Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ବିକାଶ ପରିଷଦ ଟିଟିଲାଗଡ଼ ଶାଖା ପକ୍ଷରୁ ଗୁରୁ ବନ୍ଦନ, ଛାତ୍ର ବନ୍ଦନ କାର୍ଯ୍ୟକ୍ରମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ବିକାଶ ପରିଷଦ ଟିଟିଲାଗଡ଼ ଶାଖା ପକ୍ଷରୁ ଗୁରୁ ବନ୍ଦନ, ଛାତ୍ର ବନ୍ଦନ କାର୍ଯ୍ୟକ୍ରମ


ଟିଟିଲାଗଡ଼: ଭାରତ ବିକାଶ ପରିଷଦ ଟିଟିଲାଗଡ଼ ଶାଖା ପକ୍ଷରୁ ଗୁରୁ ବନ୍ଦନ, ଛାତ୍ର ବନ୍ଦନ କାର୍ଯ୍ୟକ୍ରମ ରବିବାର ସନ୍ଧ୍ୟାରେ ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଜୟପ୍ରକାଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥ୍‌ ଭାବରେ ଯୋଗଦେଇ ଆମ ଦେଶର ଋଷି ସଂସ୍କୃତିରେ ଗୁରୁ, ଗୁରୁକୂଳ ଏବଂ ଶିଷ୍ୟ ପରମ୍ପରା ମହାନ। ଏହାକୁ ବଜାୟ ରଖ୍ ଭାଇଚାରା, ଶାନ୍ତିମୈତ୍ରୀ ସହ ଦେଶର ବିକାଶ ଆମର ମୂଳ ଲକ୍ଷ୍ୟ ହେଉ ବୋଲି କହିଥିଲେ। ସଭାରେ ଟିଟିଲାଗଡ଼ ସହକାରୀ ଜିଲାପାଳ ସନ୍ଦୀପ ଚନ୍ଦ୍ରକାର ମୁଖ୍ୟ ବକ୍ତା, ପ୍ରାନ୍ତୀୟ ଉପସଭାପତି ଡ. ଛାୟାକାନ୍ତ ଷଡ଼ଙ୍ଗୀ ସମ୍ମାନିତ ଅତିଥ୍ୟ ଭାବେ ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ। ବିଶିଷ୍ଟ ଶିକ୍ଷାବିତ ଉମେଶ ଚନ୍ଦ୍ର ଦାଶ ସଭା ପରିଚାଳନା କରିଥିଲେ। ରାଜୀବ ଲୋଚନ ପାଢ଼ୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ପ୍ରମୋଦ ପାଳ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ରାଜଶ୍ରୀ ରଣା, ଘନଶ୍ୟାମ ସାହୁ, ରିଦ୍ଧି ଜୈନ, ଆଶୁତୋଷ ଅଗ୍ରୱାଲ, ହୁସେନ ସାହୁ, ସୁମିତ୍ରା ସାହୁ, ନିକିତା ମହାନନ୍ଦ, ସହିଦ ଜାଲ, ସୌରଭ ସୁମନ ରଥ, ହର୍ଷବର୍ଦ୍ଧନ ଜୈନ, ଶିକ୍ଷକ ସରୋଜ ମିଶ୍ର, ସନ୍ତୋଷ ମିଶ୍ର, ଶ୍ରୀମନ୍ତ ନାୟକ, ସୁମିତ୍ରା ଦାଶ, ଜ୍ୟୋସ୍ମାମୟୀ ମିଶ୍ର ପ୍ରମୁଖଙ୍କୁ ପରିଷଦ ପକ୍ଷରୁ ସମ୍ବଦ୍ଧିତ କରାଯାଇଥିଲା। ବରିଷ୍ଠ ଶିକ୍ଷାବିତ ଜଗନ୍ନାଥ ପଣ୍ଡା, ସେବକ ଚରଣ ଦାଶ, ରାଜୀବ ଲୋଚନ ପାଢ଼ୀ, ଉମେଶ ଚନ୍ଦ୍ର ଦାଶ, କିଶୋର ମହାପାତ୍ର, ଗୋବର୍ଦ୍ଧନ ସାହୁ, ଦିଲୀପ ନାୟକ, ବ୍ରହ୍ମାନନ୍ଦ ପୁହାଣ, ନିରୁପମା ଦେଇ, ନିରାକାର ଭୋଇ, ଚିତ୍ତରଞ୍ଜନ ଚାନ୍ଦ, ଇଂ ପ୍ରଦୀପ ପତି, ଆଇନଜୀବୀ ଅଞ୍ଛଳ ପଣ୍ଡା, ଗୀତାଞ୍ଜଳି ଭୋଇ, ପ୍ରଶାନ୍ତ ରୟଗୁରୁ, ରମେଶ ପଡିଆ, ବ୍ୟବସାୟୀ ସଂଘ ସଭାପତି ଶମ୍ଭୁପ୍ରସାଦ ଗୋଏଲ, ଶ୍ୟାମ ପ୍ରସାଦ ଶର୍ମା, ସଞ୍ଜୟ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave a Reply