Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବୋଲଗଡ଼ ସରସ୍ୱତୀ ଶିଶୁ ମନ୍ଦିରର ସମାବର୍ତ୍ତନ ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବୋଲଗଡ଼ ସରସ୍ୱତୀ ଶିଶୁ ମନ୍ଦିରର ସମାବର୍ତ୍ତନ ଉତ୍ସବ

ବୋଲଗଡ଼ : ବୋଲଗଡ଼ ସରସ୍ୱତୀ ଶିଶୁ ମନ୍ଦିରର ସମାବର୍ତ୍ତନ ଉତ୍ସବ ବିଦ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ ସରସ୍ୱତୀ ଶିଶୁ ମନ୍ଦିର ୧୦ମ ଶ୍ରେଣୀର ବିଦାୟୀ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ବିଧି ପୂର୍ବକ ବନ୍ଦନା ପାଠ, ସ୍ୱାଗତ ସଙ୍ଗୀତ ଓ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଗୁରୁଜୀ, ଗୁରୂମା, ସହପାଠୀ ପ୍ରମୁଖ ଶୋକାକୁଳ ଅଭିଭାଷଣ ପ୍ରଦାନ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ପରମାନନ୍ଦ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ରଜନୀ କାନ୍ତ ମିଶ୍ର, ମୁଖ୍ୟ ବକ୍ତା ଭାବେ ରାଜସୁନାଖଳା ସଙ୍କୁଳ ପ୍ରମୁଖ ହରିହର ଦାସ ପ୍ରମୁଖ ଯୋଗଦେଇ ବିଦାୟୀ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସଭାପତି ଅଧ୍ୟାପକ ଗାନ୍ଧୀ କୁମାର ସାହୁ, ସମ୍ପାଦକ ରାମଚନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ ପ୍ରାରମ୍ଭରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ବିରଞ୍ଚି କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

Leave a Reply