Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବନବାସୀଙ୍କୁ ରୋଜଗାର ଯୋଗାଉଛି ଜଙ୍ଗଲୀ ଛତୁ ନିଅଣ୍ଟିଆ ବର୍ଷା, ଆଗେଇ ପାରୁନି ଚାଷକାର୍ଯ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବନବାସୀଙ୍କୁ ରୋଜଗାର ଯୋଗାଉଛି ଜଙ୍ଗଲୀ ଛତୁ ନିଅଣ୍ଟିଆ ବର୍ଷା, ଆଗେଇ ପାରୁନି ଚାଷକାର୍ଯ୍ୟ

ବାଂଶପାଳ : ବଣପାହାଡଘେରା କେନ୍ଦୁଝର ଜିଲ୍ଲାର ପାରମ୍ପରିକ ବନବାସୀ ବନ୍ୟଜାତ ସାମଗ୍ରୀ ଉପରେ ନିର୍ଭର କରି ବର୍ଷତମାମ୍ ସେମାନଙ୍କ ଜୀବୀକା ନିର୍ବାହ କରିଥାନ୍ତି । ବିଶେଷ କରି ଜିଲ୍ଲାର ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, ଘଟଗାଁ, ଯୋଡା ଓ ସଦର ବ୍ଲକ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ମହିଳାମାନେ ଗ୍ରୀଷଋତୁରେ ଆମ୍ବ, ପଣସ, ଜାମୁ ସମେତ ଭଳିକିଭଳି ସୁସ୍ୱାଦୁ କୋଳି ଜଙ୍ଗଲରୁ ସଂଗ୍ରହ କରି କେନ୍ଦୁଝର ସହରରେ ବିକ୍ରି କରି ଭଲ ଦି’ପଇସା ରୋଜଗାର କରିଥାନ୍ତି । ବର୍ଷା ଋତୁରେ ନିକଟସ୍ଥ ଜଙ୍ଗଲରୁ ସକାଳ ବେଳା ବିଭିନ୍ନ କିସମର ଛତୁ ସଂଗ୍ରହ କରି କେନ୍ଦୁଝର ସହର ସମେତ ନିକଟସ୍ଥ ବଜାର ମାନଙ୍କରେ ବିକ୍ରି କରି ବେଶ୍ ଭଲ ଦି’ପଇସା ରୋଜଗାର କରିବା ସହ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି । ବାଂଶପାଳ ବ୍ଲକ ସାପକଣ୍ଟା ଗ୍ରାମର ଆଦିମ ଜନଜାତି ଭୂୟାଁ ସମ୍ପ୍ରଦାୟର ମହିଳାମାନେ ଗତ କିଛିଦିନ ଧରି ଜଙ୍ଗଲରୁ ପତର ଛତୁ, ମଣ୍ଡା ଛତୁ, ରୁଟୁକା ଛତୁ ସଂଗ୍ରହ କରି କେନ୍ଦୁଝର ସହରର ବିଭିନ୍ନ ସ୍ଥାନ ମାନଙ୍କରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ପତର ଛତୁ ଓ ମଣ୍ଡା ଛତୁର ଚାହିଦା କମ୍ ଥିବାରୁ ଏହା କମ୍ ମୂଲ୍ୟରେ ବିକ୍ରି ହେଉଥିବାବେଳେ ରୁଟୁକା ଛତୁର ଚାହିଦା ବହୁତ ଥିବାରୁ ଏହା କି.ଗ୍ରା ପ୍ରତି ୪୦୦ରୁ ୬୦୦ଟଙ୍କାରେ ବିକ୍ରି ହେଉଛି । ଏତଦ୍‌ବ୍ୟତୀତ ବିହୁଡୁଣୀ ଛତୁ ଓ ବାଲି ଛତୁର ଚାହିଦା ବହୁତ ଥିବାରୁ ଏହା କି.ଗ୍ରା ପ୍ରତି ୭୦୦ରୁ ୮୦୦ଟଙ୍କାରେ ବିକ୍ରି ହୋଇଥାଏ । ତେବେ ଛତୁ ସଂଗ୍ରହ କରି କେନ୍ଦୁଝର ସହରକୁ ଆସୁଥିବା ଆଦିମ ଜନଜାତିର ଏହି ମହିଳାମାନେ ଅନେକ ସମୟରେ ବେପାରୀଙ୍କ ହାବୁଡରେ ପଡ଼ି କମ୍ ମୂଲ୍ୟରେ ସେମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଥିବାରୁ ସେମାନଙ୍କ ସଂଗୃହୀତ ସାମଗ୍ରୀର ବଜାର ସୁଯୋଗ ସୃଷ୍ଟି ସହ କିଭଳି ବେପାରୀଙ୍କ ଶୋଷଣର ଶୀକାର ନ ହେବେ ସେଥିପ୍ରତି ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Leave a Reply