Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିବିସି ବିଭିନ୍ନ ଉପାୟରେ ସୂଚନା ଯୁଦ୍ଧ କରୁଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିବିସି ବିଭିନ୍ନ ଉପାୟରେ ସୂଚନା ଯୁଦ୍ଧ କରୁଛି

କିଭ୍: ୟୁକ୍ରେନ ଉପରେ ଘନଘନ ହମ୍ଲା କରୁଥିବା ରୁଷ ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରୀ ଉପରେ ବଡ଼ ବୟାନ ଦେଇଛି । ବିବିସି ବିରୋଧରେ ରୁଷ ବିଷ ଓଗାଳିବା ସହ ପୂରା ପ୍ରସଙ୍ଗରେ ଭାରତକୁ ସମର୍ଥନ କରିଛି । ୟୁକ୍ରେନ ଯୁଦ୍ଧକୁ ନେଇ ମଧ୍ୟ ବିବିସି ଘନଘନ ଖବର ପ୍ରଚାର କରିଥିଲା । ସେବେଠାରୁ ରୁଷ ଏହି ଗଣମାଧ୍ୟମ ସଂସ୍ଥା ଉପରେ ଖପ୍ପା ହୋଇ ରହିଥିଲା । ଏବେ ମୋଦୀଙ୍କ ଉପରେ ପ୍ରସ୍ତୁତ ହୋଇଥିବା ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ବଢ଼ୁଥିବାରୁ ରୁଷ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଏଥିସହ ବିବିସି ବିଭିନ୍ନ ଉପାୟରେ ସୂଚନା ଯୁଦ୍ଧ କରୁଛି ବୋଲି ରୁଷ କହିଛି । ରୁଷ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖରୋଭା କହିଛନ୍ତି, “ମୁଁ ଆପଣମାନଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି ଯେ ଏହା ବିବିସିର ବିଭିନ୍ନ ପ୍ରଣ୍ଟ ସହ ସୂଚନା ଯୁଦ୍ଧ କରିବାର ଆଉ ଏକ ଉଦାହରଣ । ବିବିସି କେବଳ ରୁଷ ନୁହେଁ, ଗୋଟିଏ ସ୍ୱତନ୍ତ୍ର ନୀତି ଅନୁପାଳନ କରୁଥିବା ବିଶ୍ୱର ଅନ୍ୟ ଶକ୍ତିଶାଳୀ କେନ୍ଦ୍ର ବିରୋଧରେ ମଧ୍ୟ ଏପରି କାମ କରୁଛି । ନିର୍ଦ୍ଦିଷ୍ଟ କିଛି ବର୍ଷ ପରେ ଏହା ଜଣାପଡ଼ିଥିଲା ଯେ ବିବିସି କିଛି ଲୋକଙ୍କ ସ୍ୱାର୍ଥ ପାଇଁ ବ୍ରିଟିଶ ସେନା ଭିତରେ ମଧ୍ୟ ଲଢ଼େଇ କରୁଛି । ତେଣୁ ବିବିସି ସହ ସେହି ଅନୁସାରେ ବ୍ୟବହାର କରାଯିବା ଦରକାର ।” ବିବିସି ଦ୍ୱାରା ପ୍ରସ୍ତୁତ ଡକ୍ୟୁମେଣ୍ଟାରୀରେ ୨୦୦୨ ଦଙ୍ଗା ବେଳେ ଗୁଜରାଟର ତକôାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକା ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରାଯାଇଛି । ସଂଖ୍ୟାଲଘୁ ସଂପ୍ରଦାୟ ପ୍ରତି ଗୁଜରାଟ ସରକାର କେମିତି ଆଭିମୁଖ୍ୟ ରଖିଥିଲେ, ତା’ର ଚିତ୍ର ମଧ୍ୟ ଡକ୍ୟୁମେଣ୍ଟାରୀରେ ସ୍ଥାନ ଦିଆଯାଇଛି । ତେବେ ଏହା ଏକ ଅପ୍ରଚାରର ଭିଡିଓ ବୋଲି କହି କେନ୍ଦ୍ର ସରକାର ଏହାକୁ ୟୁଟ୍ୟୁବରେ ବ୍ୟାନ କରିଛନ୍ତି । ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଭାରତ ସମର୍ଥନରେ ରୁଷ ବାହାରିଛି ।

Leave a Reply