Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାହାନଗା ଟ୍ରେନ୍ ଦୁର୍ଘଟଣା: ସିଗନାଲ୍ ଜେଇ ଅମୀର ଖାନ୍ଙ୍କୁ ପଚରାଉଚରା କରୁଛି ସିବିଆଇ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାହାନଗା ଟ୍ରେନ୍ ଦୁର୍ଘଟଣା: ସିଗନାଲ୍ ଜେଇ ଅମୀର ଖାନ୍ଙ୍କୁ ପଚରାଉଚରା କରୁଛି ସିବିଆଇ

ସୋର: ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଗତ ୨ ତାରିଖ ସନ୍ଧ୍ୟା ସମୟରେ ଘଟିଥିବା ରେଳ ଦୁର୍ଘଟଣାକୁ ନେଇ ସିବିଆଇ ସ୍କାନର ଓ ହେପାଜତରେ ଅଛନ୍ତି ସିଗନାଲ୍ କନିଷ୍ଠ ଯନ୍ତ୍ରୀ ଅମୀର ଖାନ୍ । ସୋମବାର ଦିନ ସିବିଆଇର ଏକ ଟିମ ଅମୀର ଖାନ୍?ଙ୍କ ସୋର କମାରପୁର ଅନ୍ନପୂର୍ଣ୍ଣା ରାଇସ ମିଲସ୍ଥିତ ଭଡା ଘରେ ଚଢ଼ାଉ କରିଥିଲା । କିନ୍ତୁ ଘରେ କେହି ନଥିବାରୁ ଦୀର୍ଘ ସମୟ ପରେ ଘରକୁ ସିଲ କରିବା ସହିତ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ସୋର ଥାନାର ଦୁଇ ଜଣ କର୍ମଚାରୀଙ୍କ ନିୟୋଜିତ କରାଯାଇଥିଲା । ପୁନଶ୍ଚ ଆଜି ସକାଳେ ଯନ୍ତ୍ରୀ ଶ୍ରୀ ଖାନଙ୍କ ଘରେ ପହଞ୍ଚି ସିବିଆଇ ଟିମ୍ ଅମୀର ଖାନଙ୍କ ଉପସ୍ଥିତିରେ ଘରର ସିଲ ଖୋଲିଛି । ଘର ଭିତରେ ପଶି ସିବିଆଇ ଟିମ୍ ଦୀର୍ଘ ସାତ ଘଣ୍ଟା ପର୍ଯ୍ୟନ୍ତ ତନାଘନା କରିଥିଲା । ତନାଘନା ପରେ ଅମୀର ଖାନକୁ ପୁଣି ଥରେ ହେପାଯତକୁ ନେବା ସହିତ କିଛି ଦରକାରୀ କାଗଜ ପତ୍ର ସିବିଆଇ ଟିମ ନେଇଥିବା ଜଣାପଡିଛି ।ଗତକାଲି ସକାଳେ ୪ ଜଣିଆ ସିବିଆଇ ଟିମ ସୋର ସ୍ଥିତ ଅମୀରଙ୍କ ଭଡ଼ା ଘରେ ଚଢ଼ାଉ କରିଥିବା ବେଳେ ଆଜି ସିବିଆଇର ସାତ ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ଥିଲେ । ଚଳିତମାସ ୨ ତାରିଖରେ ଘଟିଥିବା ଏହି ମର୍ମନ୍ତୁଦ ଘଟଣାର ତଦନ୍ତ ଭାର ନେବାପରଠୁ ସିବିଆଇ ଏହା ପଛର କାରଣ ଖୋଜୁଛି । ଏଯାଏ ଷ୍ଟେସନ୍? ମ୍ୟାନେଜରଙ୍କ ସହ ୧୨ ଜଣ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଏକାଧିକ ଥର ପଚରାଉଚରା କରିବା ସହ ବୟାନ୍? ରେକର୍ଡ କରିଛନ୍ତି ଏହି ତଦନ୍ତକାରୀ ଟିମ୍? । ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟିଜନିତ; ତାହା ଜାଣିବା ପାଇଁ ବେ?ଷୟିକ ଅଧିକାରୀଙ୍କ ସହାୟତା ବି ଲୋଡ଼ାଯାଇଛି । ଷ୍ଟେସନ୍?ର ପ୍ୟାନେଲ୍? ବୋର୍ଡ, ରିଲେ ରୁମ୍? ଓ ସିଗ୍?ନାଲ୍? ରୁମ୍? ସିଲ୍? ହୋଇଥିବା ବେଳେ କିଛି ଯାନ୍ତ୍ରିକ ଉପକରଣ ମଧ୍ୟ ଜବତ ହୋଇଛି ।ଅନ୍ୟପକ୍ଷରେ, ଏହି ଦୁର୍ଘଟଣାକୁ ଦୁଇ ସପ୍ତାହ ବିତିଯାଇଥିଲେ ମଧ୍ୟ ଉକ୍ତ ରୁଟ୍?ରେ ଟ୍ରେନ୍? ଚଳାଚଳ ସଂପୂର୍ଣ୍ଣ ସ୍ୱାଭାବିକ ହୋଇପାରିନି । ହାତଗଣତି ଏକ୍ସପ୍ରେସ୍? ଟ୍ରେନ୍? ଚଳାଚଳ କରୁଥିବା ବେଳେ ଅନେକ ଏକ୍ସପ୍ରେସ୍? ଟ୍ରେନ୍? ବାତିଲ ଅଛି । ସେହିପରି, କିଛି ଟ୍ରେନ୍?ର ଗତିପଥକୁ ବଦଳାଯାଇଛି । ଅନ୍ୟପଟେ ଦୁଇଟି ପାସେଞ୍ଜରକୁ ଛାଡ଼ିଦେଲେ ବାକି ସବୁ ପାସେଞ୍ଜର ବନ୍ଦ ରହିଛି ।

Leave a Reply