ପାଟଣା/ଗୟା: ବିହାରର ବୋଧଗୟା ସ୍ଥିତ କାଳଚକ୍ର ପଡ଼ିଆରେ ସଂଚାଳିତ ଉପଦେଶ କାର୍ଯ୍ୟକ୍ରମରେ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ଶନିବାର ଦିନ କହିଛନ୍ତି ଯେ ଚୀନ୍ର ସରକାରଙ୍କ ପକ୍ଷରୁ ବୌଦ୍ଧ ଧର୍ମକୁ କ୍ଷତି ପହଂଚାଇବାର ଷଡ଼ଯନ୍ତ୍ର କରାଯାଉଛି । କିନ୍ତୁ ବୌଦ୍ଧ ଧର୍ମ ଶେଷ ହୋଇପାରିବ ନାହିଁ । ଆଜି ମଧ୍ୟ ସେଠାରେ ବୌଦ୍ଧ ଧର୍ମ ପ୍ରତି ଲୋକଙ୍କ ଆସ୍ଥା ଅଛି । ସେଠାରେ ବହୁତ ବୁଦ୍ଧ ବିହାର ଅଛି ।