Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାଲାଜୀ ବିହାର ଶିଶୁବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାଲାଜୀ ବିହାର ଶିଶୁବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ

ଭବାନୀପାଟଣା: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ପରିସରରେରେ ସାମୂହିକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ମା’ମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଆ·ର୍ଯ୍ୟ ଦାଶରଥି ପଣ୍ଡା ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ମାତୃସମ୍ମିଳନୀର ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଡ଼.ହେମାଙ୍ଗିନୀ ମେହେର ମାତୃଶକ୍ତି ମା’ମାନଙ୍କ ଶିଶୁ ଗଠନରେ ଦାୟିତ୍ୱ, ସୁନ୍ଦର ସ୍ୱାସ୍ଥ୍ୟ, ସ୍ମରଣ ଶକ୍ତି ବୃଦ୍ଧି, ଶିଶୁ ଗର୍ଭ ସମ୍ଭାରରୁ ମାମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା କଳାହାଣ୍ଡି ବିଭାଗ ନିରୀକ୍ଷକ ତଥା ପ୍ରାନ୍ତ ପ୍ରଶିକ୍ଷଣ ପ୍ରମୁଖ ବିପିନ୍ ବିହାରୀ ମିଶ୍ର ଶିଶୁ ମାନଙ୍କୁ କିପରି ଏକ ଶୃଙ୍ଖଳିତ ଦେଶଭକ୍ତ ଭଲ ମଣିଷ ଗଠନ କରିପାରିବେ । ତାହା ପୁଙ୍ଖାନୁପୁଙ୍ଖ ଗୀତ, ଗପ, ଅଭିନୟ ମାଧ୍ୟମରେ ମାର୍ଗ ଦର୍ଶନ କରିଥିଲେ । ବିଦ୍ୟାଳୟ ପରି·ଳନା ସମିତିର ସଭାପତି ସୁରେଶ ଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ରବୀନ୍ଦ୍ର ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ । ପରିଶେଷରେ ବିଦ୍ୟାଳୟର ସମ୍ପାଦକ ଅଶୋକ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply