ନୂଆଦିଲ୍ଲୀ : ଆମେରିକା ଓ କାନାଡ଼ାରେ ଥିବା ଭାରତୀୟ ଦୂତାବାସ ଆକ୍ରମଣ ଘଟଣାର ଯାଞ୍ଚ କରିବ ଜାତୀୟ ଯାଞ୍ଚ ଏଜେନ୍ସି । ଏନେଇ ଏନଆଇଏ ଏକ ମାମଲା ରୁଜୁ କରିଛି । ମାର୍ଚ୍ଚ ମାସରେ ଖଲିସ୍ତାନୀ ସମର୍ଥକମାନେ ଦୁଇ ଦେଶର ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଥିଲେ । ଏହାଛଡ଼ା ଇଂଲଣ୍ଡରେ ଥିବା ଭାରତୀୟ ଉଚ୍ଚ ଆୟୁକ୍ତରେ ହିଂସାତ୍ମକ ପ୍ରଦର୍ଶନ ଏବଂ ଭଙ୍ଗାରୁଜା କରିଥିଲେ । ଏହି ଘଟଣାର ତଦନ୍ତ କରିବ ଏନଆଇଏ । ଏଥିପାଇଁ ଟିମ୍ ଖୁବଶୀଘ୍ର ଆମେରିକା ଗସ୍ତରେ ଯିବ । ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ ମାର୍ଚ୍ଚ ମାସରେ ହୋଇଥିବା ହମଲା ଘଟଣାକୁ ନେଇ ଆଇନ ଗତିବିଧି ଅଧିନିୟମ ଅନୁଯାୟୀ ଏଫଆଇଆର୍ ରୁଜୁ କରିଛି । ଏପଟେ ଏନଆଇଏ କାନାଡ଼ା ଓ ଆମେରିକା ଦୂତାବାସ ସାମ୍ନାରେ ହୋଇଥିବା ହିଂସାତ୍ମକ ପ୍ରଦର୍ଶନ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କାନାଡାରେ ଥିବା ଭାରତୀୟ ଦୂତାବାସ ସାମ୍ନାରେ ପ୍ରଦର୍ଶନ କରିବା ସହିତ ଗ୍ରେନେଡ୍ ମାଡ଼ କରିଥିଲେ । ଏହି ହମଲାରେ ଖଲିସ୍ତାନୀ ସମର୍ଥକଙ୍କ ଲିଙ୍କ୍ ଥିବା ଜଣାପଡ଼ିଛି । ଲଣ୍ଡନ ଦୂତାବାସରେ ହୋଇଥିବା ଆକ୍ରମଣ ଘଟଣାରେ ଉପଦ୍ରବୀମାନେ ତ୍ରିରଙ୍ଗାକୁ ଅପମାନିତ କରିଥିଲେ । ଯାଞ୍ଚ ପାଇଁ ଏକ ଟିମ୍ ଲଣ୍ଡନ ଗସ୍ତ କରିଥିବା ବେଳେ ୪୫ଜଣ ସନ୍ଦିଗ୍ଧଙ୍କ ଫଟୋ ମଧ୍ୟ ଏନଆଇଏ ଜାରି କରିଛି ।