ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
କେଶଦୁରାପାଳ: ଆନନ୍ଦପୁର ଅଞ୍ଚଳରେ ବିନା ପରିଚୟ ପତ୍ରରେ ବୁଲୁଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ । ସେମାନେ ଦିନରେ ଫେରି କରୁଥିବା ବେଳେ ରାତିରେ ଚୋରି କରୁଥିବା ଅଭିଯୋଗ ହେଉଛି। ଏମାନଙ୍କର ପରିଚୟ ପତ୍ର ଓ ଆଧାର ଯାଞ୍ଚ ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ବୁଦ୍ଧିଜୀବୀ।
ସୂଚନାଥାଉ କି ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ରାମଚନ୍ଦ୍ରପୁର ସ୍ଵୟଂସେବକ ସଂଘ ଏବଂ ହିନ୍ଦୁ ସେନା ତରଫରୁ ଶାନ୍ତପୂର୍ଣ ପ୍ରତିବାଦ କରାଯାଇଥିଲା । ଆନନ୍ଦପୁର ଉପଖଣ୍ଡରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେମାନେ ଚୋରି ଡକାୟତି କରିବା ସହିତ ନାନା କୁକର୍ମରେ ଲିପ୍ତ ରହୁଥ‌ିବା ଅଭିଯୋଗ ଆସୁଛି । ଯଥାଶୀଘ୍ର ପ୍ରଶାସନ ସେମାନଙ୍କ ପରିଚୟପତ୍ର ତନଖ୍ କରିବାକୁ ଆନନ୍ଦପୁର ସଚେତନ ନାଗରିକ ସଂଘ ପକ୍ଷରୁ ଦାବି ହୋଇଛି। ବାଂଲାଦେଶୀ ଅନୁପ୍ରବେଶକାରୀ ନିଜ ପରିଚୟ ଗୋପନ ରଖ୍ କିଏ ଫେରି କୁରୁଛି ତ କିଏ ଗୃହନିର୍ମାଣ କାମ କରୁଛନ୍ତି । ଏଠାକାର ଘର ମାଲିକମାନେ ବିନା ପରିଚୟ ପତ୍ର ଯାଞ୍ଚରେ ସେମାନଙ୍କୁ ଘର ଭଡାରେ ଦେଉଛନ୍ତି । ସେମାନଙ୍କୁ ଘର ଭଡ଼ା ଦେବା ପୂର୍ବରୁ ଘରେ ମାଲିକ ପରିଚୟ ମାଗିବା ଉଚିତ୍ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ନଚେତ୍ ଆଗାମୀଦିନରେ ଅପ୍ରୀତିକର ପରିସ୍ଥିତିକୁ ଏଡାଇ ଦିଆଯାଇ ନ ପାରେ। ପ୍ରଶାସନ ଅପ୍ରତି ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି ।
ସମାଜ-21 ଜୁଲାଇ 2025

https://samajaepaper.in/imageview_31_227202524919291_4_71_22-07-2025_17_i_1_sf.html

Leave a Reply