Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଫରେନ୍ସିକ ଲ୍ୟାବରେ ପହଞ୍ଚିଲା ପାରାଦୀପରୁ ଧରା ପଡ଼ିଥିବା ସନ୍ଦିଗ୍ଧ ପାରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଫରେନ୍ସିକ ଲ୍ୟାବରେ ପହଞ୍ଚିଲା ପାରାଦୀପରୁ ଧରା ପଡ଼ିଥିବା ସନ୍ଦିଗ୍ଧ ପାରା


ଭୁବନେଶ୍ୱର: ଭୁବନେଶ୍ୱର ଫରେନ୍ସିକ ଲ୍ୟାବରେ ପହଂଚିଛି ପାରାଦୀପରୁ ଧରା ପଡ଼ିଥିବା ସନ୍ଦିଗ୍ଧ ପାରା । କଟକ କ୍ରାଇମବ୍ରାଞ୍ଚ ପିଜିଅନ ସର୍ଭିସର ଏକ ଟିମ୍ ମଧ୍ୟ ଭୁବନେଶ୍ୱର ଫରେନ୍ସିକ ଲ୍ୟାବକୁ ଆଣିଛନ୍ତି । ପାରା ଶରୀରରେ ଲାଗିଥିବା ଚିପ, କ୍ୟାମେରା, ଚିଠି ଜବତ କରିବା ପରେ ପିଜିଅନ ସର୍ଭିସକୁ ପାରା ହସ୍ତାନ୍ତର କରାଯିବ । ସୂଚନାଯୋଗ୍ୟ, ସମୁଦ୍ର ମଧ୍ୟକୁ ଯାଇଥିବା ସାରଥୀ ନାମକ ଏକ ବୋଟ୍ ଯାଇଥିବା ବେଳେ କୋଣାର୍କ ପାଖରୁ ପ୍ରାୟ ୪୩ ନର୍ଟିକାଲ୍ ମାଇଲ୍ ଦୂରରେ ଲଙ୍ଗର ପକେଇ ଥିଲା । ଏହି ସମୟରେ ଏହି ପାରା ଉଡି ଆସି ବୋଟରେ ବସିଥିଲା । ପାରାର ସାଜସଜ୍ଜା ସାମଗ୍ରୀ ଦେଖି ବୋଟ୍ କର୍ମଚାରୀଙ୍କ ସନେ୍ଦହ ହେବାରୁ ସେ ମାଲିକଙ୍କୁ ଜଣାଇଥିଲେ । ବୋଟର ମାଲିକଙ୍କ ପରାମର୍ଶରେ ଉକ୍ତ ପାରାକୁ ଧରି ପାରାଦୀପ ଆଣିଥିଲେ । ଏନେଇ ପାରାଦୀପ ସାମୁଦ୍ରିକ ଥାନାରେ ଖବର ଦେବା ପରେ ପୋଲିସ ପାରାଦୀପ ସ୍ଥିତ ଫିସିଙ୍ଗ୍ ହାରବରରେ ପହଞ୍ଚି ଉକ୍ତ ପାରାକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା ।

Leave a Reply