ମକର ସଂକ୍ରାନ୍ତି ଉତ୍ସବ


ବ୍ୟାସନଗର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଆଜି ସ୍ଥାନୀୟ ଏନ୍ସି ହାଇସ୍କୁଲ ପଡ଼ିଆରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ହୋଇଯାଇଛି । ମୁଖ୍ୟବକ୍ତା ଭାବେ ସ୍ୱଦେଶୀ ଜାଗରଣ ମଞ୍ଚ ରାଜ୍ୟ କାର୍ଯ୍ୟକର୍ତ୍ତା ବିରଞ୍ଚି ନାରାୟଣ ପଣ୍ଡା ଯୋଗଦେଇ ମକର ସଂକ୍ରାନ୍ତି ଉତ୍ସବର ମହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପରିବର୍ତ୍ତନର ବାର୍ତ୍ତାବହ ମକର ସଂକ୍ରାନ୍ତି, ଏହା ଅନ୍ଧାରରୁ ଆଲୋକ ଆଡ଼କୁ, ଅସତ୍ୟରୁ ସତ୍ୟ ଆଡ଼କୁ, ମୃତ୍ୟୁରୁ ଅମରତ୍ୱ ଆଡ଼କୁ ଅଗ୍ରସର ହେବାର ଦିବସ, ସୂର୍ଯ୍ୟ ଧନୁ ରାଶି ଅତିକ୍ରମ କରି ମକର ରାଶିରେ ପ୍ରବେଶ କରନ୍ତି ଓ ଏହାର ସାଂସ୍କୃତିକ ମହତ୍ତ୍ୱ ସର୍ବବ୍ୟାପୀ ବୋଲି ଶ୍ରୀ ପଣ୍ଡା କହିଥିଲେ । ଏହା ଉଚ୍ଚନିଚ ଜାତି ନିର୍ବିଶେଷରେ ପ୍ରତ୍ୟେକ ହିନ୍ଦୁ ପ୍ରାଣରେ ଉଜ୍ଜୀବିତ କରେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ତପନ କୁମାର ସାହୁ ସାଙ୍ଗିକ ଗୀତ ଗାନ କରିବା ପରେ ଧ୍ୱଜ ଉତ୍ତୋଳନ କରାଯାଇଥିଲା । ବୀରକିଶୋର ସାହୁ ଅତିଥି ପରିଚୟ ଓ ଶୁଭକାନ୍ତ ବେହେରା ଅମୃତ ବଚନ ପାଠ କରିବା ପରେ ସୁଦର୍ଶନ ବସନ୍ତିଆ ବ୍ୟକ୍ତିଗତ ସଂଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଜ୍ଞାନରଞ୍ଜନ ରାଉତ, ଦିଲ୍ଲିପ କୁମାର ଜେନା ଓ ବିଜୟ କୁମାର ପଣ୍ଡା, ଶାଖା କାର୍ଯ୍ୟକର୍ତ୍ତା ଦୀପଙ୍କର ପରିଡା, ସୁଶାନ୍ତ କୁମାର ଜେନା, ଅଭିମନ୍ୟୁ ଦାଶ, ପ୍ରଫୁଲ୍ଲ କୁମାର ନାୟକ, ଆଶିଷ ମଲ୍ଲ, ସୁଶୀଲ କୁମାର ଧୀର, ହେମନ୍ତ ସାହୁ, ଶ୍ରୀପତି ଦାଶ, ପରିକ୍ଷିତ ଜେନା, ଦେବାଶିଷ ଦାସ, ପ୍ରମୋଦ ରାଉତ, ଭାଗିରଥି ସାମଲ, ଶ୍ୟାମସୁନ୍ଦର କର୍ଣ୍ଣାଲୀ ଓ ବୀରେନ୍ଦ୍ର ସେଠୀ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଚନ୍ଦ୍ରମଣି ସାମଲ, ଦେବେନ୍ଦ୍ରନାଥ ପାଣିଗ୍ରାହୀ, ସୁରେନ୍ଦ୍ର ନାୟକ, ଭାରତୀୟ ଜନତା ପାଟିର ବରିଷ୍ଠ ନେତା-ନିତ୍ୟାନନ୍ଦ ମହାଳିକ, ନିରଞ୍ଜନ ଘଡେଇ, ସରୋଜ କୁମାର ଦେ, ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ମହାନ୍ତି, ସତ୍ୟଜିତ ଶତପଥୀ, ପ୍ରଦୀପ୍ତ ନାଥ, କୈଳାସ ସାହୁ, ଗୟାଧର ନନ୍ଦ, ଡଃ ଅକ୍ଷୟ କୁମାର ପଣ୍ଡା, ରାଜେନ୍ଦ୍ର ପାଣିଗ୍ରାହୀ, ଇଂ ବିଶ୍ୱଜିତ ମହାନ୍ତି, ଅକ୍ଷୟ ଦେଓ, ଅଶ୍ୱିନୀ ଦାସ, ହେମନ୍ତ ଧୀର, ବନମାଳୀ ଦାସ, ସତ୍ୟଶୋଭନ ପ୍ରଧାନ, ଧ୍ରୁବଚରଣ କର, ବଟକୃଷ୍ଣ ପ୍ରଧାନ, ଇନ୍ଦ୍ରମଣି କର, ବିଜୟ ବେହେରା, ରବିନ୍ଦ୍ର ପରିଡ଼ା, ସାରଙ୍ଗ ପଣ୍ଡା ଓ ପ୍ରତାପ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *