ଜୟଶ୍ରୀରାମ ଧ୍ୱନିରେ ଖଇରା ମାଟି ପ୍ରକମ୍ପିତ

ଖଇରା : ଖଇରା ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ରାମନବମୀ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଜୟଶ୍ରୀରାମ ଧ୍ୱନିରେ ଖଇରା ମାଟି ପ୍ରକମ୍ପିତ ହୋଇ ପଡିଥିଲା । ରାମଭକ୍ତଙ୍କ ବିଶାଳ ବାଇକ ରାଲି ତୁଡିଗଡିଆରୁ ବାହାରି ଗଣ୍ଡିବେଡ, ମହତୀପୁର, ବଟେଶ୍ୱର ଦେଇ ଖଇରା ବଜାର ପରିକ୍ରମା କରିବା ପରେ ଦୁର୍ଗାମଣ୍ଡପରେ ପହଞ୍ଚିଥିଲା । କୁରୁଣ୍ଟା, ବର୍ତ୍ତନା ଅଞ୍ଚଳରୁ ବହୁ ଭକ୍ତ ଏଥିରେ ସାମିଲ ହୋଇଥିଲେ । ଲୋଚନ ରାଉତ, ଅବିନାଶ ପ୍ରଧାନ, ଉମେଶ ଜେନା, ଇଂ ରାଜେଶ ମହାକୁଡ, ମାନସ ବେହେରା, ପ୍ରଭାତ ସାହୁ, ମନୋଜ ପ୍ରଧାନ, ଅମରେଶ ପ୍ରଧାନ, କାଳିଆ ସାମଲ, ଟିକୁଲୁ ସାହୁ, ଆଲୋକ ବାରିକ, ରାଜେଶ ବାରିକ, ଚନ୍ଦନ ରାଉତ, ସୁରେଶ ବେହେରା, ବୁଲୁ ମହାନ୍ତି, କାବୁଲ ବେହେରା, ହିମାଂଶୁ ବେହେରା ପ୍ରମୁଖ ଏହି ରାଲିର ନେତୃତ୍ୱ ନେଇଥିଲେ । ଏହାଛଡା ସୁଣ୍ଢିରା ହନୁମାନ ମନ୍ଦିରରେ ୧୬ତମ ଶ୍ରୀରାମ ନବମୀ ମହୋତ୍ସବ ନିରାଡମ୍ବରରେ ପାଳିତ ହୋଇ ଯାଇଛି । ବ୍ରତଧାରୀ ମାନଙ୍କ ଦ୍ୱାରା କଳସ ଅଣାଯିବା ପରେ ପୂଜକ ଜଗନ୍ନାଥ ପଣ୍ଡା ଓ ପଦ୍ମନାଭ ମିଶ୍ରଙ୍କ ଦ୍ୱାରା ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *