Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭଦ୍ରକରେ ଶୋଭାଯାତ୍ରାରେ ପାଞ୍ଚ ଲକ୍ଷ ଭକ୍ତଙ୍କ ସମାଗମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭଦ୍ରକରେ ଶୋଭାଯାତ୍ରାରେ ପାଞ୍ଚ ଲକ୍ଷ ଭକ୍ତଙ୍କ ସମାଗମ

ଭଦ୍ରକ: ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କଜନ୍ମ ଜୟନ୍ତୀ ଅବସରରେ ପବିତ୍ର ଶ୍ରୀରାମ ନବମୀ ପାଇଁ ହୋଇପଡିଛି ଉସôବ ମୁଖର । ନେହେରୁ ଷ୍ଟାଡିୟମରୁ ମେଢ଼ ବାହାରି ଶହର ପରିକ୍ରମା କରିଛି । ଜନ ସମୁଦ୍ର ହୋଇ ପଡିଛି ଭଦ୍ରକ ଟାଉନ । ରାତ୍ରି ପର୍ଯ୍ୟନ୍ତ ଶୋଭାଯାତ୍ରା ଚାଲିଛି । ଭଦ୍ରକ ସହର ଗେରୁଆ ପତାକାରେ ଆଚ୍ଛାଦିତ ହୋଇପଡିଛି ତମାମ ସହର । ଐତିହାସିକ ଗାନ୍ଧୀ ପଡିଆ ଠାରେ ଚାଲିଥିବା ତ୍ରିଦିବାସୀୟ ଶ୍ରୀ ରାମ ମହା ଯଂଜ୍ଞର ଆଜି ପୂର୍ଣ୍ଣାହୁତି ହୋଇଛି ସନ୍ଧ୍ୟାରେ । ସେହିପରି ଆଜି ଦିବା ଚାରି ଘଟିକା ଠାରୁ ନେହେରୁ ଷ୍ଟାଡିୟମ ଠାରୁ ବାହାରିଥିଲା ବିରାଟ ନଗର ସଂକୀର୍ତନ ଶୋଭାଯାତ୍ରା । ଏହି ଶୋଭାଯାତ୍ରା ରେ ୧୦୦ ରୁ ଅଧିକ ମେଢ଼ ବିଭିନ୍ନ ଅଂଚଳରୁ ଆସି ଏହି ନଗର ସଂକୀର୍ତନ ଶୋଭାଯାତ୍ରାରେ ଯୋଗ ଦେଇଛନ୍ତି । ଏହା ଏବେ ସହର ପରିକ୍ରମା କରୁଛି । ଏଥିରେ ଲକ୍ଷାଧିକ ରାମ ଭକ୍ତ ଯୋଗ ଦେଇଛନ୍ତି । ଏହି ଶୋଭାଯାତ୍ରାରେ ପ୍ରଭୁ ଶ୍ରୀ ରାମ ସଙ୍କଟ ମୋଚନ ହନୁମାନ । ଭଗବାନ ଶିବ ଶଙ୍କର ଙ୍କ ମେଢ଼ ବିଭିନ୍ନ ସାହି କମିଟିର ସଦସ୍ୟ ମାନେ ବାଜା ବଜାଇ ନାଚ ଗୀତ କରି ସହର ପରିକ୍ରମା କରାଉଛନ୍ତି । ସେହିପରି ଏହି ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ସହିତ ଆଧୁନିକ ବାଦ୍ୟରେ ରାମ ଭକ୍ତ ମାନେ ନାଚ ଗୀତ କରି ଖୁସି ମନାଇଛନ୍ତି ।

Leave a Reply