Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶ୍ୱକର୍ମା ଜୟନ୍ତୀ ଅବସରରେ ‘ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ୱକର୍ମା ଜୟନ୍ତୀ ଅବସରରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ୱକର୍ମା

ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ

ନରେନ୍ଦ୍ର ମୋଦୀ ସେପ୍େଟମ୍ବର ୧୭,

୨୦୨୩ ପୂର୍ବାହ୍ନ ପ୍ରାୟ ୧୧ଟାରେ

ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ଇଣ୍ଡିଆ

ଇଣ୍ଟରନ୍ୟାସନାଲ କନଭେନ୍ସନ୍ ଆଣ୍ଡ

ଏକ୍ସପୋ ସେଣ୍ଟରରେ \”ପିଏମ୍‌

ବିଶ୍ୱକର୍ମା\” ନାମକ ଏକ ନୂତନ

ଯୋଜନାର ଶୁଭାରମ୍ଭ କରିବେ ।

ପାରମ୍ପରିକ ଶିଳ୍ପରେ ନିୟୋଜିତ

କାରିଗର ମାନଙ୍କୁ ସହାୟତା ପ୍ରଦାନ

କରିବା ଉପରେ ପ୍ରଧାନମନ୍ତ୍ରୀଙ୍କର

ନିରନ୍ତର ଲକ୍ଷ୍ୟ ରହିଛି । କେବଳ

କାରିଗର ଓ ଶିଳ୍ପୀ ମାନଙ୍କୁ ଆର୍ôଥକ

ସହାୟତା ପ୍ରଦାନ କରିବା ନୁହେଁ ବରଂ

ସ୍ଥାନୀୟ ଉତ୍ପାଦ, କଳା ଓ ହସ୍ତଶିଳ୍ପ

ମାଧ୍ୟମରେ ବହୁ ପୁରୁଣା ପରମ୍ପରା,

ସଂସ୍କୃତି ଓ ବିବିଧ ଐତିହ୍ୟକୁ ବଞ୍ଚାଇ

ରଖିବା ଓ ସମୃଦ୍ଧ କରିବା ପାଇଁ

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଦ୍ୱାରା ଏହି

ଯୋଜନା ଅନୁପ୍ରାଣିତ ହୋଇଛି ।

୧୩,୦୦୦ କୋଟି ଟଙ୍କା ବ୍ୟୟ ଅଟକଳ ସହିତ କେନ୍ଦ୍ର ସରକାର ପିଏମ୍ ବିଶ୍ୱକର୍ମା ଯୋଜନାକୁ ସମ୍ପୂର୍ଣ୍ଣ ଆର୍ôଥକ ସହାୟତା ପ୍ରଦାନ କରିବେ । ଏହି ଯୋଜନା ଅଧୀନରେ ବାୟୋମେଟ୍ରିକ୍ ଆଧାରିତ ପିଏମ୍ ବିଶ୍ୱକର୍ମା ପୋର୍ଟାଲ ବ୍ୟବହାର କରି ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ବିଶ୍ୱକର୍ମା ମାନଙ୍କୁ ମାଗଣାରେ ପଞ୍ଜୀକୃତ କରାଯିବ । ସେମାନଙ୍କୁ ପିଏମ୍ ବିଶ୍ୱକର୍ମା ସାର୍ଟିଫିକେଟ୍ ଏବଂ ପରିଚୟ ପତ୍ର, ମୌଳିକ ଓ ଉନ୍ନତ ଦକ୍ଷତା ବିକାଶ ପ୍ରଶିକ୍ଷଣ ସହିତ ୧୫,୦୦୦ ଟଙ୍କାର ଟୁଲକିଟପ୍ରୋତ୍ସାହନ ରାଶି, ୫% ରିହାତି ସୁଧ ହାରରେ ୧ ଲକ୍ଷ ଟଙ୍କା (ପ୍ରଥମ କିସ୍ତି) ଏବଂ ୨ ଲକ୍ଷ ଟଙ୍କା (ଦ୍ୱିତୀୟ କିସ୍ତି) ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହାୟତା, ଡିଜିଟାଲ କାରବାର ପାଇଁ ପ୍ରୋତ୍ସାହନ ଏବଂ ମାର୍କେଟିଂ ସହାୟତା ପ୍ରଦାନ କରାଯିବ । ଗୁରୁ – ଶିଷ୍ୟ ପରମ୍ପରା ବା ପରିବାର ଭିତ୍ତିକ ପାରମ୍ପରିକ କୌଶଳ ଓ ବୃତ୍ତିକୁ ସୁଦୃଢ଼ ଓ ଦୀର୍ଘସ୍ଥାୟୀ କରିବା ଏହି ଯୋଜନାର ଉଦ୍ଦେଶ୍ୟ । କାରିଗର ଏବଂ ଶିଳ୍ପୀ ମାନଙ୍କର ଉତ୍ପାଦ ଏବଂ ସେବାର ଗୁଣବତ୍ତା ତଥା ପ୍ରସାରରେ ଉନ୍ନତି ଆଣିବା ଏବଂ ସେମାନଙ୍କୁ ଘରୋଇ ଏବଂ ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳ ସହିତ ସମନ୍ୱିତ କରିବାକୁ ସୁନିଶ୍ଚିତ କରିବା ହେଉଛି ପିଏମ୍ ବିଶ୍ୱକର୍ମା ଯୋଜନାର ମୁଖ୍ୟ ଲକ୍ଷ୍ୟ । ଏହି ଯୋଜନା ସମଗ୍ର ଭାରତରେ ଗ୍ରାମାଂଚଳ ଏବଂ ସହରାଞ୍ଚଳର କାରିଗର ଏବଂ ଶିଳ୍ପୀ ମାନଙ୍କୁ ସହାୟତା ପ୍ରଦାନ କରିବ । ପିଏମ୍ ବିଶ୍ୱକର୍ମା ଯୋଜନା ଅଧୀନରେ ୧୮ଟି ପାରମ୍ପରିକ ହସ୍ତଶିଳ୍ପ ଅନ୍ତର୍ଭୁକ୍ତ ହେବ । ଏଗୁଡିକ ମଧ୍ୟରେ ରହିଛି (୧) ବଢ଼େଇ କାମ ; (୨) ଡଙ୍ଗା ନିର୍ମାଣ; (୩) ଅସ୍ତ୍ରଶସ୍ତ୍ର ନିର୍ମାଣ; (୪) କମାର କାମ ; (୪) ହାତୁଡି ଏବଂ ଟୁଲ୍ କିଟ୍ ପ୍ରସ୍ତୁତି ; (୬) ତାଲା ନିର୍ମାଣ; (୭) ବଣିଆ ; (୮) କୁମ୍ଭାର କାମ; (୯) ମୂର୍ତ୍ତିଶିଳ୍ପୀ, ପଥର ଶିଳ୍ପୀ; (ଙ୍ଘ) ମୋଚି (ଚପଲ / ଜୋତା କାରିଗର); (୧୧) ମିସ୍ତ୍ରୀ (ରାଜମିସ୍ତ୍ରୀ); (୧୨) ଟୋକେଇ / ଚଟେଇ / ଝାଡୁ ପ୍ରସ୍ତୁତକାରୀ / ନଡିଆ କତା ବୁଣାଳୀ; (୧୩) କଣ୍ଢେଇ ଏବଂ ଖେଳନା ନିର୍ମାଣ (ପାରମ୍ପରିକ); (୧୪) ଭଣ୍ଡାରୀ; (୧୫) ଫୁଲମାଳ ପ୍ରସ୍ତୁତି ; (୧୬) ଧୋବା; (୧୭) ଦରଜୀ; ଏବଂ (୧୮) ମାଛଧରା ଜାଲ ପ୍ରସ୍ତୁତି ।

Leave a Reply