Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାଲିମେଳା ସରସ୍ବତୀ ଶିଶୁ ମନ୍ଦିରର ଶତ ପ୍ରତିଶତ ସଫଳତା; ୬ଜଣ ଛାତ୍ରଛାତ୍ରୀ ଏ-୧ ରେ ଉତ୍ତୀର୍ଣ୍ଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାଲିମେଳା ସରସ୍ବତୀ ଶିଶୁ ମନ୍ଦିରର ଶତ ପ୍ରତିଶତ ସଫଳତା; ୬ଜଣ ଛାତ୍ରଛାତ୍ରୀ ଏ-୧ ରେ ଉତ୍ତୀର୍ଣ୍ଣ

ମାଲକାନଗିରି-ଗୁରୁବାର ପ୍ରକାଶ ପାଇଛି ମ୍ୟାଟ୍ରିକ ପରୀକ୍ଷା ଫଳ । ମାଲକାନଗିରି ଜିଲ୍ଲା ବାଲିମେଳା ସରସ୍ୱତୀ ଶିଶୁ ମନ୍ଦିରର ସଫଳତା ହାର ଶତ ପ୍ରତିଶତ ରହିଛି । ବିଦ୍ୟାଳୟର ୧୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଜିଲ୍ଲାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୭ ଜଣଙ୍କ ମଧ୍ୟରେ ବାଲିମେଳା ଶିଶୁ ମନ୍ଦିରର ୬ ଜଣ ଛାତ୍ରଛାତ୍ରୀ ରହିଛନ୍ତିୟସେମାନେ ହେଲେ ଶ୍ରାବଣୀ ସରକାର (୫୫୮),ପରେଶ ସାହୁ (୫୫୨),ରୁଦ୍ରପ୍ରସାଦ ସାମନ୍ତରାୟ (୫୫୦), ବିଶ୍ୱରଞ୍ଜିତା ବାରିକ (୫୪୮),ପ୍ରସନ୍ନ କୁମାର ପାଢ଼ୀ(୫୪୪)ଓ ପ୍ରଜ୍ଞା ପ୍ରକାଶ ପାଢ଼ୀ (୫୪୦) । ସେହିପରି ଏ-୨ ଗ୍ରେଡ଼ରେ ୧୧ ଜଣ, ବି-୧ ରେ ୨୨,ବି-୨ରେ ୩୦,ସି ଗ୍ରେଡ଼ରେ ୩୫,ଡ଼ି-ରେ ୧୮ ଏବଂ ଇ -ଗ୍ରେଡ଼ରେ ୧୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତିୟସମସ୍ତ ଛାତ୍ରଛାତ୍ରୀଙ୍କୁ ବିଶେଷ କରି ଏ-୧ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଆ·ର୍ଯ୍ୟ ସରୋଜ କୁମାର ସାମଲ ଏବଂ ସମସ୍ତ ଗୁରୁଜୀ ଗୁରୁମା’ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେୟଅନୁଷ୍ଠାନର ୬ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ଼ ରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ ଖୁସି ପ୍ରକାଶ ପାଇଛି ।

Leave a Reply