Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ଜାତୀୟ ପତାକା ଧରି ଯାଉଥିବା ଭାରତୀୟଙ୍କ ଉପରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ଜାତୀୟ ପତାକା ଧରି ଯାଉଥିବା ଭାରତୀୟଙ୍କ ଉପରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମେଲ୍ବର୍ଣ୍ଣରେ ଭାରତୀୟ ଜାତୀୟ ପତାକା ଧରି ଯାଉଥିବା ଭାରତୀୟଙ୍କ ଉପରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିବାରୁ ୫ଜଣ ବ୍ୟକ୍ତି ଆହତ ହୋଇଥିବା କଥା ସାମାଜିକ ଗଣମାଧ୍ୟମରେ ସେୟାର ହୋଇଥିବା ଭିଡିଓରୁ ଜଣାପଡ଼ିଛି । ‘ବିଜେପି’ ନେତା ମନ୍ଜିନ୍ଦର ସିଂହ ସିରସା ସେୟାର କରିଥିବା ଭିଡିଓରେ ଦେଖାଯାଉଛି, ଖଲିସ୍ତାନୀ ପତାକା ଧରିଥିବା ଦଳେ ଲୋକ ତ୍ରିରଙ୍ଗା ଧରି ଯାଉଥିବା ଭାରତୀୟଙ୍କ ଉପରେ ଆକ୍ରମଣ କରି ୫ଜଣଙ୍କୁ ଆହତ କରିଛନ୍ତି । ଉକ୍ତ ଖଲିସ୍ତାନୀ ସମର୍ଥକମାନେ ତ୍ରିରଙ୍ଗ ପତାକାଧାରୀଙ୍କୁ ଛଡ଼ିରେ ଆକ୍ରମଣ କରୁଛନ୍ତି । ଏହି ଆକ୍ରମଣ ଘଟଣା ଉପରେ ଗୁରୁତ୍ୱାରୋପ କରି ‘ବିଜେପି’ ନେତା ମନ୍ଜିନ୍ଦର ସିଂହ ସିରସା କହିଛନ୍ତି ଯେ, ଅସାମାଜିକ ତତ୍ତ୍ୱଙ୍କୁ ନିର୍ମମ ଭାବେ ଦମନ କରାଯିବ । ଟୁଇଟ୍ କରି ସେ ଲେଖିଛନ୍ତି, ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକମାନଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପକୁ ତୀବ୍ର ନିନ୍ଦା କରୁଛି । ଏଭଳି କାର୍ଯ୍ୟ କରି ଦେଶର ଶାନ୍ତି ଓ ସହାବସ୍ଥାନ ନଷ୍ଟ କରୁଥିବା ଅସାମାଜିକ ତତ୍ତ୍ୱମାନଙ୍କୁ ନିର୍ମମ ଭାବେ ଦମନ କରାଯିବା ଆବଶ୍ୟକ ଏବଂ ଅପରାଧୀମାନଙ୍କୁ ଗିରଫ କରାଯିବା ଉଚିତ । ଭାରତୀୟମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଭିକ୍ଟୋରିଆ ପୁଲିସ ସୂଚନା ଦେଇଛି ଯେ, ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରାଗଲାଣି । ଆକ୍ରମଣରେ ଆହତ ହୋଇଥିବା ୫ଜଣଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଲ୍ଲେଖଯୋଗ୍ୟ, ଅଷ୍ଟ୍ରେଲିଆରେ ୩ଟି ହିନ୍ଦୁ ମନ୍ଦିରକୁ ବିରୂପ କରାଯିବାର ମାତ୍ର କେତେ ସପ୍ତାହ ପରେ ଉପରୋକ୍ତ ଘଟଣା ଘଟିଛି । ମେଲ୍ବର୍ଣ୍ଣରେ ଥିବା ୩ଟିଯାକ ହିନ୍ଦୁ ମନ୍ଦିର ପ୍ରାଚୀରକୁ ଖଲିସ୍ତାନ ସମର୍ଥôତ ଓ ଭାରତ ବିରୋଧୀ ସ୍ଲୋଗାନ୍ କଦାକାର କରାଯାଇଥିଲା ।

Leave a Reply