ଯେତେବେଳେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଲା, ସେତେବେଳେ ହାଇକୋର୍ଟଙ୍କ ନିଷ୍ପତ୍ତି ସେଠାରେ ରହିଗଲା ।

ମଦ୍ରାସାରେ କଣ କଣ ହେଉଛି ସେବିଷୟରେ ଆମେ ଅଳ୍ପକେତୋଟି ଉଦାହରଣ ଦେଲୁ । ଏଥିରୁ ଯେଉଁ ଚିତ୍ର ଗୁଡିକ ଆସୁଛି ତାହା ଭବିଷ୍ୟତରେ କେତେ ଭୟଭୀତ ଓ ଭୟଙ୍କର ହୋଇପାରେ ତାହା ଦର୍ଶାଉଛି । କେବଳ ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ନୁହେଁ ସାମାଜିକ ଦୃଷ୍ଟିକୋଣରୁ ମଧ୍ୟ ଏହିପରି ଅନୁଷ୍ଠାନଗୁଡ଼ିକର କାର୍ଯ୍ୟ କଣ ବୋଲି ପ୍ରଶ୍ନ ଉଠିଛି । ଧର୍ମ ନାମରେ ପିଲାମାନଙ୍କୁ ଦୁନିଆରୁ ଦୂରେଇ ରଖିବା ମୌଲାନାର କାମ କି? ଯୌନ ଉତ୍ପୀଡ଼ନ ଦେଇ ସେମାନଙ୍କୁ ଭିତରୁ ଦୁର୍ବଳତା କରିବା କାରଣ କଣ ? ବମ୍ ବିସ୍ଫୋରଣ ,ବଳାତ୍କାର କିମ୍ବା ଆତଙ୍କବାଦୀମାନେ ମଦ୍ରାସାରେ ଆଶ୍ରୟ ନେବା ସାଧାରଣ ଘଟଣା ନୁହେଁ … କିନ୍ତୁ ଏହି କେତେକ ମଦ୍ରାସା ଯୋଗୁଁ ଅନ୍ୟ ସ୍ଥାନରେ ଥିବା ମଦ୍ରାସା ଗୁଡିକ ବଦନାମ ହେଉଛନ୍ତି । ଏହି ଖବର ପଢିବା ସତ୍ତ୍ୱେ ଧର୍ମ ବିଷୟରେ କଥାବାର୍ତ୍ତା କରୁଥିବା କେତେକ କଟ୍ଟରପନ୍ଥୀ ବିଚାରଧାରାର ଲୋକମାନେ ନିଜ ପିଲାମାନଙ୍କୁ ଆଧୁନିକ ଶିକ୍ଷା ଦେବା ପରିବର୍ତ୍ତେ ମଦ୍ରାସା ଯିବାକୁ ବାଧ୍ୟ କରନ୍ତି ଏବଂ ଯେତେବେଳେ ସେମାନେ ଯିବାକୁ ମନା କରନ୍ତି, ସେତେବେଳେ ସେମାନଙ୍କୁ ମାଡ ଦିଆଯାଏ ।

Leave a Reply