ମଠ ମନ୍ଦିର ଏବଂ ସାଧୁସନ୍ଥଙ୍କ ସୁରକ୍ଷା ପାଇଁ ହିନ୍ଦୁମାନେ ଏକଜୁଟ ହୁଅନ୍ତୁ

ବୁଗୁଡ଼ା: ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଅଧ୍ୟକ୍ଷ ତଥା ହିନ୍ଦୁ ମାନଙ୍କୁ ଏକତ୍ରିତ କରିବା ପାଇଁ ପ୍ରୟାସ ଜାରି ରଖିଥିବା ପ୍ରବୀଣ ଭାଇ ତୋଗାଡିଆ ଓଡ଼ିଶା ଗସ୍ତରେ ଆସି ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମସ୍ଥ ବ୍ୟାଘ୍ରମ୍ବରୀ ମଠରେ ପୂର୍ବାହ୍ନରେ ପହଞ୍ଚିଥିବା ବେଳେ କରଚୁଲି ମଠାଧିଶ ତଥା ବିଶ୍ୱହିନ୍ଦୁ ପରିଷଦ କେନ୍ଦ୍ରୀୟ ମାର୍ଗଦର୍ଶକ ସତ୍ୟାନନ୍ଦ ବ୍ରହ୍ମ·ରୀଙ୍କ ସମେତ ସ୍ଥାନୀୟ ବଜରଙ୍ଗ ଦଳର କର୍ମକର୍ତ୍ତା ଏବଂ ଗ୍ରାମବାସୀ ନାମ ସଂକୀର୍ତ୍ତନ ସହିତ ପାଛୋଟି ଆଣି ଭବ୍ୟ ଅଭ୍ୟର୍ଥନା ଜଣାଇଥିଲେ । ଏ ଅବସରରେ ସେ ଉପସ୍ଥିତ ହିନ୍ଦୁମାନଙ୍କୁ ମାର୍ଗ ଦର୍ଶନ ପୂର୍ବକ ସମ୍ବଲପୁରଠାରେ ଘଟିଥିବା ହିଂସାକୁ ଘୋର ନିନ୍ଦା କରିବା ସହ ହିନ୍ଦୁମାନଙ୍କ ଏକତ୍ରୀକରଣ, ମଠ ମନ୍ଦିର ଏବଂ ସାଧୁସନ୍ଥଙ୍କ ସୁରକ୍ଷା ନେଇ ସମସ୍ତ ହିନ୍ଦୁ ସମ୍ବେଦନଶୀଳ ହେବା ପାଇଁ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ସାଧୁସନ୍ଥଙ୍କ ସମେତ ପୂର୍ବ ଭାରତ ଅଧ୍ୟକ୍ଷ ମନୋଜ ସାହୁ, ଓଡ଼ିଶା ଅଧ୍ୟକ୍ଷ ଦୀପକ ମହନ୍ତ, ଯୁବ ହିନ୍ଦୁ ସଂଗଠକ ଗୋପାଳ ଚନ୍ଦ୍ର ନାୟକ, ସମାଜସେବୀ ଅଭିମନୁ୍ୟ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏ ଅବସରରେ ବିଶ୍ୱହିନ୍ଦୁ ପରିଷଦ ତରଫରୁ ବଂଶୀଧର ନାୟକ, ଗୟା·ନ୍ଦ ନାୟକ ଓ ଡାକ୍ତର ତାପସ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ବଜରଙ୍ଗ ଦଳ ବୁଗୁଡ଼ା ପ୍ରଖଣ୍ଡ କୋଷାଧକ୍ଷ କୃଷ୍ଣ ଚନ୍ଦ୍ର ଡ଼ାକୁଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶୃଙ୍ଖଳାଗତ ସୁରକ୍ଷା ଦୃଷ୍ଟିରୁ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ଥିବାବେଳେ ବୁଗୁଡ଼ା ଆଇଆଇସି ଚିତ୍ତରଞ୍ଜନ ବେହେରା, ତହସିଲଦାର ସଂଗ୍ରାମ କେଶରୀ ଜେନା ଏବଂ ଭନଗର ଏସଡିପିଓ ବିଶ୍ୱାମିତ୍ର ହରପାଲ୍ ପ୍ରମୁଖ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *